ଭାରତ ପାଇଁ ଗୌରବ, ଫିଫା ବିଶ୍ୱକପ ୨୦୨୨ରେ ବଲିଉଡ ଗୀତରେ ଡ୍ୟାନ୍ସ କରିବେ ନୋରା

ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସ ନୋରା ଫତେହୀ ନିଜ ଡ୍ୟାନ୍ସ ମୁଭ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନୋରାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ତ ହୋଇଥାଏ କିନ୍ତୁ ଅନ୍ୟପଟେ ସିଜିଲିଂ ଅନ୍ଦାଜ ପାଇଁ ମଧ୍ୟ ଫ୍ୟାନ୍ସଙ୍କ ହୃଦୟ ଜିତିନିଅନ୍ତି ନୋରା। ଏହାମଧ୍ୟରେ ଏମିତି କିଛି କରିଛନ୍ତି ନୋରା, ଯାହା ପାଇଁ ଫ୍ୟାନ୍ସ ନୁହେଁ ବରଂ ଭାରତ ଗୌରବାନ୍ଵିତ ହୋଇଛି। ନୋରା ଫତେହୀ ଫିଫା ବିଶ୍ୱକପ୍‌ ୨୦୨୨ ପାଇଁ ପରଫର୍ମ କରିବେ। ଡିସେମ୍ବରରେ ହେବାକୁ ଥିବା ଫିଫା ବିଶ୍ୱକପ ପାଇଁ ନୋରା ଡ୍ୟାନ୍ସ କରିବେ ବୋଲି ସୂଚନା ମିଳିଛି।

ନୋରା ନିଜ ଇନଷ୍ଟାଗ୍ରାମରେ ଫିଫା ବିଶ୍ୱକପର ଅଫିସିଆଲ ଆନ୍ଥେମ ସେୟାର କରିଛନ୍ତି। ଯାହାକୁ ଫ୍ୟାନ୍ସ ଏବଂ ସୋସିଆଲ ମିଡିଆ ୟୁଜର୍ସ ବେଶ୍‌ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଫିଫା ବିଶ୍ୱକପ ଆନ୍ଥେମ ‘ଲାଇଟ ଦ ସ୍କାଏ’ର ଟିଜର ରହିଛି। ଯେଉଁଥିରେ ନୋରା ନିଜର ଡ୍ୟାନ୍ସ ଜଲଓ୍ଵା ଦେଖାଉଛନ୍ତି। ଏହି ଭିଡିଓରେ ନୋରାଙ୍କ ସହିତ କିଛି ଇଣ୍ଟରନ୍ୟାସନାଲ ସେଲିବ୍ରିଟି ମଧ୍ୟ ନଜର ଆସିଛନ୍ତି। ନୋରାଙ୍କ ଏହି ଭିଡିଓ ଅକ୍ଟୋବର ୭ ତାରିଖରେ ରିଲିଜ ହେବ।

ସୂଚନାଯୋଗ୍ୟ, ଜେନିଫର ଲୋପେଜ, ଶକିରା ପରେ ଏବେ ନୋରା ଫିଫା ବିଶ୍ୱକପ୍‌ରେ ପରଫର୍ମ କରିବାକୁ ଯାଉଛନ୍ତି। ନୋରା ବିଶ୍ୱ ମଞ୍ଚରେ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ପ୍ରତିନିଧିତ୍ୱ କରିବାରେ ଏକମାତ୍ର ଅଭିନେତ୍ରୀ । ନୋରା ଫତେହୀ ମ୍ୟୁଜିକ ଭିଡିଓ ଶୋରେ ସାମିଲ ହୋଇ ଫିଫା ଫୁଟବଲ ବିଶ୍ୱକପରେ ପରଫର୍ମ କରିବେ। ନୋରାଙ୍କ ଗୀତକୁ ଜଣାଶୁଣା ମ୍ୟୁଜିକ ନିର୍ମାତା ରେଡଅନ ପ୍ରସ୍ତୁତ କରିଛନ୍ତି। ସେ ଦୁନିଆର ଲୋକପ୍ରିୟ ମ୍ୟୁଜିକ ନିର୍ମାତା ଭିତେର ଜଣାଶୁଣା। ନୋରା ଫତେହୀ ଫିଫା ଉଦ୍‌ଘାଟନ ଏବଂ ଉଦଯାପନୀ ସମାରୋହରେ ପରଫର୍ମ କରିବେ। ନୋରା ଉଦ୍‌ଯାପନୀ ଶୋରେ ହିନ୍ଦୀ ଗୀତରେ ଡ୍ୟାନ୍ସ କରିବେ।

 

View this post on Instagram

 

A post shared by Nora Fatehi (@norafatehi)

ନୋରା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଂ ରୁହନ୍ତି। ଇନଷ୍ଟାଗ୍ରାମରେ ନୋରାଙ୍କର ୪୨.୬ ମିଲିଅନ ଫଲୋୟର୍ସ ରହିଛନ୍ତି। କିନ୍ତୁ ସେ ନିଜେ ମାତ୍ର ୪୩୦ ଜଣ ଲୋକଙ୍କ ଫଲୋ କରନ୍ତି। ନୋରା ଏପର୍ଯ୍ୟନ୍ତ ୧୭୪୩ ପୋଷ୍ଟ କରିସାରିଛନ୍ତି। ନୋରାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ। ନୋରାଙ୍କୁ ଇନଷ୍ଟା କୁଇନ ବୋଲି ଫ୍ୟାନ୍ସ କୁହନ୍ତି। ନୋରାଙ୍କ ହଟ୍‌ ଅନ୍ଦାଜ ଏବଂ କିଲର ଡ୍ୟାନ୍ସ ମୁଭ୍ସ ପାଇଁ ସମସ୍ତେ ପାଗଳ।

ତେବେ ନୋରା ଏବେ ଡ୍ୟାନ୍ସ ରିଆଲିଟି ଶୋ ଝଲକ୍‌ ଦିଖଲାଜା ଶୋରେ ଜଜ୍‌ କରୁଛନ୍ତି। କଲର୍ସରେ ପ୍ରସାରିତ ହେଉଥିବା ଏହି ଶୋରେ ନୋରାଙ୍କ ସହିତ କରନ ଜୋହର ଏବଂ ମାଧୁରୀ ଦୀକ୍ଷିତ ମଧ୍ୟ ଶୋକୁ ଜଜ୍‌ କରୁଛନ୍ତି।

 

View this post on Instagram

 

A post shared by Nora Fatehi (@norafatehi)

Also Read : ସୁଧୁରି ଗଲେ କି ଉର୍ଫି ଜାଭେଦ ? ନଗ୍ନତାକୁ ଛାଡ଼ି ପିନ୍ଧଛନ୍ତି ଟ୍ରାଡିସନାଲ ଡ୍ରେସ୍‌, ଫ୍ୟାନ୍‌ ଆଶ୍ଚର୍ଯ୍ୟ

Leave A Reply

Your email address will not be published.