ଏକା ସାଙ୍ଗରେ ନଜର ଆସିବେ ରିଷି ଏବଂ ତାପସୀ : ରିଲିଜ୍ ହେଲା ମୁଲ୍କ୍ ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହୋଇଛି ରିଷି କପୁର ଓ ତାପସୀ ପନ୍ନୁଙ୍କ ଫିଲ୍ମ ମୁଲ୍କ୍ ର ଟ୍ରେଲର । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ରିଶି କପୁରଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିବ । ବାସ୍ତବିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ରିଷିଙ୍କ ପରିବାର ଉପରେ ଦେଶ ଦ୍ରୋହର କଳଙ୍କ ଲାଗିଥିବା ଦେଖାଯଇଛି । ତାଙ୍କ ପରିବାରକୁ ଦେଶ ଛାଡି ପାକିସ୍ତାନ ଯିବାକୁ ଧମକ ମିଳେ । ଘର ବାହାରକୁ ବାହାରି ପାରନ୍ତିନି ରିଷି। ଏଥିରେ ପ୍ରଥମ ଥର ପାଇଁ ତାପସୀଙ୍କୁ ଜଣେ ଓକିଲଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ତେବେ ନିଜ ଉପରୁ ଓ ନିଜ ପରିବାର ଉପରୁ କିପରି ସେ ଏହି କଳଙ୍କ ହଟାଇବେ ତାହାକୁ ନେଇ କାହାଣୀ ଗତିଶୀଳ ହୋଇଛି । ତେବେ ମୁଲ୍କ୍ ଅଗଷ୍ଟ ୩ରେ ବଡ଼ ପରଦାରେ ରିଲିଜ୍ ହେବା ନେଇ ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.