ସଲମାନ୍ ଏବଂ ଆମୀରଙ୍କୁ ମାତ୍ ଦେବେ ମହେଶ ବାବୁ : ଖୁବ୍ ଶୀଘ୍ର ବଲିଉଡରେ କରିବେ ଏଂଟ୍ରି

ସଲମାନ୍ ଏବଂ ଆମୀରଙ୍କୁ କଡା ଟକ୍କର । ଖୁବ୍ ଶୀଘ୍ର ବଲିଉଡରେ ଏଂଟ୍ରି କରିପାରନ୍ତି ସାଉଥ୍ ସୁପରଷ୍ଟାର୍ ମହେଶ ବାବୁ । ଏନେଇ ଏକ ଗୁପ୍ତ ମିଟିଂ ମଧ୍ୟ କରିଛନ୍ତି ମହେଶ୍ ।

ସୂଚନା ମୂତାବକ ନିଜ ପରିବାର ସହ ଛୁଟି ବିତାଇବାକୁ ବିଦେଶ ଯାଇଥିଲେ ମହେଶ ବାବୁ । କିନ୍ତୁ ଫେରିବା ସମୟରେ ମୁମ୍ବାଇରେ କିଛି ଦିନ ରହି ଜଣଙ୍କୁ ଦେଖାକରି ଫେରିଥିଲେ । ତେବେ ମହେଶ ବାବୁଙ୍କ ଏହି ଗୁପଚୁପ୍ ମିଟିଂକୁ ବଲିଉଡରେ ଡେବ୍ଯୁ କରିବା ସହ ଯୋଡାଯାଉଛି । ତେବେ ମୁମ୍ବାଇରେ ମହେଶ ବାବୁଙ୍କ ଏହି ମିଟିଂକୁ ବଲିଉଡ୍ ସହ ଏଥିପାଇଁ ଯୋଡା ଯାଉଛି ଯେ ନିକଟରେ ଏକ ସାକ୍ଷାତକାରରେ ମହେଶ ବାବୁ ହିନ୍ଦି ସିନେମା ଜଗତରେ ପାଦ ରଖିବାର ଇଛା ଜାହିର୍ କରିଥିଲେ ।

କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ତେଲୁଗୁ ସିନେମା ’ଶ୍ରୀମଥୁଡ’ର ହିନ୍ଦି ରିମେକ୍ ହେବାକୁ ଯାଉଛି । ଯେଉଁଥିରେ ସଲମାନ୍ କିମ୍ବା ହ୍ରିତିକ୍ ଯେକୌଣସି ଜଣଙ୍କୁ ଲିଡ୍ ଆକ୍ଟର ଭାବରେ ନିଆଯାଇପାରେ । ସେ ସମୟରେ ଖବର ଆସିଥିଲା ଯେ ବଲିଉଡରେ ମହେଶ ବାବକୁ ଏଂଟ୍ରି କରିବେ ନାହିଁ । ଏମିତିରେ ସାଉଥ୍ ଷ୍ଟାରଙ୍କ ବଲିଉଡରେ ପାଦ ରଖିବା ଖବର ନିଶ୍ଚିତ ଭାବରେ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଶେଷଥର ପାଇଁ  ଭାରତ ଏଏନ୍ ନେନୁରେ ନଜର ଆସିଥିଲେ ସାଉଥର ଏହି ସୁପରଷ୍ଟାର୍ । ସିନେମାଟି ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.