ବିବାହ ବନ୍ଧନରେ ବାନ୍ଧି ହେଲେ କରିସ୍ମା ଏବଂ ବରୁଣ, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରଲ
ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରଲ୍ ହେଉଛି । ଫ୍ୟାନ୍ସ, ବନ୍ଧୁ ଓ ପରିଜନ ମାନେ କପଲଙ୍କ ଫଟୋକୁ ସେୟାର୍ କରି ବିବାହ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି । କରିସ୍ମା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର୍ କରିଛନ୍ତି।
ସୂଚନାଯୋଗ୍ୟ, ବରୁଣ ବଙ୍ଗେର ଏବଂ କରିସ୍ମା ତନ୍ନାଙ୍କ ଫଟୋ ବିରଳ ଭିୟାନୀଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଦୁହେଁ ପାପାରାଜିଙ୍କୁ ପୋଜ୍ ଦେଇ ହସରେ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି। କରିସ୍ମା ଏବଂ ବରୁଣଙ୍କ େଓ୍ଵଡିଂ ଫଟୋ ଭାଇରଲ ହେଉଛି।
View this post on Instagram
ଏହା ବ୍ୟତୀତ କରିସ୍ମାଙ୍କ ଫ୍ୟାନ୍ ପେଜ୍ ରେ ବିବାହ ସମୟର ଭିଡିଓ ଅପଲୋଡ୍ କରାଯାଇଛି । କ୍ୟାମେରା ସାମନାରେ ଦୁହେଁ ଖୁବ୍ ସୁନ୍ଦର୍ ପୋଜ୍ ଦେଉଥିବା ନଜର ଆସିଛନ୍ତି । ସୂଚନା ଯେ, ଗତବର୍ଷ ନଭେମ୍ବର ମାସରେ ବରୁଣ ବଙ୍ଗେରାଙ୍କ ସହିତ ନିର୍ବନ୍ଧ କରିଥିଲେ । ସେମାନଙ୍କ ଫଟୋକୁ ଏକତା କପୁରଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି।