ପ୍ରଥମ ଭାରତୀୟ ଫିଲ୍ମ ଭାବେ Oscar ରେ ସାମିଲ୍ ହେଲା ଗୁଜରାଟୀ ଫିଲ୍ମ ‘Chhello Show’, ନିର୍ଦ୍ଦେଶକ କହିଲେ ଏହା ମୋ ପାଇଁ ଅବିଶ୍ୱସନୀୟ

ଗୁଜୁରାଟୀ ଚଳଚ୍ଚିତ୍ର ‘ଛେଲୋ ଶୋ’ ହେଉଛି ୨୦୨୩ ଓସ୍କାର ପାଇଁ ଭାରତର ପ୍ରଥମ ଅଫିସିଆଲ୍ ଏଣ୍ଟ୍ରି ଫିଲ୍ମ। ୯୫ ତମ ଏକାଡେମୀ ପୁରସ୍କାର (ଓସ୍କାର) ରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ ‘ଛେଲୋ ସୋ’ କୁ ଚୟନ କରାଯାଇଛି। ଛେଲୋ ଶୋ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର୍ ଫିଲ୍ମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବ।

chhello show
Picture credit – Indus Scrolls

‘Chhello Show’ ନିର୍ଦ୍ଦେଶକ ପାନ ନାଲିନ ଏକ ବିବୃତ୍ତିରେ କହିଛନ୍ତି, “ମୁଁ କଳ୍ପନା କରି ନ ଥିଲି ଯେ ଏପରି ଦିନ ଆସିବ ଏବଂ ମୁଁ ଏହାକୁ ସେଲିବ୍ରେଟ କରିବି ବୋଲି। ‘ଛେଲୋ ଶୋ’ ସମଗ୍ର ବିଶ୍ୱରୁ ପ୍ରେମକୁ ଭଲ ପାଇବା ପାଇଛି। କିନ୍ତୁ ମୋ ମନରେ ଡର ଥିଲା ଯେ ମୁଁ ଏହାକୁ ଭାରତରେ କିପରି ଦେଖାଇବି ? ବର୍ତ୍ତମାନ ମୁଁ ପୁଣି ଥରେ ବିଶ୍ଵାସ କରୁଛି ଯେ ଭଲ ଚଳଚ୍ଚିତ୍ର କଲେ ନିଶ୍ଚିତ ଲୋକେ ଏହାକୁ ପସନ୍ଦ କରିବେ। ତେବେ ଏହି ଗୁଜୁରାଟୀ ଚଳଚ୍ଚିତ୍ର ୧୪ ଅକ୍ଟୋବର ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।

ଏହି ଚଳଚ୍ଚିତ୍ର ଭାରତ ବ୍ୟତୀତ ଜର୍ମାନୀ, ସ୍ପେନ୍, ଜାପାନ, ଇସ୍ରାଏଲ୍ ଏବଂ ପର୍ତ୍ତୁଗାଲରେ ମଧ୍ୟ ମୁକ୍ତିଲାଭ କରିବ। ଏହାର ସ୍କ୍ରିନ୍ ପ୍ଲେ ସହିତ କାହାଣୀ ଖୁବ୍ ଭଲ ରହିଛି ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହି ଚଳଚ୍ଚିତ୍ରରେ ଭବୀନ ରାବରୀ, ଭାବେଶ ଶ୍ରୀମଲୀ, ରିଚା ମୀନା, ଡିପେନ ରାଭାଲ ଏବଂ ପରେଶ ମେହେତା ଅଭିନୟ କରିଛନ୍ତି। ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୦୨୧ ରେ, ‘ଛେଲୋ ସୋ’ ୬୬ ତମ ଭାଲାଡୋଲିଡ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଗୋଲଡେନ୍ ସ୍ପାଇକ୍ ଜିତିଥିଲା। ଛେଲୋ ଶୋ ଫିଲ୍ମରେ ଏକ ନଅ ବର୍ଷର ବାଳକର କାହାଣୀ ବର୍ଣ୍ଣନା କରା ଯାଇଛି। ଏହି ବାଳକର କାହାଣୀକୁ ଅନେକ ପସନ୍ଦ କରିଥିଲେ ଓ ଆଗକୁ ମଧ୍ୟ କରିବେ ବୋଲି କୁହାଯାଉଛି।

Leave A Reply

Your email address will not be published.