ବିବାହର ଦୁଇଦିନ ପରେ ସାମ୍ନାକୁ ଆସିଲା ଏହି ଚର୍ଚ୍ଚିତ ସେଲିବ୍ରିଟି ଯୋଡିଙ୍କ ବେଡରୁମ୍‌ ଫଟୋ, ଲୋକେ ଦେଉଛନ୍ତି ଏମିତି କମେଣ୍ଟ

ଟିଭି ଶୋ ‘ଗୁମ୍‌ ହୈ କିସି କେ ପ୍ୟାର ମେଁ’ ଲିଡ ଅଭିନେତା ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରିଲ ଲାଇଫରେ ନଜର ଆସୁଥିବା ଦିଅର ଭାଉଜ କିନ୍ତୁ ପ୍ରକୃତରେ ରିଅଲ ଲାଇଫରେ ସ୍ୱାମୀ ସ୍ତ୍ରୀ। ଏବେ ଏହି ଲୋକପ୍ରିୟ ଟିଭି ଅଭିନେତ୍ରୀଙ୍କ ବିବାହକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ପୁଣି ଆରମ୍ଭ ହୋଇଛି ଆଉ ଏକ ଚର୍ଚ୍ଚା । ବାହାଘରର ୨ଦିନ ପରେ ଏହି ଅଭିନେତ୍ରୀ ସେୟାର କରିଛନ୍ତି ନିଜର ବେଡ୍‌ରୁମ୍‌ ଫଟୋ । ଯାହାକି ଏବେ ଖୁବ୍‌ ଭାଇରଲ ହୋଇଛି।

ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ରହୁଥିବା ଐଶ୍ୱର୍ଯ୍ୟା ବିବାହର ଠିକ୍ ୨ଦିନ ପରେ ବେଡ୍‌ରୁମ୍‌ରେ କ୍ଲିକ୍‌ କରାଯାଇ ଥିବା କିଛି ଫଟୋକୁ ସେୟାର କରି ଦେଇଛନ୍ତି । ଏହି ଫଟୋ ଗୁଡ଼ିକରେ ନୀଲ ଓ ଐଶ୍ୱର୍ଯ୍ୟ ବେଡ୍‌ ଉପରେ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସୁଛନ୍ତି । ଦୁହିଁ ଜଣ ପରସ୍ପରକୁ ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି ।

ଉଲ୍ଲେଖନୀୟ ଯେ, ନୀଲ୍‌ ଓ ଐଶ୍ୱର୍ଯ୍ୟା ୩୦ ନଭେମ୍ୱରରେ ଉଜୈନରେ ପରିବାର ଓ କିଛି ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ଗୁରୁବାର ଉଭୟ ରିସେପସନ ପାର୍ଟି ଲୋକପ୍ରିୟ ଅଭିନେତ୍ରୀ ରେଖା ବି ଉପସ୍ଥିତ ଥିଲେ ।

 

View this post on Instagram

 

A post shared by Aishwarya Sharma Bhatt (@aisharma812)

ସୂଚନାଯୋଗ୍ୟ, ନୀଲ୍‌ ଏବଂ ଐଶ୍ୱର୍ଯ୍ୟା ଭାଇରଲ ଫଟୋ ଚଉଠି ରାତିର ରହିଥିବା ବେଳେ ଏମାନେ ମଧ୍ୟ ପ୍ରି େଓ୍ଵଡିଂ ଫଟୋଶୁଟ୍‌ କରିଛନ୍ତି। ଏହି ଫଟୋ ଦେଖି ଲୋକେ କନଫ୍ୟୁଜ ହୋଇଛନ୍ତି। କିନ୍ତୁ ଐଶ୍ୱର୍ଯ୍ୟା ଏହି ଫଟୋକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି , ଏହା ପ୍ରିେଓ୍ଵଡିଂ ଫଟୋଶୁଟ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.