ଆଇଫା ଆୱାର୍ଡ଼ରେ କ୍ରିତିଙ୍କ ଜଲୱା : ଠୁମକା ଲଗାଉଥିବାର ଭିଡ଼ିଓ ହେଲା ଭାଇରାଲ୍

ମୁମ୍ବାଇ : ନିକଟରେ ଆଇଫା ଆୱାର୍ଡ ୨୦୧୮ ଅନୁଷ୍ଠିତ ହେବାକୁ ଥିବା ବେଳେ କଳାକାରଙ୍କ ପ୍ରସ୍ତୁତିର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେହିଭଳି ଆଇଫା ଷ୍ଟେଜରେ ନିଜର ଜଲୱା ଦେଖିଇବାକୁ ପ୍ରସ୍ତୁତ ହେଉଛନ୍ତି କ୍ରିତି ସାନନ୍। କ୍ରିତି ସୋସିଆଲ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ କ୍ରିତିଙ୍କୁ ରାବ୍ତା ଫିଲ୍ମର ଗୀତ, ‘ତୁ ମେରା ବୟଫ୍ରେଣ୍ଡ’ରେ ନାଚର ରିହରସଲ କରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହୋଇଛି ଆଇଫା ଆୱାର୍ଡ ୨୦୧୮ ।

କ୍ରିତି ଏବଂ ସୁଶାନ୍ତ ରାବତା ଫିଲ୍ମର ଏହି ଗୀତଟି ବେଶ ଲୋକପ୍ରିୟ ହୋଇଥିଲା। ୨୦୧୭ରେ ରିଲିଜ ହୋଇଥିବା ରାବତାରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ସ୍କ୍ରିନ ଶେୟାର କରିଥିଲେ କ୍ରିତି ସାନନ୍। ଫିଲ୍ମଟି ବ୍ୟବସାୟିକ ସଫଳତା ହାସଲ କରିପାରି ନଥିଲା।

#IIFARehearsals #Bangkok ??? ik vaari aaaaa! @iifa

A post shared by Kriti (@kritisanon) on

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.