ବଢିପାରେ ଅଭିନେତା ନାନା ପାଟେକରଙ୍କ ଅଡୁଆ : ଅଭିଯୋଗ କଲେ ତନୁଶ୍ରୀ ଦତ୍ତା

ବଢିପାରେ ଅଭିନେତା ନାନା ପାଟେକରଙ୍କ ଅଡୁଆ । ଥାନାରେ ପହଞ୍ଚିଲା ନାନା ମାମଲା । ଅଦସାଚରଣ କରିଥିବା ନେଇ ନାନା ପାଟେକରଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ତନୁଶ୍ରୀ ଦତ୍ତା । ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ନିର୍ଦ୍ଦେଶକ, ପ୍ରଯୋଜକ ଓ କୋରିଓଗ୍ରାଫରଙ୍କ ବିରୋଧରେ ମଧ୍ୟ ସେ ମାମଲା ରୁଜୁ କରିଛନ୍ତି । ପୋଲିସ କହିଛି, ୧୦ ବର୍ଷ ତଳର ଘଟଣାର ଯାଞ୍ଚ କରାଯିବ । ଏହା ପରେ କୌଣସି ନିଷ୍ପତ୍ତି ନିଆଯିବ । ନାନା ପାଟେକର ଏପରି ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ।

nana1ଏପରି ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ନାନା । ସେ ଏବେ ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁଟିଂ ଶେଷ ହେବା ପରେ ସେ ମୁମ୍ବାଇରେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି । ପୂର୍ବରୁ ନାନା ପାଟେକର ତନୁଶ୍ରୀ ଦତ୍ତଙ୍କ ବିରୋଧରେ ଲିଗାଲ ନୋଟିସ୍ ପଠାଇଥିଲେ । ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ସମୟରେ ତାଙ୍କୁ ନାନାପାଟେକର ଅସଦାଚରଣ କରିଥିବା ତନୁଶ୍ରୀ ଦତ୍ତା ଅଭିଯୋଗ କରିଥିଲେ । ଏହା ପରେ ବିବାଦ ବଢିଥିଲା ।

ଏହା ସହ ପଢ଼ନ୍ତୁ : ତନୁଶ୍ରୀଙ୍କୁ ନେଇ ଚାଞ୍ଚଲ୍ଯକର ଖୁଲାସା କଲେ ଡ୍ରାମା କୁଇନ୍, ପଢ଼ନ୍ତୁ କଣ କହିଲେ ରାକ୍ଷୀ

ସୁଟିଂ ସମୟରେ ନାନା ପାଟେକରଙ୍କ ସହ ଏକ ଇଣ୍ଟିମେଣ୍ଟ ସିନ୍ କରିବାକୁ ବିରୋଧ କରି ସୁଟିଂ ସେଟ୍ ଛାଡି ପଳାଇ ଆସିଥିଲେ ତନୁଶ୍ରୀ । ଏହା ପରେ ସେ ତାଙ୍କ କାରରେ ବସିଥିଲେ । ତାଙ୍କ କାରକୁ ଶତାଧିକ ଲୋକ ଘେରି ଯିବା ସହ ଆକ୍ରମଣ କରିଥିଲେ । ଏହି ଲୋକମାନେ ନାନା ପାଟେକରଙ୍କ ସମର୍ଥକ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀ ବୋଲି ତନୁଶ୍ରୀ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.