ଅଭିନେତା ରଣବୀରଙ୍କୁ ମହଙ୍ଗା ପଡ଼ିଲା ନଗ୍ନ ଫଟୋ, ଅଗଷ୍ଟ ୨୨ରେ ହାଜର ହେବାକୁ ସମନ୍ ଜାରି କରିବ ମୁମ୍ବାଇ ପୋଲିସ

ମୁମ୍ବାଇ : ବଲିଉଡ୍ ଅଭିନେତା ରଣବୀର ସିଂଙ୍କୁ ଜାରି ହୋଇଛି ସମନ୍ । ଅଗଷ୍ଟ ୨୨ରେ ହାଜିର ହେବାକୁ ସମନ୍ ଜାରି କରିବ ମୁମ୍ବାଇ ପୋଲିସ । ନଗ୍ନ ଫଟୋ ସୁଟ୍କୁ ନେଇ ଅଗଷ୍ଟ ୧୬ରେ ସମନ୍ କରିବ ମୁମ୍ବାଇର ଚେମ୍ବୁର ପୋଲିସ । ସୋସିଆଲ ମିଡିଆରେ ରଣବୀର ସିଂଙ୍କ ନଗ୍ନ ଫଟୋ ଭାଇରାଲ ହୋଇଥିଲା।

ଏହାକୁ ନେଇ ତାଙ୍କ ବିରୋଧରେ ଚେମ୍ବୁର ଥାନାରେ ଅଭିଯୋଗ ହୋଇଥିଲା। ଏକ ଏନଜିଓର ଜଣେ କର୍ମଚାରୀ ଅଭିଯୋଗ କରିଥିଲେ । ଏହି ଫଟୋ ମହିଳାଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ରଣବୀରଙ୍କ ବିରୋଧରେ ଆଇପିସିର ଏକାଧିକ ଧାରାରେ ମାମଲା ରୁଜୁ କରିଥିଲା ପୋଲିସ । ଏକ ମାଗାଜିନ୍କୁ ନିଜର ନଗ୍ନ ଫଟୋ ଦେଇଥିଲେ ରଣବୀର ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.