ବଲିଉଡ୍‌ ସେଲିବ୍ରିଟି ମଧ୍ୟ ପାଳୁଛନ୍ତି ସ୍ୱାଧୀନତା ଦିବସ, ନିଆରା ଅନ୍ଦାଜରେ ଅଭିନନ୍ଦନ ଜଣାଇଲେ ଶାହାରୁଖ-ସଲମାନ୍‌

ଆଜି ୭୬ ତମ ସ୍ୱାଧୀନତା ଦିବସ ପାଳୁଛି ସାରା ଦେଶ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ତ୍ରିରଙ୍ଗାରେ ସଜେଇ ହୋଇଛି। ଦେଶର କୋଣ ଅନୁକୋଣରେ ନୁହେଁ, ବରଂ ଆଜି ସବୁ ଘରେ ତ୍ରିରଙ୍ଗା ଉଡ଼ୁଛି। ସ୍ୱାଧୀନତାର ଏହି ଉତ୍ସବ ବଲିଉଡ୍‌ରେ ବି ଦେଖିବାକୁ ମିଳିଛି। ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ୍‌, ସଲମାନ୍‌ ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅଜୟ ଦେବଗନ୍‌ଙ୍କ ପର୍ଯ୍ୟନ୍ତ ସମସ୍ତେ ଖାସ୍‌ ଅନ୍ଦାଜରେ ଫ୍ୟାନ୍‌କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି।

ପୂର୍ବରୁ ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି। ଏଥିରେ କେବଳ ସାଧାରଣ ଜନତା ନୁହେଁ, ବରଂ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଅଂଶଗ୍ରହଣ କରିଛନ୍ତି।

ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ ସ୍ୱାଧୀନତା ଦିବସ ଅବସରରେ ପତ୍ନୀ ଗୌରୀ ଖାନ୍‌, ପୁଅ ଆର୍ଯ୍ୟନ୍‌ ଓ ଅବରାମ୍‌ଙ୍କ ସହ ମନ୍ନତର ଛାତ ଉପରେ ତ୍ରିରଙ୍ଗା ଉଡ଼ାଇଛନ୍ତି।

 

View this post on Instagram

 

A post shared by Shah Rukh Khan (@iamsrk)

ସେହିପରି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ମଧ୍ୟ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ତ୍ରିରଙ୍ଗା ଲଗାଇ ପିଏମ୍‌ ମୋଦିଙ୍କ ହର ଘର ତ୍ରିରଙ୍ଗା ଅଭିଯାନରେ ଯୋଡ଼ି ହୋଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସଲମାନ୍‌ ଖାନ୍‌ ତ୍ରିରଙ୍ଗା ଉଡ଼ାଇ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ପୋଷ୍ଟ କରିଛନ୍ତି। ଏଥିସହ ସମସ୍ତଙ୍କୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

ଅନ୍ୟପଟେ ଅଜୟ ଦେବଗନ୍‌ ମଧ୍ୟ ସ୍ୱାଧୀନତା ଦିବସରେ ଏକ ଖାସ୍‌ ଭିଡିଓ ସେୟାର କରି ପୂରା କ୍ରୁ ମେମ୍ବରଙ୍କ ସହ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି।

 

View this post on Instagram

 

A post shared by Ajay Devgn (@ajaydevgn)

ସେହିପରି ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ପତାକା ଉତ୍ତୋଳନ କରି ଫଟୋ ସେୟାର କରି ଫ୍ୟାନ୍‌ଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ତାନ ହମାରା…

 

View this post on Instagram

 

A post shared by Abhishek Bachchan (@bachchan)

Also Read: ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.