ତିନି ତଲାକ ପରେ ମଦ ଓ ମୋହବତ୍‌ଠୁ କେବେ ମୁକ୍ତି ପାଇ ନଥିଲେ ମୀନା କୁମାରୀ, ଶେଷ ଜୀବନ ଯାଏ କଟିଥିଲା ଅଶାନ୍ତିରେ

ହିନ୍ଦୀ ସିନେମା ଜଗତର ଏମିତି ଦୁଇଜଣ କଳାକାର ଥିଲେ ଯାହାଙ୍କୁ ଟ୍ରାଜେଡି କିଙ୍ଗ ଓ ଟ୍ରାଜେଡି କ୍ୱିନ ଭାବେ ବଲିଉଡରେ ପରିଚିତ ଥିଲେ । ଜଣେ ଥିଲେ ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାର ଓ ଅନ୍ୟ ଜଣେ ମୀନାକୁମାରୀ । ଫରକ ଥିଲା ଦିଲ୍ଲୀପ କୁମାର ଶେଷ ଜୀବନ ଯାଏ ଶାନ୍ତିରେ ଜୀବନ ବିତାଇଥିବା ବେଳେ ମୀନାକୁମାରୀଙ୍କ ଜୀବନ ଥିଲା ବଡ଼ ଦୁର୍ବିସହ । ଶେଷ ଯାଏ ଜୀବନ ତାଙ୍କ ପାଇଁ ବୋଝ ପାଲଟି ଯାଇଥିଲା । ଶେଷ ଜୀବନ ଯାଏ ସେ ସଂଘଷରେ ଦିନ କାଟିଥିଲେ ।

ମୀନା କୁମାରୀ ସାରା ଜୀବନ ନିଜର ପ୍ରକୃତ ପ୍ରେମକୁ ଝୁରି ହେଉଥିଲେ । ଯାହାଙ୍କ ଉପରେ ଭରଷା କିର ସେ ପ୍ରେମ କରିଥିଲେ,ସେ ତାଙ୍କୁ ଧୋକା ଦେଇଗଲେ । ସେ ଏତେ ଭାଙ୍ଗି ପଡିଥିଲେ ଯେ ମଦକୁ ନିଜର ସାହାରା ବନାଇ ଦେଇଥିଲେ । କୁହାଯାଏ ଏମିତି କୌଣସି ସମୟ ନଥିଲା ସେ ତାଙ୍କ ଜନ୍ମକୁ ଧିକ୍କାର କରୁନଥିଲେ । ମୀନା କୁମାରୀଙ୍କ ଯେତେବେଳେ ଜନ୍ମ ହୋଇଥିଲା ତାଙ୍କ ବାପା ତାଙ୍କୁ ଅନାଥ ଆଶ୍ରମରେ ଛାଡିଦେଇଥିଲେ ।

meenakumari-
photo credit : patrika.com

କାରଣ ସେ ଏକ ପୁଅ ଚାହୁଁଥିଲେ । ମୀନା କୁମାରୀ ଏତେ କାନ୍ଦିବାର ଦେଖି ପୁଣି ତାଙ୍କୁ ତାଙ୍କ ବାପା ଘରକୁ ନେଇ ଆସିଥିଲେ । ମୀନା କୁମାରୀ ବହୁତ ସୁନ୍ଦରୀ ଥିଲେ । ହେଲେ ତାଙ୍କର ଭାଗ୍ୟ ଥିଲା ବହୁତ ଅସୁନ୍ଦର । ଆଜି ବି ପ୍ରଶଂସକ ମୀନା କୁମାରୀଙ୍କ ଫିଲ୍ମ ଗାନା, ଗଜଲ ଓ ସାୟରୀ ମନେ ପକାଉଛନ୍ତି ।

୧୯୫୫ ରେ ମୀନା କୁମାରୀ ଫିଲ୍ମ ‘ପରିଣୀତା’ ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ସେଇଠୁ ଆରମ୍ଭ ହୋଇଥିଲା ମୀନା କୁମାରୀଙ୍କ ପ୍ରେମ କାହାଣୀ । ଫିଲ୍ମ ନିର୍ଦ୍ଦେଶକ କମାଲ ଅମରୋହଙ୍କୁ ବିବାହ କରିଥିଲେ ମଧ୍ୟ ବେଶୀ ଦିନ ତିଷ୍ଠି ରହିନଥିଲା ତାଙ୍କର ବିବାହ । ଅଳ୍ପ ଦିନ ପରେ ତିନି ତଲାକ ଯୋଗୁ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା ।

ଫଳରେ ସେ ତାଙ୍କର ସେର, ସାୟରୀ ଓ ଗଜଲ ଲେଖିବା ଛାଡି ଦେଇଥିଲେ । ମୀନା କୁମାରୀ କମାଲଙ୍କ ତଲାକ ଉପରେ ଏମିତି କିଛି ଲେଖିଥିଲେ ‘ ତଲାକ୍‌ ତୋ ଦେ ରହେ ହୋ ନଜର-ଏ-କହର କି ସାଥ, ଜବାନୀ ଭି ମେରୀ ଲୋଟା ଦୋ ମେରେ ମେହର କେ ସାଥ’ ଯାହା ବହୁତ ହୃଦୟ ସ୍ପର୍ଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.