ସଲମାନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ ପର୍ଯ୍ଯନ୍ତ ନକଲ କରି ଫେଲ୍ ହେଲେ ଏହି କଳାକାର

ମୁମ୍ବାଇ : ବଲିଉଡ଼ରେ ରିମେକର ଟ୍ରେଣ୍ଡ ବହୁ ପୁରୁଣା। ଆଗରୁ ବଲିଉଡ଼ରେ ହଲିଉଡ଼ରୁ ନକଲ କରାଯାଉଥିବା ବେଳେ ବର୍ତ୍ତମାନ ସାଉଥ୍ ଫିଲ୍କ ଗୁଡ଼ିକରୁ ନକଲ କରାଯାଉଛି। ତେବେ ଅନେକ ରିମେକ ଫିଲ୍କ ବକ୍ସଅଫିସରେ ଧମାଲ କରିଥିଲେ ମଧ୍ୟ ଅନେକ ଫିଲ୍କ ଫେଲ ମାରିଛି। ଆଗକୁ ମଧ୍ୟ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଯାଉଛି ସିମ୍ବା ଯେଉଁଥିରେ ମୁଖ୍ୟଭୂମିକାରେ ନଜର ଆସିବେ ରଣବୀର ସିଂ । ଏହା ପୂର୍ବରୁ ମଧ୍ୟ ରୋହିତ, ଅଭିନେତା ଅଜୟ ଦେବଗନଙ୍କ ସହିତ ସିଙ୍ଘମ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରିଛନ୍ତି । ତେବେ ଖାଲି ନିର୍ଦ୍ଦେଶକ ରୋହିତ ଏବଂ ଅଭିନେତା ରଣବୀର, ଅଜୟ ନୁହଁ ଆହୁରୀ ଅନେକ କଳାକାର ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି । ତେବେ ଏହି ରିମେକ୍ କରି ଫେଲ ମାରିଛନ୍ତି ସଲମାନ ଠାରୁ ଆରମ୍ଭ କରି ଅକ୍ଷୟ କୁମାର ।

ବଲିଉଡ଼ର ଦବଙ୍ଗ ଖାନଙ୍କ ବୁଡ଼ୁଥିବା କ୍ୟରିୟରକୁ ବଞ୍ଚାଇଥିଲା ସାଉଥ ରିମେକ ୱାଣ୍ଟେଡ଼୍। ଯାହାପରେ ସଲମାନ ଅନେକ ସାଉଥ ଚଳଚ୍ଚିତ୍ରର ରିମେକ କରିଥିଲେ । କିନ୍ତୁ ଏହି ଚେଷ୍ଟାରେ ସଫଳ ମଧ୍ୟ ହୋଇଛନ୍ତି ସଲମାନ । ସଲମାନ ଏବଂ କରିନା କପୁରଙ୍କ ଅଭିନିତ କ୍ୟୁଁ କି.. ଚଳଚ୍ଚିତ୍ର ସାଉଥରୁ ରିମେକ ହୋଇଥିଲା ଏହା ବକ୍ସଅଫିସରେ ବିଫଳ ହୋଇଥିଲା।

ସେହିଭଳି ସାଉଥ ଚଳଚ୍ଚିତ୍ର ରିମେକରେ ଅନେକ ବଲିଉଡ଼ କଳାକାର ଫେଲ ମାରିଛନ୍ତି । ସେହି ତାଲିକାରେ ସାମିଲ ରହିଛି ଅଭିନେତା ଅକ୍ଷୟ କୁମାରଙ୍କ ‘ଖଟ୍ଟାମିଠା’ ଚଳଚ୍ଚିତ୍ର , ସଂଞ୍ଜୟ ଦତ୍ତଙ୍କର ‘ପୁଲିସଗିରି’ , ଅଭିଶେଖ ବଚ୍ଚନଙ୍କ ‘ରନ’ , ଅର୍ଜୁନ୍ କପୁରଙ୍କ ଅଭିନିତ ‘ତେବର’ , କରିନା କପୁରଙ୍କ ‘ଖୁସି’ , ସୁନିଲ ସେଟ୍ଟୀଙ୍କ ‘କ୍ରୋଧ’ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଗୁଡ଼ିକରୁ ପ୍ରମାଣିତ ହୋଇଛି ସବୁବେଳେ ସାଉଥକୁ କପି କରିବା ସଫଳତାର ମାର୍ଗ ନୁହଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.