ରାମାୟଣ ଫିଲ୍ମରେ ‘ରାବଣ’ ଭୂମିକାରେ ନଜର ଆସିବେ ହ୍ରିତିକ୍ ରୋଶନ

ନିର୍ମାତା ମଧୁ ମଣ୍ଟେନାଙ୍କ ବହୁ ପ୍ରତିକ୍ଷୀତ ପ୍ରୋଜେକ୍ଟ ‘ରାମାୟଣ’କୁ ନେଇ ଫ୍ୟାନ୍ସଙ୍କ ଠାରେ ଆଗ୍ରହ ଦେଖିବାକୁ ମିଳିଛି । ଫିଲ୍ମକୁ ନେଇ ବଲିଉଡରରେ ଆଲୋଚନା ହେଉଛି ଯେ ଏହି ଫିଲ୍ମରେ ହ୍ରିତିକ ରୋଶନଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ | ଏକ ମିଡିଆ ରିପୋର୍ଟ ଅନୁଯାୟୀ ହ୍ରିତିକ ରୋଶନଙ୍କ ବିପକ୍ଷରେ ଦୀପିକା ପାଦୁକୋନ ଏହି ଫିଲ୍ମରେ ନଜର ଆସିବେ | ଏହି ଫିଲ୍ମ ବିଷୟରେ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ କୌଣସି ଘୋଷଣା କରାଯାଇନାହିଁ | ତଥାପି, ଏହି ଚଳଚ୍ଚିତ୍ର ବିଷୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମକୁ ଆହୁରି ଆକର୍ଷିତ କରିବାକୁ ନିର୍ମାତାମାନେ ହଲିଉଡର ବ୍ଲକବଷ୍ଟର ‘ଅବତାର’ର କଷ୍ଟ୍ୟୁମ ଡିଜାଇନରଙ୍କ ସହ ଆଲୋଚନା ଚିଲିଛି ।

ଅନ୍ୟପଟେ Iwmbuzz ରେ ଏହି ଫିଲ୍ମର କଷ୍ଟ୍ୟୁମକୁ ନେଇ ଏକ ଖବର ପ୍ରକାଶ ପାଇଥିଲା । ଏଥିରେ ଲେଖାଯାଇଥିଲା, ରାମାୟଣ ନିର୍ମାତା ଆମେରିକାର କଷ୍ଟ୍ୟୁମ୍ ଟିମ ସହ କଥା ହେଉଛନ୍ତି । ଏହି ଟିମ୍ ଲୋକପ୍ରିୟ ସାଇନ୍ସ ଫିକ୍ସନ୍ ଫିଲ୍ମ ‘ଅବତାର’ର କଷ୍ଟ୍ୟୁମ୍ ଡିଜାଇନ୍ କରିଥିଲେ । ଯଦି କଥାବାର୍ତ୍ତା ସଫଳ ହୁଏ ତାହେଲେ ଏହି ଟିମ୍ ରାମାୟଣରେ ହ୍ରିତିକଙ୍କ ପାଇଁ କଷ୍ଟ୍ୟୁମ୍ ଡିଜାଇନ୍ କରିବେ |

Hrithik_Roshan_3

ଏହି ଫିଲ୍ମ ବିଷୟରେ ଅଧିକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରର ବଜେଟ୍ ବହୁତ ଅଧିକ ରହିବ । ଏପର୍ଯ୍ୟନ୍ତ ସୁଦ୍ଧା ଚଳଚ୍ଚିତ୍ରରେ ପ୍ରାୟ ୫୦୦ କୋଟି ଖର୍ଚ୍ଚ ହେବାକଥା କୁହାଯାଇଛି । ଫିଲ୍ମଟି 3D ରେ ସୁଟ୍ ହେବ ଏବଂ ଏହା ଏକ ଲାଇଭ୍ ଆକ୍ସନ୍ ଟ୍ରାଇଲୋଜି ହେବ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେବ। ଫିଲ୍ମଟିକୁ ମଧୁ ମଣ୍ଟେନା, ଅଲୁ ଅରବିନ୍ଦ ଏବଂ ନାମିତ ମଲହୋତ୍ରା ଏକାଠି ମିଶି ନିର୍ମାଣ କରିବେ । ହ୍ରିତିକଙ୍କ ଫିଲ୍ମ ‘ଯୁଦ୍ଧ’ରେ ତାଙ୍କର ଭୁମିକାକୁ ଖୁବ ପସନ୍ଦ କରାଯାଇଥିଲା । ଫିଲ୍ମରେ ହ୍ରିତିକଙ୍କ ବ୍ୟତୀତ ଏଥିରେ ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ୍ ମଧ୍ୟ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.