ଅମୀରଙ୍କ ଝିଅ କଲେ ନିର୍ବନ୍ଧ, ପୂରା ଫିଲ୍ମୀ ଷ୍ଟାଇଲରେ ପ୍ରପୋଜ କଲେ ପ୍ରେମିକ

ବଧାଇ ହୋ, ଆପଣ କହିବେ କେଉଁ କଥା ପାଇଁ ବଧାଇ? ଖୁସି ଖବର ଏୟାର ଯେ ଏବେ ଅମିର ଖାନଙ୍କ ଝିଅ ଆଇରା ଖାନ୍‌ ଏବେ ଆଉ ସିଙ୍ଗଲ ନାହାଁନ୍ତି। ଏବେ ସେ ଡବଲ ହେବା ପାଇଁ ପ୍ରସ୍ତୁତି ଚଳାଇଲେଣି। ଆଇରା ଖାନ୍‌ ବୟଫ୍ରେଣ୍ଡ ନୁପୁର ସିଖରେଙ୍କ ସହିତ ନିଜ ଲଭ୍‌ ଲାଇଫକୁ ନେକ୍ସଟ ଲେବଲକୁ ନେବା ପାଇଁ ନିଷ୍ପତ୍ତି କରିନେଇଛନ୍ତି। ଆଉ ନିଜ ବୟଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କରିଛନ୍ତି।

ଫ୍ୟାନ୍ସଙ୍କ ସହ ଯୋଡି ରହିବାକୁ କିଛି ନା କିଛି ଫଟୋ ପୋଷ୍ଟ କରନ୍ତି ଆଇରା। ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରନ୍ତି । ବର୍ତ୍ତମାନ ସେ ଏକ କାରଣ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବଂ ଭିଡିଓ ଖୁବ୍‌ ଭାଇରାଲ୍ ହେଉଛି । ଆଇରା ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି ପୋଷ୍ଟ କରିଛନ୍ତି । ଯେଉଁଥିରେ ଆଇରା ତାଙ୍କ ପ୍ରେମିକା ନୁପୁର ଶିଖାରେଙ୍କ ସହ ନିର୍ବନ୍ଧ କରି ନେଇଥିବା ଦେଖିବାକୁ ମିଳୁଛି ।

irraସେୟାର ହୋଇଥିବା ଭିଡିଓ ନୁପୁର ଆସି ସମସ୍ତଙ୍କ ଆଗରେ ରୋମାଣ୍ଟିକ୍ ଅନ୍ଦାଜରେ ଆଣ୍ଠୁରେ ବସି ଆଇରାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଆଇରା ହଁ କୁହନ୍ତି, ନୁପୁର ତା’ ତାଙ୍କୁ ଏକ ରିଙ୍ଗ ପିନ୍ଧାଉଛନ୍ତି। ଏବଂ ତା’ପରେ ଦୁହେଁ ଦୁହିଁଙ୍କୁ କିସ୍ କରୁଥିବା ଦେଖିବାକୁ ମିଳୁଛି । ଆଇରା ଏବଂ ନୁପୁରରଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

କହିରଖିବାକୁ ଚାହିଁବୁ ଯେ ଆଇରା ଖାନ ଏବଂ ନୁପୁର ଶିଖର ଦୀର୍ଘ ଦିନ ଧରି ଲଭ୍‌ ଅଫେୟାରରେ ଅଛନ୍ତି। ଏବଂ ବର୍ତ୍ତମାନ ସେମାନେ ଏହି ସମ୍ପର୍କକୁ ଆଗକୁ ବଢାଇବା ପାଇଁ ନୂଆ ନାମ ଦେଇଛନ୍ତି । ନୁପୁର ଜଣେ ଫିଟନେସ୍ କୋଚ୍ ଏବଂ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫିଟନେସ ସହିତ ଜଡିତ ଫଟୋ ଭିଡିଓ ସେୟାର କରନ୍ତି ।

 

View this post on Instagram

 

A post shared by Ira Khan (@khan.ira)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.