ନେହା କକରଙ୍କ ୟ୍ୟାରି କଲା ଲଞ୍ଚ : ରହିଛି ବନ୍ଧୁତାର ପ୍ରତିଛବି

ମୁମ୍ବାଇ : ବନ୍ଧୁତ୍ୱ ପାଇଁ ପ୍ରିତି ଦେଖାଉଥିବା ନେହା କକରଙ୍କର ନୂଆ ଗୀତ ୟ୍ୟାରି ଆଜି ଲଞ୍ଚ କରିଛି । ବ୍ରୁକ୍ ବ୍ୟାଣ୍ଡ ଏବଂ ଓ୍ଵାଇ ଫିଲ୍ମସ୍ର ସିକ୍ସ ପ୍ୟାକ ବ୍ୟାଣ୍ଡ ଓ ନେହା କକର ଏକାଠି ହୋଇଛନ୍ତି ଏହି ଗୀତରେ । ଏଥିରେ କିଛି ଭିନ୍ନକ୍ଷମ ପିଲା ମଧ୍ୟ କଣ୍ଠଦାନ କରିଛନ୍ତି। ଭିଡିଓରେ ବନ୍ଧୁତ୍ୱର ବିଭିନ୍ନ ଦିଗକୁ ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଛି । ଭିଡିଓଟି ଦିବ୍ୟାଙ୍ଗ ଶିଶୁଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରସ୍ତୁତ କରାଯାଇଛି । ଗୀତର ରିୟଲ ଷ୍ଟାର ହେଉଛନ୍ତି ସିକ୍ସ ବ୍ୟାଣ୍ଡ-ଅନନ୍ୟା, ଅଞ୍ଜଳି, ମତ୍ରୈୟ, ପାର୍ଥ, ପ୍ରେରଣା ଏବଂ ରିସାନ । ଗୀତ ଲେଖିଛନ୍ତି କୁମାର ଓ କମ୍ପୋଜ କରିଛନ୍ତି ସମୀର ଟଣ୍ଡନ। ଭିଡିଓ ଜରିଆରେ ନିଜ ଟାଲେଣ୍ଟକୁ ପ୍ରଦର୍ଶନ କରିବାକୁ ସୁଯୋଗ ପାଇଛନ୍ତି କିଛି ଏହି ଦିବ୍ୟାଙ୍ଗ ଶିଶୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.