ଅର୍ଜୁନ କପୁରଙ୍କ ସହ ନିର୍ବନ୍ଧ କରିନେଲେ କି ମଲାଇକା ଅରୋରା! ଭିଡିଓ ପୋଷ୍ଟ କରି ବଡ଼ ହୀରା ମୁଦି ଦେଖାଇଲେ ଅଭିନେତ୍ରୀ

ଅରବାଜ ଖାନଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ମଲାଇକା ଅରୋରା ନିଜଠୁ ୧୨ ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି। ପ୍ରଥମେ ଦୁହେଁ ଲୁଚାଛପାରେ ଡେଟ କରୁଥିଲେ, ହେଲେ ଏବେ ସେମାନେ ନିଜ ରିଲେସନଶିପ୍‌କୁ ନେଇ ବହୁତ ଓପନ୍‌ ଅଛନ୍ତି ଏବଂ ପବ୍ଲିକ୍‌ରେ ମଧ୍ୟ ଏକାଠି ନଜର ଆସୁଛନ୍ତି। ଏହାରି ଭିତରେ ମଲାଇକା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରୁ ଫ୍ୟାନ୍‌ମାନେ ଅନୁମାନ କରୁଛନ୍ତି କି, ଅର୍ଜୁନ କପୁରଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଯାଇଛି। ମଲାଇକା ଏହି ଭିଡିଓରେ ନିଜ ରିଙ୍ଗ୍‌ ଫିଙ୍ଗରରେ ଏକ ବଡ଼ ହୀରା ମୁଦି ଫ୍ଲଣ୍ଟ୍‌ କରୁଛନ୍ତି, ଯାହାକୁ ସେ ପୂର୍ବରୁ କେବେ ପିନ୍ଧିଥିବାର ଦେଖାଯାଇ ନ ଥିଲା। ଆସନ୍ତୁ ଜାଣିବା ପ୍ରକୃତ କଥା କ’ଣ ରହିଛି।

ମଲାଇକା ଓ ଅର୍ଜୁନ ସେମାନଙ୍କ ସମ୍ପର୍କକୁ ନେଇ ବହୁତ ଓପନ୍‌ ଅଛନ୍ତି। ପରିବାର ଓ ସାଙ୍ଗସାଥୀଙ୍କ ବ୍ୟତୀତ ଫ୍ୟାନମାନେ ମଧ୍ୟ ଉଭୟଙ୍କ ରିଲେସନଶିପ୍‌ ବିଷୟରେ ଜାଣିଛନ୍ତି। ଦୁହେଁ ଏକାଠି ଛୁଟି କାଟି ଥାଆନ୍ତି, ପାର୍ଟିକୁ ଯାଆନ୍ତି ଏବଂ ପରସ୍ପରର ଘରେ ମଧ୍ୟ ଏକାଠି ନଜର ଆସି ଥାଆନ୍ତି। ଏବେ ଲାଗୁଛି ଯେ ଏହି ଷ୍ଟାର କପଲ୍‌ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ଦୁହେଁ ନିର୍ବନ୍ଧ ମଧ୍ୟ କରି ନେଇଛନ୍ତି। ଭିଡିଓରେ ମଲାଇକାଙ୍କୁ ଏକ ବଡ଼ ଡାଇମଣ୍ଡ ମୁଦି ସହ ଦେଖିବାକୁ ମିଳୁଛି।

କହି ରଖୁଛୁ କି, ମଲାଇକା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓରେ ତାଙ୍କ ସେଲ୍ଫି କ୍ୟାମେରା ଅନ୍‌ ଅଛି ଏବଂ ଅଭିନେତ୍ରୀ ଟୋପି ପିନ୍ଧି ଖରାରେ ପୋଜ୍‌ ଦେଉଛନ୍ତି। ମଲାଇକା ନିଜ ବାମ ହାତକୁ କ୍ୟାମେରା ସାମ୍ନାରେ ରଖିଛନ୍ତି ଏବଂ ତାଙ୍କ ରିଙ୍ଗ୍‌ ଫିଙ୍ଗରରେ ଏକ ବଡ଼ ହୀରା ମୁଦି ନଜର ଆସୁଛି। ତେବେ ଏଠି କହି ରଖୁଛୁ, ଏହି ଭିଡିଓ ଏକ ଥ୍ରୋବ୍ୟାକ୍‌ ଭିଡିଓ, ଯାହାକି ପୁଣିଥରେ ଏବେ ଭାଇରାଲ ହେଉଛି। ତେଣୁ ଏମିତି ବି ହୋଇପାରେ, ମଲାଇକା ଓ ଅର୍ଜୁନ ନିର୍ବନ୍ଧ କରି ନ ଥାଇପାରନ୍ତି। ସୂଚନାଥାଉ କି, ମଲାଇକା ପୂର୍ବରୁ ଅରବାଜ ଖାନଙ୍କ ପତ୍ନୀ ଥିଲେ ଏବଂ ଉଭୟଙ୍କର ଏକ ପୁଅ ମଧ୍ୟ ଅଛି। ଏବେ ମଲାଇକା ଅର୍ଜୁନଙ୍କୁ ଏବଂ ଅରବାଜ ଜର୍ଜିଆଙ୍କୁ ଡେଟ କରୁଛନ୍ତି।

 

View this post on Instagram

 

A post shared by Malaika Arora (@malaikaaroraofficial)

ସେପଟେ ଏକ ରିପୋର୍ଟ ଅନୁସାରେ, ବଲିଉଡ୍‌ର ଏହି ଯୋଡ଼ି ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ବିବାହ ପାଇଁ ଯୋଜନା କରୁଛନ୍ତି। ବିବାହରେ କେବଳ ଉଭୟଙ୍କ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁ ହିଁ ଉପସ୍ଥିତ ରହିବେ। ରଣବୀର-ଆଲିଆ ଏବଂ କ୍ୟାଟ୍ରିନା-ଭିକ୍କି କୌଶଲଙ୍କ ଭଳି ଏମାନଙ୍କ ବିବାହ ମଧ୍ୟ ସିକ୍ରେଟ୍‌ ତରିକାରେ ମୁମ୍ବାଇରେ ହେବ। କହି ରଖୁଛୁ, ଅଭିନେତା ଅର୍‌ବାଜ ଖାନଙ୍କଠାରୁ ଛାଡ଼ପତ୍ର ନେବା ପରେ ମଲାଇକା ଅରୋରା ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ଏହି ଯୋଡ଼ି ଧୁମ୍‌ଧାମରେ ବିବାହ କରିବାକୁ ଚାହୁଁ ନାହାନ୍ତି। ତେଣୁ ଦୁହେଁ ନିଜ ବିବାହକୁ କେବଳ ରେଜିଷ୍ଟର୍‌ କରାଇବା ପରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.