ତାପସୀ ପନ୍ନୁ, ଅନୁରାଗ କଶ୍ୟପଙ୍କ ସମେତ ଏସବୁ ଫିଲ୍ମ ଷ୍ଟାରଙ୍କ ଘରେ ଆୟକର ଚଢ଼ଉ

ପୁଣିଥରେ ଆୟକର ବିଭାଗ ରାଡାରରେ ଅଛନ୍ତି ବଲିଉଡ୍‌ ସେଲିବ୍ରିଟି। ରିପୋର୍ଟ ମୁତାବକ, ଅଭିନେତ୍ରୀ ତାପସୀ ପନ୍ନୁ, ଡାଇରେକ୍ଟର ଅନୁରାଗ କଶ୍ୟପ, ପ୍ରଯୋଜକ ମଧୁ ମଣ୍ଟେନା ଓ ନିର୍ଦ୍ଦେଶକ ବିକାଶ ବହଲଙ୍କ ଘରେ ବୁଧବାର ଆୟକର ବିଭାଗ ଚଢ଼ଉ କରିଛି। ଆୟକର ବିଭାଗ ଏବେ ଫେଣ୍ଟମ୍‌ ଫିଲ୍ମ ସହ ଜଡ଼ିତ ଲୋକଙ୍କର ତଦନ୍ତ କରୁଛି। ଫେଣ୍ଟମ୍‌ ଫିଲ୍ମର ନିର୍ମାତାମାନେ ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଫେଣ୍ଟମ୍‌ ଫିଲ୍ମକୁ ଅନୁରାଗ କଶ୍ୟପ, ବିକ୍ରମାଦିତ୍ୟ ମୋଟବାନୀ, ମଧୁ ମଣ୍ଟେନା ଓ ବିକାଶ ବହଲ ମିଶି ତିଆରି କରିଥିଲେ। କିନ୍ତୁ ୨୦୧୮ରେ ବିକାଶ ବହଲଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ହେବା ପରେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା ଓ ଏହି ୪ ପାର୍ଟନର ଅଲଗା ହୋଇଯାଇଥିଲେ।


ରିପୋର୍ଟ ଅନୁସାରେ, ମୁମ୍ବାଇରେ ଅଭିନେତ୍ରୀ ତାପସୀ ପନ୍ନୁ, ଡାଇରେକ୍ଟର ଅନୁରାଗ କଶ୍ୟପଙ୍କ ଘର ସମେତ ୨୨ଟି ଜାଗାରେ ଇନ୍‌କମ୍‌ ଟ୍ୟାକ୍ସ ଯୁଦ୍ଧକାଳୀନ ଭିତ୍ତିରେ ଚଢ଼ଉ କରିଥିଲା। ଏହା ବ୍ୟତୀତ ବିଭାଗ ପକ୍ଷରୁ ପୁଣେରେ ମଧ୍ୟ କେତେକ ସ୍ଥାନରେ ଚଢ଼ଉ ଜାରି ରହିଛି। ଆୟକର ବିଭାଗ ରାଡାରରେ ଏବେ ୪ଟି କମ୍ପାନୀ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.