ଗିରଫ ହୋଇପାରନ୍ତି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌, ଅଭିଯୁକ୍ତ ବୋଲି ପ୍ରମାଣ କଲା ଇଡି

ନୂଆଦିଲ୍ଲୀ: ଗିରଫ ହୋଇପାରନ୍ତି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌। ୨ ଶହ ୧୫ କୋଟିର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଧୂର୍ତ୍ତ ସୁକେଶ ଚନ୍ଦ୍ରଶେଖରର ୨ଶହ କୋଟିରୁ ଅଧିକ ଠକେଇ ମାମଲାରେ ଇଡି ଦିଲ୍ଲୀର ଏକ କୋର୍ଟରେ ଅତିରିକ୍ତ ଚାର୍ଜ ସିଟ୍‌ ଦାଖଲ କରିଛି। ଚାର୍ଜ ସିଟ୍‌ରେ ଜ୍ୟାକଲିନ୍‌ଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହା ପୂର୍ବରୁ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଛି ଇଡି। ପିଏମ୍‌ଏଲଏ ଅଧୀନରେ ଏପ୍ରିଲରେ ଜ୍ୟାକଲିନଙ୍କ ୭ କୋଟିର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି।

ସୁକେଶ ଚନ୍ଦ୍ରଶେଖରର ଠକେଇ ନେଇ ଜ୍ୟାକଲିନ ଅବଗତ ଥିବା ଇଡି ଚାର୍ଜସିଟରେ ଦର୍ଶାଇଛି। ଦୁହେଁ ପରସ୍ପର ସହ ଘନିଷ୍ଠ ଭାବେ ଜଡ଼ିତ ଥିଲେ। ସୁକେଶ ଠକେଇ ଅର୍ଥରୁ ପ୍ରାୟ ୧୦କୋଟିର ଦାମୀ ଉପହାର ଜ୍ୟାକଲିନ୍‌ଙ୍କୁ ଦେଇଥିଲା। ପୂର୍ବରୁ ଜେରା ବେଳେ ମଧ୍ୟ ଏହାକୁ ସ୍ୱୀକାର କରିଛି ସୁକେଶ। ମାମଲାରେ ଜ୍ୟାକଲିନଙ୍କ ସହ ଅନ୍ୟ ବଲିଉଡ ତାରକା ନୋରା ଫତେହିଙ୍କୁ ପଚରାଉଚରା କରିଥିଲା ଇଡି।

Also Read: ବିମାନ ଯାତ୍ରା ବେଳେ କଡ଼ା କଡ଼ି ହେଲା ମାସ୍କ, ନ ପିନ୍ଧିଲେ ଦେବେ ମୋଟା ଅଙ୍କର ଜରିମାନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.