କ’ଣ ଆପଣ ଜାଣନ୍ତି ଶାହରୁଖ ଖାନ ପୁଅ ଆର୍ଯ୍ୟନଙ୍କୁ ଘରେ କେବେ ଶାର୍ଟଲେସ ହେବାକୁ ଦିଅନ୍ତି ନାହିଁ?

ଶାହରୁଖ ଖାନ ଏମିତି ଜଣେ ଅଭିନେତା, ଯିଏ ସବୁବେଳେ ସମାନତା ଉପରେ ଜୋର ଦେଇଥାନ୍ତି। ଥରେ ସେ ଏ ବିଷୟରେ ଖୋଲିକି କଥା ବି ହୋଇଥିଲେ ଯେ କେମିତି ତାଙ୍କ ପୁଅକୁ ଘରେ ଝିଅ ଉପରେ କୌଣସି ଅତିରିକ୍ତ ବିଶେଷ ଅଧିକାର ଦିଆଯାଇ ନାହିଁ। ବାସ୍ତବରେ, କ’ଣ ଆପଣ ଜାଣନ୍ତି ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଘରେ ଶାର୍ଟଲେସ ହେବାର ଅନୁମତି ନାହିଁ?

୨୦୧୭ରେ ଫେମିନା ସହିତ ଏକ ସାକ୍ଷାତକାରରେ ଶାହରୁଖ ଖାନ ଏ କଥାର ଖୁଲାସା କରିଥିଲେ। ସେ କହିଥିଲେ କି, ସେ ସବୁବେଳେ ଆର୍ଯ୍ୟନଙ୍କୁ ଘରେ ରହିଲେ ବି ଶାର୍ଟ ପିନ୍ଧିବାକୁ କହିଥାନ୍ତି। ତାଙ୍କ ଅନୁସାରେ, ତାଙ୍କ ଘରେ ଜଣେ ପୁରୁଷକୁ ନିଜ ମାଆ, ଭଉଣୀ କିମ୍ବା ଝିଅ ସାଙ୍ଗ ସାମ୍ନାରେ ଶାର୍ଟଲେସ ହୋଇ ଯିବାର ଅଧିକାର ନାହିଁ।

ଶାହରୁଖ ଆହୁରି କହିଥିଲେ ଯେ ଯଦି ଆପଣ ନିଜ ମାଆ, ଝିଅ, ଭଉଣୀ ଏବଂ ଝିଅ ସାଙ୍ଗକୁ ବିନା କପଡ଼ାରେ ଦେଖି ଅସହଜ ଅନୁଭବ କରିବେ, ତ ଆପଣ ବି ଏହା ଆଶା କରିବା ଉଚିତ ନୁହେଁ କି, ସେମାନେ ଆପଣଙ୍କୁ ଶାର୍ଟଲେସ ବି ସ୍ୱୀକାର କରିବେ।

ତାଙ୍କ ଅନୁସାରେ, ସ୍ତନ ଥାଉ କି ନ ଥାଉ, ଏହାର କୌଣସି ଲେଣଦେଣ ନାହିଁ। ସେ ଚାହାନ୍ତିନି କି, ତାଙ୍କ ପୁଅ ଏମିତି କିଛି କରୁ, ଯାହା ଜଣେ ଝିଅ ଘରେ କରିପାରିବ ନାହିଁ। ସୂଚନାଥାଉ କି, ଶାହରୁଖ ଖାନ ଓ ଗୌରୀଙ୍କର ୩ ପିଲା ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.