ମା’ଙ୍କ ୭୦ତମ ଜନ୍ମଦିନ ପାଳନ କଲେ କ୍ୟାଟ୍ରିନା କୈଫ୍‌; ପ୍ରଥମ ଥର ସାମ୍ନାକୁ ଆସିଲେ ୭ ଭଉଣୀ ଓ ଭାଇ…ଦେଖନ୍ତୁ ଫଟୋ

କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ଏମିତି ଜଣେ ଅଭିନେତ୍ରୀ, ଯିଏ ନିଜ ଅନ୍ଦାଜରେ ଫ୍ୟାନମାନଙ୍କୁ ଦିଓ୍ଵାନା କରି ଦିଅନ୍ତି। ଯେବେ ଠାରୁ କ୍ୟାଟ୍ରିନା କୈଫ୍‌ଙ୍କର ବିବାହ ହୋଇଛି, ସେବେ ଠାରୁ ଫ୍ୟାନମାନେ ତାଙ୍କର ପ୍ରତ୍ୟେକ ପୋଷ୍ଟ୍‍କୁ ଉତ୍ସାହର ସହିତ ଅପେକ୍ଷା କରି ରହୁଛନ୍ତି। ବିବାହ ପରେ ଶାଶୁଘର ହେଉ କି ବାପଘର, ସବୁ ବିଷୟରେ ଜାଣିବା ପାଇଁ ଫ୍ୟାନମାନଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ଉତ୍ସାହ ଦେଖିବାକୁ ମିଳୁଛି।

କହି ରଖୁଛୁ ଯେ ନିକଟରେ କ୍ୟାଟ୍ରିନା କୈଫ୍‌ ନିଜ ମା’ଙ୍କର ୭୦ତମ ଜନ୍ମଦିନ ବଡ଼ ହସଖୁସିରେ ପାଳନ କରିଛନ୍ତି। ଏହି ଅବସରରେ କ୍ୟାଟ୍‌ ପୂରା ପରିବାରର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫ୍ୟାମିଲି ଫଟୋରେ ତାଙ୍କ ସହିତ ତାଙ୍କ ଭଉଣୀମାନେ ଏବଂ ଭାଇ ମଧ୍ୟ ନଜର ଆସୁଛନ୍ତି।

କ୍ୟାଟ୍ରିନା କୈଫ୍‌ ନିକଟରେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କୈଫ୍‌ ପରିବାରର କିଛି ଫଟୋ ସେୟାର କରିଛନ୍ତି। ଏହି ପୂରା ପରିବାର ମା’ ସୁଜୈନ ଟରକୁଅଟ୍‌ଙ୍କ ୭୦ତମ ଜନ୍ମଦିନ ଅବସରରେ ଏକାଠି ହୋଇଥିଲେ। ଫଟୋରେ ଆପଣ ଦେଖି ପାରିବେ ଯେ କ୍ୟାଟ୍ରିନା କୈଫ୍‌ଙ୍କ ୬ ଭଉଣୀ ଓ ଭାଇ ନଜର ଆସୁଛନ୍ତି। ଏଥିରେ ଅଭିନେତ୍ରୀଙ୍କ ୩ ବଡ଼ ଭଉଣୀ ଷ୍ଟେଫନୀ, କ୍ରିଷ୍ଟିନା ଓ ନତାଶା ଏବଂ ୩ ସାନ ଭଉଣୀ ମେଲିସା, ସୋନିଆ ଓ ଇସାବେଲ ଅଛନ୍ତି। କହି ରଖୁଛୁ, କ୍ୟାଟ୍‌ଙ୍କର ଜଣେ ବଡ଼ ଭାଇ ମଧ୍ୟ ଅଛନ୍ତି, ଯାହାଙ୍କ ନାଁ ମାଇକେଲ।

କ୍ୟାଟ୍ରିନା ସବୁ ଫଟୋ ଇନ୍‌ଷ୍ଟା ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଫଟୋ ଗୁଡ଼ିକୁ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘୭୦ତମ ଜନ୍ମଦିନର ଶୁଭକାମନା ମା’। ଆପଣଙ୍କ ଜୀବନ ଖୁସି ଓ ସାହସରେ ଭରି ରହୁ। ବର୍ତ୍ତମାନ ଆପଣ ନିଜର ଦୁଷ୍ଟ ପିଲାମାନଙ୍କ ସହିତ ଅଛନ୍ତି’। କ୍ୟାଟ୍ରିନାଙ୍କ ଏହି ଫଟୋରେ ଫ୍ୟାନମାନଙ୍କର ବହୁତ କମେଣ୍ଟ ଆସୁଥିବା ବେଳେ ଏହାକୁ ଏ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲାଇକ୍‌ ମିଳି ସାରିଲାଣି। ସବୁ ଫଟୋ ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସୁଛି।

ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଫ୍ୟାନ୍‌ଙ୍କ ପାଇଁ କୌଣସି ସରପ୍ରାଇଜ୍‌ ଠାରୁ କମ୍‌ ନ ଥିଲା। ମିଡିଆ ରିପୋର୍ଟ ଅନୁସାରେ, ଭିକ୍କି ଓ କ୍ୟାଟ୍ରିନା ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍‌ କରି ଆସୁଥିଲେ। କିନ୍ତୁ ଏମାନେ ଅଫିସିଆଲି ନିଜ ସମ୍ପର୍କ ବିଷୟରେ କେବେ ବି କୌଣସି ସୂଚନା ଦେଇ ନ ଥିଲେ। ପରେ ରାଜସ୍ଥାନରେ ଉଭୟେ ଗ୍ରାଣ୍ଡ୍‌ େଓ୍ଵଡିଂ କରିଥିଲେ।

 

View this post on Instagram

 

A post shared by Katrina Kaif (@katrinakaif)

Leave A Reply

Your email address will not be published.