ବିଜୟ ଦେବରକୋଣ୍ଡାଙ୍କୁ ଷ୍ଟେଜ୍‌ରେ ଦେଖି ମତୁଆଲା ହେଲେ ଫ୍ୟାନ୍‌, ସ୍ଥିତି ଅଣାୟତ୍ତ ହେବାରୁ ବନ୍ଦ ହେଲା ପ୍ରୋଗ୍ରାମ୍‌

ଖୁବ୍‌ ଶୀଘ୍ର ପରଦାକୁ ଆସୁଛି ଅନନ୍ୟା ପାଣ୍ଡେ ଓ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗର। ଏହି ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନେ ଖୁବ୍‌ ଆଗ୍ରହର ସହକାରରେ ଅପେକ୍ଷା କରିଛନ୍ତି। ଫିଲ୍ମର ପ୍ରମୋସନ୍‌ ପାଇଁ ଉଭୟ କଳାକାର ଜୋର ସୋରରେ ଲାଗିପଡ଼ିଛନ୍ତି। ନିକଟରେ ଅନନ୍ୟା ଓ ବିଜୟଙ୍କୁ ମୁମ୍ବାଇର ଲୋକାଲ ଟ୍ରେନ୍‌ରେ ଦେଖିବାକୁ ମିଳିଥିଲା।

ରିପୋର୍ଟ ମୁତାବକ, ଅନନ୍ୟା ଓ ବିଜୟଙ୍କୁ ଏକ ପ୍ରମୋସନାଲ ଇଭେଣ୍ଟକୁ ବନ୍ଦ କରିବାକୁ ପଡ଼ିଛି। କୁହାଯାଉଛି ଯେ ଇଭେଣ୍ଟରେ ବିଜୟଙ୍କୁ ଦେଖି ଝିଅମାନେ ଖୁବ୍‌ ଇମୋସନାଲ ହୋଇ ଯାଇଥିଲେ। ଦୁଇ ତିନି ଜଣ ଝିଅ ବେହୋସ୍‌ ବି ହୋଇଯାଇଥିଲେ। ଏହା ପରେ ବାଧ୍ୟ ହୋଇ ଇଭେଣ୍ଟକୁ ବନ୍ଦ କରିବାକୁ ପଡ଼ିଛି। ସେଠାରେ ବିଜୟଙ୍କୁ ଦେଖିବାକୁ ବହୁତ ଭିଡ଼ ବି ଜମିଥିଲା। ବିଜୟ ଷ୍ଟେଜ୍‌କୁ ଆସିବା ପରେ ଫ୍ୟାନ୍‌ମାନେ ଅଧିକ ଏକ୍ସାଇଟେଡ୍‌ ହୋଇଯାଇଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ମୁମ୍ବାଇରେ ବି ବିଜୟଙ୍କର ପ୍ରବଳ କ୍ରେଜ୍‌:

ସାଉଥ୍‌ରେ ବିଜୟ ଦେବରକୋଣ୍ଡାଙ୍କର ଖୁବ୍‌ ଦବ୍‌ଦବା ରହିଥିବା ବେଳେ ଏବେ ନର୍ଥରେ ମଧ୍ୟ ତାଙ୍କର କ୍ରେଜ୍‌ ଦେଖିବାକୁ ମିଳିଛି। ଏହା କଫି ଓ୍ଵିଥ୍‌ କରନ୍‌ର ଗତ ଦୁଇଟି ଏପିସୋଡ୍‌ରେ ହିଁପ୍ରମାଣିତ ହୋଇଛି। ସାରା ଅଲ୍ଲୀ ଖାନ୍‌, ଜାହ୍ନବୀ କପୁରଙ୍କ ଠାରୁ ଅନନ୍ୟା ପାଣ୍ଡେଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରୁଛନ୍ତି। ଲାଇଗରର ପ୍ରମୋସନାଲ ଇଭେଣ୍ଟ ବେଳେ ସ୍ପଷ୍ଟ ହୋଇଛି ଯେ ମୁମ୍ବାଇର ଝିଅମାନେ ମଧ୍ୟ ବିଜୟଙ୍କ ପାଇଁ ପାଗଳ ହୋଇଛନ୍ତି।

ବେହୋସ୍‌ ହେଲେ ଝିଅ:

ନବୀ ମୁମ୍ବାଇରେ ଲାଇଗର ପ୍ରମୋସନ୍‌ ପାଇଁ ବିଜୟ ଓ ଅନନ୍ୟା ପହଞ୍ଚିଥିଲେ। ବିଜୟଙ୍କୁ ଷ୍ଟେଜ୍‌ରେ ଦେଖି ଉପସ୍ଥିତ ଯୁବତୀମାନେ ଚିଲ୍ଲାଇବା ଆରମ୍ଭ କରି ଦେଇଥିଲେ। ତାଙ୍କୁ ଦେଖି ଖାସ୍‌ କରି ଝିଅମାନେ ଅଧିକ ଏକ୍ସାଇଟେଡ୍‌ ହୋଇଯାଇଥିଲେ। କିଛି ଯୁବତୀ ବେହୋସ୍‌ ବି ହୋଇ ଯାଇଥିଲେ। ଏଭଳି ସ୍ଥିତି ଦେଖି ଅର୍ଗାନାଇଜର ତୁରନ୍ତ ପ୍ରୋଗ୍ରାମ ବନ୍ଦ କରିଥିଲେ। ପ୍ରକାଶ ଯେ ଲାଇଗର ଅଗଷ୍ଟ ୨୫ରେ ପରଦାକୁ ଆସିବ।

Also Read: ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଏନ୍‌ଟିଆରଙ୍କ ଝିଅ ଉମା ମାହେଶ୍ୱରୀଙ୍କ ମୃତଦେହ, କିଛି ଦିନ ହେଲା ଥିଲେ ଅସୁସ୍ଥ

Leave A Reply

Your email address will not be published.