ଆଖିରେ ଆଖିଏ ନିଦ ତଥାପି ଓଠରେ ହସ, ଭିକ୍କିଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ କ୍ୟାଟ୍ରିନା କୈଫ୍‌

ବଲିଉଡ୍‌ର ନବ ବିବାହିତ ଯୋଡ଼ି କ୍ୟାଟ୍ରିନା ଓ ଭିକ୍କି କୌଶଲ ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜ ଭଲ ପାଇବା ଦର୍ଶାଇଥାନ୍ତି। ଏହି ଦୁଇ ସେଲିବ୍ରିଟିଙ୍କ ଫଟୋକୁ ଫ୍ୟାନ୍‌ମାନେ ବି ଅତି ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ଦର୍ଶକଙ୍କ ଏତେ ମାତ୍ରାରେ ଭଲ ପାଇବା ଦେଖି ଏବେ ଭିକ୍କି ଓ କ୍ୟାଟ୍‌ ପୁଣିଥରେ ନିଜ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଉଭୟେ ରେମାଣ୍ଟିକ୍‌ ଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି।

କ୍ୟାଟ୍ରିନା କୈଫ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଭିକ୍କିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଉଭୟେ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଦେଖାଯାଇଛି। ଉଭୟେ ସନ୍‌ଗ୍ଲାସ୍‌ ଲଗାଇଛନ୍ତି। କ୍ୟାଟ୍ରିନା ଏହି ଫଟୋ ତଳେ ଏକ ଷ୍ଟିକର ଲଗାଇଛନ୍ତି। ଯେଉଁଥିରୁ ଜଣାପଡ଼ୁଛି ଯେ ସେ ନିଦରେ ଅଛନ୍ତି।

katrina
Image Credit: Instagram

ଭିକ୍କି ଓ କ୍ୟାଟ୍ରିନା ଉଭୟେ ବିବାହ ପରେ ନିଜ ନିଜ କାମକୁ ଫେରିଛନ୍ତି। ବାହାଘର ପରେ ଭିକ୍କି ଫିଲ୍ମ ସୁଟିଂ ପାଇଁ ଇନ୍ଦୋର ଯାଉଥିବା ବେଳେ କ୍ୟାଟ୍ରିନା ମାଲଦ୍ୱୀପ ଯାଇଥିଲେ। କିନ୍ତୁ ଏବେ ଉଭୟେ ପରସ୍ପର ସହ ସମୟ ଅତିବାହିତ କରୁଛନ୍ତି। ଉଭୟଙ୍କର ଇନ୍ଦୋରର ଫଟୋ ବି ମଝିରେ ଭାଇରାଲ ହୋଇଥିଲା।

ଭାଲେଣ୍ଟାଇନ୍‌ ଡେ ଅବସରରେ କ୍ୟାଟ୍ରିନା ଭିକ୍କିଙ୍କ ସହ ଫଟୋ ସେୟାର କରିଥିଲେ। ଫଟୋରେ ଉଭୟ ହଗ୍‌ କରୁଥିବା ଦେଖାଯାଇଥିଲା। କ୍ୟାଟ୍ରିନା ଫଟୋ ସେୟାର କରି ଲେଖିଥିଲେ-ଏ ବର୍ଷ ବୋଧେ ଆମେ ରୋମାଣ୍ଟିକ୍‌ ଡିନର କରିପାରିବାନି, କିନ୍ତୁ ତୁମେ ଅସୁବିଧା ସମୟକୁ ସହଜ କରିଦିଅ ଆଉ ତାହା ହିଁ ମୋ ପାଇଁ ଗୁରୁତ୍ୱ ରଖେ।

Also Read: ୫ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା: ମାମୁକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.