ଭଜନକୁ ଆପତ୍ତିଜନକ ସିନରେ ବ୍ୟବହାର କଲେ କରଣ : ଇଣ୍ଟରନେଟରେ ରାଗିଲେ ଲତାଙ୍କ ପରିବାର

ମୁମ୍ବାଇ : ନିର୍ଦ୍ଦେଶକ କରଣ ଜୋହରଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି କୋକିଳ କଣ୍ଠଧାରି ଲତା ମଙ୍ଗେସକର । ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି ଏବେ ଲତାଙ୍କ ପରିବାର କରଣ ଜୋହରଙ୍କ ଉପରେ ରାଗିଛନ୍ତି । କାରଣ ଲତାଙ୍କ ଭଜନକୁ ସେ ଲଷ୍ଟ ଷ୍ଟୋରିଜ୍ ନାମକ ଏକ ୱେବସିରିଜର ଆପତ୍ତିଜନକ ସିନରେ ବ୍ୟବହାର କରିଛନ୍ତି । ଅଶ୍ଲିଳ ସିନରେ ଏହି ଗୀତକୁ ବ୍ୟବହାର କରିଥିବା ନେଇ ଆପତ୍ତି ଜଣାଇଛନ୍ତି ଲତାଙ୍କ ପରିବାର ସଦସ୍ୟ ।

ଲତାଙ୍କ ପରିବାରର ଜଣେ ସଦସ୍ୟ ଇଣ୍ଟରନେଟର ସାଇଟକୁ ଇଣ୍ଟରଭ୍ୟୁ ଦେଉଥିବା ସମୟରେ କହିଛନ୍ତି , ଲତା ଦିଦିଙ୍କ ଭଜନ ଭଳି ଗୀତକୁ ଆପତ୍ତିଜନକ ସିନରେ ବ୍ୟବହାର କରିବାର କରଣଙ୍କର କଣ ଆବଶ୍ୟକତା ରହିଥିଲା। ମୋର ଏବେ ମଧ୍ୟ ମନେ ଅଛି ଯେତେବେଳେ ଲତା ଦିଦି କଭି ଖୁସି କଭି ଗମ୍ ଚଳଚ୍ଚିତ୍ରର ଏହି ଗୀତକୁ ଗାଇଥିଲେ ଏବଂ ତାଙ୍କ ସ୍ବପ୍ନ ପୁରଣ ହୋଇଯାଇଥିଲା କରଣ କହିଥଲେ । ଏବେ କରଣ ତାଙ୍କ ଭଲ ସ୍ବପ୍ନକୁ ଖରାପ ସ୍ବପ୍ନରେ କାହିଁକି ପରିବର୍ତ୍ତନ କରିଛନ୍ତି । ତେବେ ଏପର୍ୟ୍ୟନ୍ତ ଲତାଙ୍କୁ ଏହା ବିଷୟରେ କିଛି କୁହାଯାଇନାହିଁ । କାରଣ ଏହି ବୟସରେ ଏପରି ବେକାର କଥା ଆମେ ତାଙ୍କୁ ଜଣାଇବା ପାଇଁ ଚାହୁଁନାହୁ ।

Leave A Reply

Your email address will not be published.