ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜସ୍ମିନ୍‌ ଭସିନ୍‌, ମହେଶ ଭଟ୍ଟଙ୍କ ସହ ଆରମ୍ଭ କରିବେ ସିନେ କ୍ୟାରିୟର

ଟିଭିର ସୁନ୍ଦରୀ ଅଭିନେତ୍ରୀ ଜସ୍ମିନ୍‌ ଭସିନ୍‌ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏହି କାରଣରୁ ତାଙ୍କ ପାଦ ଆଉ ତଳେ ଲାଗୁନି। ଛୋଟ ପରଦାରେ ଧୁମ୍‌ ମଚାଇବା ପରେ ଏବେ ଜସ୍ମିନ୍‌ ବଡ଼ ପରଦାରେ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛନ୍ତି। ହିନ୍ଦୀ ଫିଲ୍ମର ବରିଷ୍ଠ ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ବିକ୍ରମ ଭଟ୍ଟଙ୍କ ଏକ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି ଜସ୍ମିନ୍‌। ନିକଟରେ ଏକ ଇଣ୍ଟରଭ୍ୟୁରେ ନିଜ ଏକ୍ସାଇଟ୍‌ମେଣ୍ଟ ସେୟାର କରିଛନ୍ତି ଏହି ଅଭିନେତ୍ରୀ।

ଇଣ୍ଟରଭ୍ୟୁରେ ଜସ୍ମିନ୍‌ ଭସିନ୍‌ କହିଛନ୍ତି, ସେ ଫିଲ୍ମ ଦୁନିଆରେ ପାଦ ଦେଉଥିବାରୁ ଖୁବ୍‌ ଖୁସି ଅଛନ୍ତି। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମରେ ତାଙ୍କ ଭୂମିକା ଏକ ପରଫରମାନ୍ସ ଓରିଏଣ୍ଟେଡ୍‌ ରୋଲ। ଏହା ତାଙ୍କର ସ୍ୱପ୍ନର ଭୂମିକା ବୋଲି କହିଛନ୍ତି ଜସ୍ମିନ୍‌। ଆଗରୁ ସେ ଯେତେ ସବୁ ଅଭିନୟ କରିଛନ୍ତି, ଏହା ସବୁଠୁ ଅଲଗା ଓ ନିଆରା।ଫିଲ୍ମଟି ହଲ୍‌କୁ ଆସିବାକୁ ଆହୁରି ଅନେକ ସମୟ ବାକି ଥିଲେ ମଧ୍ୟ ଏହା ହିଟ୍‌ ହେବ ବୋଲି ଆଶା ରଖିଛନ୍ତି ସେ। ଏହି ଫିଲ୍ମ ସମସ୍ତଙ୍କୁ ଅଭିଭୂତ କରିବା ଭଳି ଏକ ପ୍ରୋଜେକ୍ଟ ବୋଲି କହିଛନ୍ତି ଜସ୍ମିନ୍‌।

ସୂଚନାଯୋଗ୍ୟ ଯେ ଜସ୍ମିନ୍‌ ଭସିନ୍‌ ତସନ୍‌ ଏ ଇସ୍କ, ଦିଲ ତୋ ହାପ୍ପି ହେ ଜୀ, ନାଗିନ୍‌, ଦିଲ ସେ ଦିଲ ତକ୍‌ ଭଳି ସିରିୟଲରେ କାମ କରିଛନ୍ତି। ଏହା ବ୍ୟତୀତ ସେ ଖତରୋଁ କେ ଖିଲାଡ଼ି ଓ ବିଗ୍‌ ବସ୍‌ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ତେବେ ପୁଣିଥରେ ଟିଭିକୁ ଫେରିବା ନେଇ ପଚାରିବାରୁ ଜସ୍ମିନ୍‌ କହିଛନ୍ତି, ଆଗକୁ ଭଲ ପ୍ରୋଜେକ୍ଟ ମିଳିଲେ ସେ ପୁଣିଥରେ ଟିଭିକୁ ଫେରିବେ। କାରଣ ଟିଭି ପାଇଁ ହିଁ ଆଜି ତାଙ୍କୁ ଏହି ପରିଚୟ ମିଳିଛି।

Also Read: ନାଷ୍ଟ୍ରୋଡମସ୍‌ ଓ ବାବା ଭେଙ୍ଗାଙ୍କ ଭଳି ଏହି ୧୯ ବର୍ଷର ଝିଅ ବି କରୁଛି ଭବିଷ୍ୟବାଣୀ, କହୁଥିବା ସବୁ କଥା ହୋଇଛି ସତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.