ସ୍ତ୍ରୀ ନିଶାଙ୍କ ବିରୋଧରେ କରନ୍‌ ମେହେରାଙ୍କ ବଡ଼ ଖୁଲାସା, କହିଲେ-ଯେଉଁ ଭାଇକୁ ରାକ୍ଷୀ ବାନ୍ଧୁଥିଲା ଏବେ ତା’ ସହ ରଖୁଛି ଶାରୀରିକ ସମ୍ପର୍କ

ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ନୈତିକ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କରନ୍‌ ମେହେରା କିଛି ଦିନ ତଳେ ସ୍ତ୍ରୀ ନିଶା ରାଓ୍ଵଲଙ୍କ ସହ ହୋଇଥିବା ବିବାଦ ଓ ବୈବାହିକ ଜୀବନ ଯୋଗୁ ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣିଥରେ କରନ୍‌ ସ୍ତ୍ରୀଙ୍କ ଠାରୁ ଅଲଗା ହେବା ପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥରକ କରନ୍‌ ସ୍ତ୍ରୀଙ୍କ ଅବୈଧ ସମ୍ବନ୍ଧକୁ ନେଇ ଆଶ୍ଚର୍ଯ୍ୟ କରିଦେବା ଭଳି କଥା କହିଛନ୍ତି।

ନିକଟରେ କରନ୍‌ କାନ୍ଦି କାନ୍ଦି କହିଥିଲେ ଯେ ନିଶା ତାଙ୍କୁ ଛୁଆ ସହ ସାକ୍ଷାତ କରାଇ ଦେଉନାହାନ୍ତି ଓ କୌଣସି ପର ପୁରୁଷ ସହ ତାଙ୍କ ଘରେ ରହୁଛନ୍ତି। ଏବେ କରନ୍‌ ଏହି ପର ପୁରୁଷର ନାଁ ଲୋକଲୋଚନକୁ ଆଣିଛନ୍ତି। କରନ୍‌ ମେହେରା ମୁମ୍ବାଇରେ ଏକ ପ୍ରେସ୍‌ କନ୍‌ଫରେନ୍ସ କରି ପତ୍ନୀ ନିଶାଙ୍କ ବିରୋଧରେ ଚକିତ କରିଦେବା ଭଳି ଖୁଲାସା କରିଛନ୍ତି।

କରନ୍‌ କହିଛନ୍ତି, ତାଙ୍କ ସ୍ତ୍ରୀ ନିଶାଙ୍କର ତାଙ୍କ ଧରମ ଭାଇ ରୋହିତ ସାଥିୟାଙ୍କ ସହ ଅନୈତିକ ସମ୍ପର୍କ ରହିଛି। କରନ୍‌ କହିଛନ୍ତି, ନିଶା ପ୍ରଥମେ ରୋହିତଙ୍କୁ ଭାଇ ବୋଲି କହୁଥିଲେ। ଏମିତି କି ତାଙ୍କ ହାତରେ ରାକ୍ଷୀ ବି ବାନ୍ଧିଛନ୍ତି। କିନ୍ତୁ ଏବେ ସେ ତାଙ୍କ ସହ ଅବୈଧ ସମ୍ପର୍କ ରଖିଛନ୍ତି। କେବଳ ଏତିକି ନୁହେଁ, ନିଶା ଏବେ ରୋହିତଙ୍କ ସହ ତାଙ୍କ ଘରେ ବି ରହୁଛନ୍ତି ବୋଲି କହିଛନ୍ତି କରନ୍‌।

 

View this post on Instagram

 

A post shared by Karan Mehra (@realkaranmehra)


କରନ୍‌ଙ୍କ କହିବାନୁସାରେ, ନିଶା ଯେଉଁ ରୋହିତଙ୍କୁ ଧରମ ଭାଇ କହି ରାକ୍ଷୀ ବାନ୍ଧୁଥିଲେ ଏବେ ତାଙ୍କ ସହ ଶାରୀରିକ ସମ୍ପର୍କ ବି ରଖୁଛନ୍ତି। ଏହି ଭାଇ ତାଙ୍କ ବିବାହରେ କନ୍ୟାଦାନ କରିଥିଲେ। ରୋହିତଙ୍କ ସହ ନିଶାର ଅନୈତିକ ସମ୍ପର୍କ ଥିବା କଥା ତାଙ୍କୁ ଗତ ବର୍ଷ ଜଣାପଡ଼ିଥିଲା। କିନ୍ତୁ ଯଦି ସେତେବେଳେ କିଛି କହିଥାନ୍ତି କେହି ମୋ କଥାକୁ ବିଶ୍ୱାସ କରିନଥାନ୍ତେ। ମୋତେ ୧୪ ବର୍ଷ ଲାଗିଗଲା ପ୍ରମାଣ ଖୋଜିବାରେ। ସାଙ୍ଗମାନେ କିଛି କହିଥିଲେ ଆଉ କିଛି ଅନ୍ୟ ଲୋକ। ଏସବୁ କଥା ମୋ ପୁଅ ସାମ୍ନାରେ ଘଟିଥିଲା ବୋଲି କହିଛନ୍ତି କରନ୍‌। କରନ୍‌ଙ୍କ ଏହି ମନ୍ତବ୍ୟ ଉପରେ ନିଶା କିନ୍ତୁ କୌଣସି ଜବାବ ଦେଇନଥିବା ଜଣାଯାଇଛି।

Also Read: ଲିଜେଣ୍ଟସ୍‌ ଲିଗ୍‌ କ୍ରିକ୍ରେଟ୍‌ ଟୁର୍ଣ୍ଣାମେଣ୍ଟ ବାହାନାରେ ଭାରତ ମାଟିରେ ଖେଳିବାକୁ ଆସିବେ ପାକ୍‌ ଖେଳାଳି, ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର

Leave A Reply

Your email address will not be published.