ଅବିକଳ କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଛନ୍ତି ଏହି ମଡେଲ, ସୋସିଆଲ ମିଡିଆରେ ଛାଇ ରହିଛି ତାଙ୍କ ଜଲୱା

ଅନେକ ସମୟରେ ଦେଖାଯାଏ ବଲିଉଡ ଷ୍ଟାର ମାନଙ୍କର ଅବିକଳ ନକଲ ସାମ୍ନାକୁ ଆସନ୍ତି । କିନ୍ତୁ ଏମାନେ କେବଳ ମାତ୍ର ସୋସିଆଲ ମିଡିଆରେ ହିଁ ହିଟ ହୋଇଥାନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ କମ ଜଣ ଏମିତି ଥିବେ ଯେଉଁମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବେ । ଅବଶ୍ୟ ଆଜିକାଲି ସୋସିଆଲ ମିଡ଼ିଆକୁ ସବୁଠାରୁ ବଡ ପାୱାରଫୁଲ ମାଧ୍ୟମ ଭାବେ ଧରାଯାଏ । ଯେଉଁ ମାନଙ୍କର ପ୍ରକୃତ ଦକ୍ଷତା ରହିଛି, ଯେଉଁମାନେ ଅସଲି ସୌନ୍ଦର୍ଯ୍ୟର ଅଧିକାରୀ ସେମାନଙ୍କୁ ସମ୍ମାନ ଦେବାକୁ ସାଧାରଣ ଜନତା ପଛ ଘୁଞ୍ଚା ଦିଅନ୍ତି ନାହିଁ । ମଡେଲ ଆଲିୟା ରାୟଙ୍କୁ ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଅବିକଳ ଭାବରେ ଧରାଯାଉଛି । ଅନଲାଇନ କ୍ଷେତ୍ରରେ ମଧ୍ୟ ତାଙ୍କର ଖୁବ ଫ୍ୟାନ୍ସ ଫଲୋଅର୍ଶ ଅଛନ୍ତି ।

ପ୍ରଥମେ ତାଙ୍କୁ ଟିକଟକ ଜରିଆରେ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ବୋଧ ହୁଏ କ୍ୟାଟ୍ରିନାଙ୍କ ଅବିକଳ ଭାବେ ଦେଖାଯାଉଥିବାରୁ ତାଙ୍କ ଭିଡିଓ ଗୁଡିକ ଖୁବ ଭାଇରାଲ ହୋଇଥାଏ । ଦ୍ଵିତୀୟ କ୍ୟାଟ୍ରିନା ନାଁରେ ବି ସେ ଖୁବ ଖ୍ୟାତି ଅର୍ଜନ କରିଛନ୍ତି । ଟିକଟକ ବ୍ୟାନ ହେବା ପରେ ଏବେ ଇନ୍ଷ୍ଟଗ୍ରାମରେ ନିଜ ପପୁଲାରିଟି ବଢ଼ାଇବାରେ ଲାଗିଛି । ଇନ୍ଷ୍ଟଗ୍ରାମରେ ତାଙ୍କର ୭୦ ଲକ୍ଷରୁ ଅଧିକ ସଂଖ୍ୟକ ଫ୍ୟାନ୍ସ ଫଲୋଅର୍ଶ ଅଛନ୍ତି । ସୋସିଆଲ ମିଡିଆରେ ଆଲିୟା ଗୋଟେ ପରେ ଗୋଟେ ଦମଦାର ପୋଜ ଦେବାରେ ଲାଗିଛନ୍ତି । ଗ୍ଲାମରସ ଫୋଟୋସୁଟ କରୁଥିବା ମଧ୍ୟ ଦେଖାଦେଇଛନ୍ତି । ନିଜ ଅନ୍ଦାଜରେ ଫ୍ୟାନ୍ସ ମାନଙ୍କୁ ଖୁବ ଘାଇଲା କରିବାରେ ଲାଗିଛନ୍ତି ଆଲିୟା । ଯଦି ଦେଖାଯାଏ ତେବେ ଇଏ ତ ଗ୍ଲାମରରେ କ୍ୟାଟ୍ରିନାଙ୍କୁ ବି ପଛରେ ପକାଇଦେବେ । ଫ୍ୟାନ୍ସମାନେ ବି ତାଙ୍କୁ କ୍ୟାଟ୍ରିନାଙ୍କ ଅବିକଳ ନକଲ ହିସାବରେ ଦେଖୁଛନ୍ତି ।

ଆପଣ ବି ଯଦି ଥରେ ଆଲିୟାନୁ ଦେଖିବେ ତେବେ ଧୋକା ଖାଇଯିବେ ନିଶ୍ଚିତ । ମଣିଷ ଓ ସେମାନଙ୍କର ବ୍ୟକ୍ତିତ୍ୱ ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ଦୁହେଁ ଏକା ଭଳି ହିଁ ଦେଖାଯାଉଛନ୍ତି । କହିରଖିବା ଉଚିତ ହେବକି ଆଲିୟା ଖୁବ ଶୀଘ୍ର “ଲଖନଉ ଜଙ୍କ୍ସନ” ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ସୁଟିଙ୍ଗ ଗତ ବର୍ଷ ଶେଷ ହୋଇଥିବାବେଳେ ରିଲିଜ ଅପେକ୍ଷାରେ ଥିଲା । କିନ୍ତୁ ଲକ ଡାଉନ କାରଣରୁ ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏଥିରେ ଆଲିୟା ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ । ଏହା ପୂର୍ବରୁ ସେ ମୁମ୍ବାଇରେ ଚାଲିଥିବା ଏକ ଇଭେଣ୍ଟରେ ସ୍ପଟ ମଧ୍ୟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.