ଆରପାରିରେ ଟିଭି ଅଭିନେତା ରସିକ ଦବେ, ୬୫ ବର୍ଷ ବୟସରେ ମୁମ୍ବାଇର ଏକ ହସ୍‌ପିଟାଲରେ ପରଲୋକ

ଜଣାଶୁଣା ଟିଭି ଏବଂ ଫିଲ୍ମ ଅଭିନେତା ରସିକ ଦବେଙ୍କର ଶୁକ୍ରବାର ରାତି ୮ ଟାରେ ଦେହାନ୍ତ ହୋଇଛି। ମୁମ୍ବାଇର ଏକ ହସ୍‌ପିଟାଲରେ ବିଳମ୍ବିତ ରାତିରେ ରସିକ ଦବେଙ୍କ ପରଲୋକ ହୋଇଯାଇଛି। ତେବେ ଏହା ବ୍ୟତୀତ ସେ ଅନେକ ଗୁଜୁରାଟୀ ନାଟକ, ଗୁଜୁରାଟୀ ଫିଲ୍ମ ଏବଂ ଅନେକ ସିରିଏଲରେ ମଧ୍ୟ କାମ କରିଥିଲେ। ଏସବୁ ବ୍ୟତୀତ ସେ ପ୍ରସିଦ୍ଧ ଅଭିନେତ୍ରୀ କେତକୀ ଦବେଙ୍କ ସ୍ୱାମୀ ଥିଲେ। ସେ ପ୍ରାୟ ଦୁଇ ବର୍ଷ ଧରି ଡାଏଲିସିସରେ ପୀଡିତ ଥିଲେ ଏବଂ ତାଙ୍କୁ ସପ୍ତାହରେ ତିନିଥର ଡାକ୍ତରଖାନା ଯିବାକୁ ପଡୁଥିଲା।

ରସିକ ଦବେଙ୍କର ଉଭୟ କିଡନୀ ନଷ୍ଟ ହୋଇଯାଇଥିଲା। ସେ ଚିକିତ୍ସା ପାଇଁ ସପ୍ତାହରେ ତିନିଥର ଡାକ୍ତରଖାନା ଯାଉଥିଲେ, କିନ୍ତୁ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ସେ ମୁମ୍ବାଇର ଏକ ଡାକ୍ତରଖାନାରୁ ଚିକିତ୍ସିତ ହେଉଥିଲେ। ରସିକ୍ ଦବେ କେବଳ ଅନେକ ଗୁଜୁରାଟୀ ନାଟକ ଏବଂ ଚଳଚ୍ଚିତ୍ରରେ କାମ କରିନଥିଲେ, ବରଂ ସେ ଅନେକ ଗୁଜୁରାଟୀ ନାଟକର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

ରସିକ୍ ଦବେଙ୍କୁ ଶେଷ ଥର ପାଇଁ କଲର୍ସ ଟିଭି ଚ୍ୟାନେଲ୍ ଲୋକପ୍ରିୟ ସିରିଏଲ୍ ସଂସ୍କାର ଧରୋହର ଅପନୋଁ କି ରେ ଦେଖିବାକୁ ମିଳିଥିଲା। ଏହା ସହିତ ସିଆଇଟି, କୃଷ୍ଣା ଭଳି ଲୋକପ୍ରିୟ ଟିଭି ଶୋ’ର ଅଂଶବିଶେଷ ଥିଲେ । ସେ ଅଭିନେତ୍ରୀ କେତକୀ ଦେବୀଙ୍କୁ ବିବାହ କରିଥିଲେ ।

କେତକୀ ଓ ରସିକ ରିୟଲିଟି ଶୋ’ ନଚ ବଲିଏରେ ମଧ୍ୟ ଦେଖାଦେଇଥିଲେ ଏବଂ ଅନେକ ଟିଭି ଶୋ’ର ମୁହଁ ପାଲଟିଥିଲେ । ନିର୍ମାତା ଜେଡି ମଜିଠିଆ ସାମାଜିକ ଗଣମାଧ୍ୟମ ଜରିଆରେ ଦବେଙ୍କ ପରଲୋକ ନେଇ ସ୍ପଷ୍ଟ କରିଛନ୍ତି । ଜେଡି ଅନେକ ନାଟକରେ ଦବେଙ୍କ ସହିତ କାମ କରିଛନ୍ତି । ଜେଡି ମଜେଠିଆ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦବେ ବିଗତ କିଛି ବର୍ଷ ହେଲା ଡାଇଲିସିସରେ ଥିଲେ । ୧୫ ଦିନ ପୂର୍ବରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କେତକୀ ଓ ରସିକଙ୍କ ୨ ସନ୍ତାନ ହେଉଛନ୍ତି ଋଦ୍ଧି ଓ ଅଭିଷେକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.