ବିବାହ ପରେ ବିକି ନୁହେଁ ବିଜୟ ସେତୁପତୀଙ୍କ ହାତ ଧରିଲେ କ୍ୟାଟ୍ରିନା, ଜାଣନ୍ତୁ କାହିଁକି

ଗତ କିଛିଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ। କ୍ୟାଟ୍ରିନା ବାହା ହେବା ପରେ ଆଗାମୀ ଫିଲ୍ମର ଘୋଷଣା କରିଦେଇଛନ୍ତି। କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଫିଲ୍ମରେ କ୍ୟାଟ୍ରିନା ପ୍ରଥମ ଥର ପାଇଁ ବିଜୟ ସେତୁପତିଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଶ୍ରୀରାମ ରାଘବନ କରୁଛନ୍ତି। ଆଉ ଲିଡ ରୋଲରେ ନଜର ଆସିବେ ସୁପରଷ୍ଟାର ବିଜୟ।

ଏହି ଫିଲ୍ମର ନାମ ରହିଛି ‘ମେରୀ କ୍ରିସମାସ’। କ୍ୟାଟ୍ରିନା ନିଜ ଫିଲ୍ମ ଇନଷ୍ଟାରେ ପୋଷ୍ଟ କରିବା ପରେ ନେହା ଧୂପିଆ ତାଙ୍କୁ ଶୁଭକାମନା ଜଣାଇବା ସହିତ କମେଣ୍ଟ ମଧ୍ୟ ଦେଇଛନ୍ତି। ଏହି ଫିଲ୍ମ ବିଷୟରେ କ୍ୟାଟ୍ରିନା ହିଁ ପ୍ରଥମେ ସେୟାର କରିଛନ୍ତି। କ୍ୟାଟ୍‌ ଇନଷ୍ଟାଗ୍ରାମରେ ଫିଲ୍ମର ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଟିମ୍‌ର ଫଟୋ ସେୟାର କରିଛନ୍ତି।

 

View this post on Instagram

 

A post shared by Katrina Kaif (@katrinakaif)


କ୍ୟାଟ୍‌ ଏବଂ ବିଜୟଙ୍କ ଏହି ଫିଲ୍ମ ଆସନ୍ତା ଡିସେମ୍ବରରେ ରିଲିଜ ହେବାର ରହିଛି। ଫିଲ୍ମର ପ୍ରଡକ୍ସନ ରମେଶ ତୋରାନୀଙ୍କ ଟିପ୍ସ ଇଣ୍ଡଷ୍ଟୀଜ ମ୍ୟାଚ୍‌ବକ୍ସ ଫିକଚର୍ସ ପ୍ରାଇଭେଟ ଲିମିଟେଡ୍‌ କରୁଛି। କ୍ୟାଟ୍ରିନା ଏବେ ଫିଲ୍ମ ଟାଇଗର-୩ର ସୁଟିଂ ସାରିଛନ୍ତି। ଫିଲ୍ମରେ ସଲମାନଙ୍କ ସହିତ ଦମଦାର ଅଭିନୟ କରୁଥିବାର ନଜର ଆସିବେ କ୍ୟାଟ୍ରିନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.