ଦେଶଭକ୍ତି ପୋଷାକ ପିନ୍ଧି କୃଷ୍ଣ ଭଜନ ଗୀତ ଗାଇଲେ “ହର ହର ଶମ୍ଭୁ”କୁ ନେଇ ବିବାଦରେ ଥିବା ଫର୍ମାନୀ ନାଜ

“ହର ହର ଶମ୍ଭୁ” ଗୀତ ଗାଇ ଫର୍ମାନି ନାଜ ଏବେ ସୋସିଆଲ ମିଡ଼ିଆ ଷ୍ଟାର ପାଲଟି ଯାଇଛନ୍ତି । ଏବେ ସବୁଠି ଯେମିତି ଫର୍ମାନିଙ୍କ ଗୀତକୁ ନେଇ ହିଁ ଚର୍ଚ୍ଚା ଜୋର ଧରିଛି । “ହର ହର ଶମ୍ଭୁ”ର ଅପାର ସଫଳତା ପରେ ଫର୍ମାନି ଏକ ନଜମ ଓ କୃଷ୍ଣ ଭଜନ ରିଲିଜ କରିଛନ୍ତି । ଅବଶ୍ୟ ସେହି ସମୟରେ ଏହି ଗୀତକୁ ନେଇ ବିବାଦ ମଧ୍ୟ ଘନେଇଥିଲା । “ହର ହର ଶମ୍ଭୁ” ପରି ଏବେ ଫର୍ମାନିଙ୍କ “ହରେ ହରେ କୃଷ୍ଣ” ବି ସୁପର ଡ଼ୁପର ହିଟ ହୋଇଛି । ଫର୍ମାନିଙ୍କ “ହରେ ହରେ କୃଷ୍ଣ” ଗୀତ ଗାଇବା ଇନ୍ଷ୍ଟଗ୍ରାମରେ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓଟି ଏଥିପାଇଁ ବି ଭାଇରାଲ ହେଉଛି କାହିଁକି ନା ଫର୍ମାନି ଏଥିରେ ଦେଶଭକ୍ତି ରଙ୍ଗରେ ରଙ୍ଗୀନ ହୋଇଥିବା ଦେଖାଦେଇଛନ୍ତି । ଏହି ଭିଡିଓ ରେ ସେ ବ୍ଲୁ କୁର୍ତ୍ତା ସହ ଧଳା ପାଇଜାମା ପିନ୍ଧିଥିବା ଦେଖାଦେଇଛନ୍ତି ।

ଆଉ ନିଜର ଏହି ଲୁକକୁ ଫର୍ମାନି ତୀରଙ୍ଗା ପ୍ରିଣ୍ଟଡ଼ ଦୁପଟା, ପଗଡି ପିନ୍ଧିଥିବା ନଜର ଆସିଛନ୍ତି । ଖାଲି ସେତିକି ନୁହେଁ ନିଜ ଦୁଇ ହାତରେ ସେ ଦୁଇଟି ତିରଙ୍ଗା ବ୍ୟାଣ୍ଡ ପିନ୍ଧିଥିବା ଦେଖାଦେଇଛନ୍ତି । ସ୍ୱାଧୀନତା ଦିବସର କିଛି ଦିନ ପୂର୍ବରୁ ଫର୍ମାନିଙ୍କ ଏମିତି ଅନ୍ଦାଜ ଫ୍ୟାନ୍ସ ମାନଙ୍କ ପାଇଁ କୌଣସି ଟ୍ରିଟ ଠାରୁ କମ ନୁହେଁ ।
ଭିଡିଓରେ ଆପଣମାନେ ଦେଖିପାରିବେ କେମିତି ଫର୍ମାନି ଏକ ଟେରେସ ଉପରେ ଛିଡା ହୋଇ “ହରେ ହରେ କୃଷ୍ଣ” ଗୀତକୁ ଗୁଣୁଗୁଣାଉଛନ୍ତି । ଫର୍ମାନିଙ୍କ ଏହି ଅନ୍ଦାଜ ତାଙ୍କ ଫ୍ୟାନ୍ସ ମାନଙ୍କୁ ବି ଖୁବ ପସନ୍ଦ ଆସିଛି । ଏମିତିକି ମାତ୍ର ୩ ଦିନ ଭିତରେ ୟୁଟ୍ୟୁବରେ ୨.୭ ମିଲିୟନ ଜଣ ଦେଖିସାରିଲେଣି । ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଅବଶ୍ୟ କିଛି ଦିନ ତଳେ ଫର୍ମାନି ଗାଇଥିବା ଶିବ ଭଜନକୁ ନେଇ ବିବାଦ ଦେଖାଦେଇଥିଲା । କିଛି ମୁସଲମାନ କଠୋରପନ୍ଥୀ ମାନେ ଆପତ୍ତି ଆଣିଥିଲେ । ଯାହାକୁ ମୁସଲିମ ଶରୀୟତ ବିରୋଧୀ ବୋଲି ମଧ୍ୟ ଧରାଯାଇଥିଲା । କିନ୍ତୁ ଏପରି ପରିସ୍ଥିତିକୁ ନେଇ ଫର୍ମାନି ଜମା ବି ଭୟ କରିନଥିଲେ । ଶିବଙ୍କ ପରେ ପୁଣି ଥରେ କୃଷ୍ଣ ଭଜନ ଗାଇଛନ୍ତି ।

Leave A Reply

Your email address will not be published.