କୁନାଲ ଖେମୁ ଗୋଡ଼ରେ କଲେ ଟାଟୁ, ବନେଇବାକୁ ଲାଗିଲା ୩୦ ଘଣ୍ଟା ! Video ଦେଖନ୍ତୁ ଏବଂ ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ

ବଲିଉଡ ଅଭିନେତା କୁନାଲ ଖେମୁଙ୍କ ଟାଟୁ ପ୍ରତି ବହୁତ ଦୁର୍ବଳତା ରହିଛି। ନିକଟରେ ସେ ନିଜ ଝିଅ ଇନାୟାର ଜନ୍ମଦିନ ଅବସରରେ ତା’ରି ନାଁର ଟାଟୁ କରିଥିଲେ। କୁନାଲ ଏହି ଟାଟୁ ତାଙ୍କ ଛାତିରେ ବନାଇଥିଲେ, ଯାହାକୁ ସେୟାର କରି ସେ ଏହା ତାଙ୍କ ପାଇଁ ବହୁତ ଖାସ ବୋଲି କହିଥିଲେ। କାରଣ ଏହା ଜରିଆରେ ତାଙ୍କ ଝିଅ ସବୁବେଳେ ତାଙ୍କ ପାଖରେ ରହିବ।

cv

ଏବେ ସେ ପୁଣି ଏକ ଟାଟୁ କରିଛନ୍ତି, ଯାହା ବହୁତ ଶାନଦାର ରହିଛି। କୁନାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଟାଟୁର ଏକ ଭିଡ଼ିଓ ଏବଂ ଫଟୋ ସେୟାର କରିଛନ୍ତି, ଯାହାକୁ ତାଙ୍କ ସେଲିବ୍ରିଟି ସାଙ୍ଗ ଏବଂ ଫ୍ୟାନମାନେ ଖୁବ ପସନ୍ଦ କରିଛନ୍ତି। ଭିଡ଼ିଓରେ କୁନାଲ ଗୋଡ଼ରେ ଏକ ବାଘର ଟାଟୁ କରିଥିବା ଦେଖିବାକୁ ମିଳିଛି। ଏହି ଟାଟୁର ଖାସ କଥା ହେଉଛି, ଏହାକୁ ବନାଇବାରେ ୩୦ ଘଣ୍ଟା ସମୟ ଲାଗିଛି। ଏ ନେଇ କୁନାଲ ନିଜେ ହିଁ ସୂଚନା ଦେଇଛନ୍ତି।

 

ଏହାର ଫଟୋ ସେୟାର କରି କୁନାଲ କ୍ୟାପସନ ଲେଖିଛନ୍ତି, ଶେଷରେ ଏହା କଂପିଲଟ ହିଁ ହେଲା। ଏହି ଟାଟୁ ମୋ ଗୋଡ଼ରେ ୨୦୧୬ରୁ ଥିଲା, କିନ୍ତୁ ଏହାକୁ ମୁଁ କେବେ ପୋଷ୍ଟ କରି ନ ଥିଲି। କିନ୍ତୁ ୩୦ ଘଣ୍ଟା ପରେ ଶେଷରେ ଏହା ପୂରା ହୋଇଗଲା। ଏହାକୁ ପୂରା କରିବାରେ ପ୍ରତ୍ୟେକ ସେସନରେ ପାଖାପାଖି ୬-୬ ଘଣ୍ଟା ସମୟ ଲାଗିଛି। ଏହା ମୋତେ ବହୁତ ପସନ୍ଦ’।

 

View this post on Instagram

 

A post shared by Kunal Kemmu (@khemster2) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.