କେବଳ ଦୀପିକା ନୁହେଁ, ରଣବୀର-ଅମୀର ମଧ୍ୟ ନଜର ଆସିବେ ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ! ଭାଇରାଲ ହେଉଛି ଫଟୋ

ନିକଟରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ବ୍ରହ୍ମାସ୍ତ୍ର ବକ୍ସ ଅଫିସରେ ମୋଟା ଅଙ୍କର ରୋଜଗାର କରିଛି। ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନ ଠାରୁ ହିଁ ରୋଜଗାର ମାମଲାରେ ରେକର୍ଡ ବଜାୟ ରଖିଛି। ଏଣୁ ଏବେ ଧୀରେ ଧୀରେ ଫିଲ୍ମକୁ ନେଇ ଲୋକଙ୍କ ଚିନ୍ତାଧାରା ବଦଳିବାରେ ଲାଗିଛି। ତେବେ ଏବେ ବି କିଛି ଲୋକ ଫିଲ୍ମକୁ ବହିଷ୍କାର ବା ବଏକଟ୍‌ ପାଇଁ ଦାବି କରୁଛନ୍ତି। ରିଲିଜ୍‌ ପୂର୍ବରୁ ଫିଲ୍ମକୁ ବଏକଟ୍‌ ପାଇଁ ଦାବି ହେଉଥିଲେ ମଧ୍ୟ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଫଳରେ ଫିଲ୍ମ ନିର୍ମାତାଙ୍କ ସମେତ କଳାକାର ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଇତି ମଧ୍ୟରେ ଏବେ ଇଣ୍ଟରନେଟ୍‌ରେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି।

ଫିଲ୍ମ ନିର୍ମାତା କରନ୍‌ ଜୋହର ନିକଟରେ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଫଟୋରେ ରଣବୀର କପୁର, ଆଲିଆ ଭଟ୍ଟ, ଦୀପିକା ପାଦୁକୋନ୍‌, ରଣବୀର ସିଂହ, ଶାହାରୁଖ ଖାନ୍‌, ଅମୀର ଖାନ୍‌ ଓ କରନ୍‌ ଜୋହର ନଜର ଆସିଛନ୍ତି। ଏହି ଫଟୋ ୨୦୧୮ ମସିହାରେ କରନ୍‌ ଜୋହରଙ୍କ ଘରେ ହୋଇଥିବା ପାର୍ଟିରେ କ୍ଲିକ୍‌ କରାଯାଇଥିଲା। ନିକଟରେ ଏହି ଫଟୋ ସେୟାର କରି କରନ୍‌ କ୍ୟାପ୍‌ସନ୍‌ରେ ଲେଖିଥିଲେ- ବର୍ତ୍ତମାନର ସବୁଠୁ ବଡ଼ ବ୍ଲକବଷ୍ଟର।

 

View this post on Instagram

 

A post shared by Karan Johar (@karanjohar)

ସାମ୍ନାକୁ ଆସିଥିବା ଏହି ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି। ଏହି ଫଟୋରେ ବ୍ରହ୍ମାସ୍ତ୍ରର ସମସ୍ତ କଳାକାର ନଜର ଆସିଛନ୍ତି। ତେବେ ଫଟୋରେ କିଛି ଏଭଳି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ଏବେ ଯାଏଁ ଫିଲ୍ମରେ ନଜର ଆସି ନାହାନ୍ତି। କୁହାଯାଉଛି ଯେ ଫିଲ୍ମର ଦ୍ୱିତୀୟ ପାର୍ଟରେ ଦୀପିକା ପାଦୁକୋନ୍‌ ମଧ୍ୟ ନଜର ଆସିବେ। ଏଥିସହ ଖବର ଆସୁଛି ଯେ ଅମୀର ଖାନ୍‌ ଓ ରଣବୀର ସିଂହ ମଧ୍ୟ ବ୍ରହ୍ମାସ୍ତ୍ରର ଦ୍ୱିତୀୟ ଭାଗରେ ନଜର ଆସିପାରନ୍ତି।

ସୂଚନାଯୋଗ୍ୟ ଯେ ଫିଲ୍ମର ପ୍ରଥମ ଭାଗ ଦେବଙ୍କ ଚରିତ୍ର ଓ ତାଙ୍କ ବାପା-ମା’ଙ୍କ ବିଷୟରେ ଏକ ଉତ୍ସୁକତା ସୃଷ୍ଟି କରିଛି। କିନ୍ତୁ ଏହି କଳାକାରଙ୍କ ବିଷୟରେ ପ୍ରଥମ ଭାଗରେ କିଛି ଦେଖିବାକୁ ମିଳିନାହିଁ। ଏଭଳି ସ୍ଥିତିରେ ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକମାନେ ଜାଣିବାକୁ ଇଚ୍ଛୁକ ଅଛନ୍ତି ଯେ ଦ୍ୱିତୀୟ ଭାଗରେ ରଣବୀରଙ୍କ ଭୂମିକା ଶିବଙ୍କ ମା’-ବାପା କିଏ ହେବେ। ତେବେ କିଛି ଦିନ ତଳେ କୁହାଯାଉଥିଲା, ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଦ୍ୱିତୀୟ ପାର୍ଟରେ ରଣବୀରଙ୍କ ମା’ଙ୍କ ଭୂମିକାରେ ନଜର ଆସିପାରନ୍ତି। ତେବେ ଏହି ଖବର କେତେ ଦୂର ସତ ତାହା ଆଗକୁ ଜଣାପଡ଼ିବ।

Also Read: ଦୈନିକ ରାଶିଫଳ: ଜାଣନ୍ତୁ, ଆଜି କେମିତି କଟିବ ଦିନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.