ପ୍ରଭାସ କରୁଛନ୍ତି କ୍ରିତିଙ୍କୁ ଡେଟିଂ ! ଆଦିପୁରୁଷ ସେଟ୍ ରୁ ଗଢି ଉଠିଛି ଅତୁଟ ସମ୍ପର୍କ

ବଲିଉଡର ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ସାନନ। ଗତ କିଛି ଦିନ ହେବ ତାଙ୍କ ଫିଲ୍ମ “ଆଦିପୁରୁଷ” କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହିତ ସେ ନଜର ଆସିବେ। ତେବେ ଏହି ଫିଲ୍ମକୁ ନେଇ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ବେଳେ କ୍ରିତି ଏବଂ ପ୍ରଭାସଙ୍କୁ ନେଇ ଏକ ଖବର ଚର୍ଚ୍ଚା ଧରିଛି।

ରିପୋର୍ଟ ମୁତାବକ ପ୍ରଭାସ ଏବଂ କ୍ରିତି ଦୁଇଜଣ ପରସ୍ପରକୁ ଡେଟ୍ କରୁଛନ୍ତି। ଏହି ଖବର ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି ଓ ଏହି ଖବର ଶୁଣିବା ପରେ ଦର୍ଶକ ମହଲରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି। ବିଗ୍ ରିଆଲିଟି ଶୋ “କଫି ଉଇଥ କରନ” ପରେ ହିଁ ଆରମ୍ଭ ହୋଇଛି ଏହି ଚର୍ଚ୍ଚା । କଫି ଉଇଥ କାରନ ଶୋରେ ଏକ ସ୍ୱେଗମେଣ୍ଟରେ କ୍ରିତି ପ୍ରଭାସଙ୍କୁ ଚୟନ କରିବା ଲୋକଙ୍କ ମନରେ ଆହୁରି ତାଙ୍କ ସଂପର୍କକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ଦୁଇ ସେଲିବ୍ରେଟିଙ୍କର ସମ୍ପର୍କ କୁ ନେଇ ଆଲୋଚନା ଚାଲିଛି।

ରିପୋର୍ଟ ମୁତାବକ ଏହି ଦୁଇ କଳାକାର ନିଜ ନିଜ ଭିତରେ ବହୁତ ଭଲ ସମ୍ପର୍କ ରଖିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ‘ଆଦିପୁରୁଷ’ ସୁଟିଂ ସେଟରେ ସେମାନଙ୍କର ସମ୍ପର୍କ ଆରମ୍ଭ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ କ୍ରିତି ଏବଂ ପ୍ରଭାସଙ୍କ ତରଫରୁ ଏନେଇ କିଛି ଖୁଲାସା ହୋଇ ନାହିଁ।, ତେଣୁ ସେମାନଙ୍କ ସମ୍ପର୍କକୁ ନେଇ କୌଣସି କଥା କହିବା ଠିକ ହେବ ନାହିଁ। ଲମ୍ବା ସମୟ ଧରି ସାଉଥ ଆକଟ୍ରେସ ଅନୁଷ୍କା ସେଟ୍ଟୀଙ୍କ ସହିତ ପ୍ରଭାସଙ୍କ ସମ୍ପର୍କ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ କ୍ରିତିଙ୍କ ସହିତ ଖବରକୁ ନେଇ ପ୍ରସଂଶକଙ୍କ ମହଲରେ ଆଲୋଚନା ହେଉଛି।

ଖବର ମୁତାବକ ଦିନକୁ ଦିନ ଦୁଇ କଳାକାରଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରେ ଲାଗିଛି। ଏମିତି କି ଦୁହେଁ ଦୁହିଁଙ୍କୁ କଲ ଆଉ ମେସେଜ କରିବାରେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ବୋଲି ଜଣାପଡ଼ିଛି। ଏଥିରେ ଏହା କହିଲେ ମଧ୍ୟ ଭୁଲ ହେବନାହିଁ କି ଦୁଇଜଣଙ୍କର ସମ୍ପର୍କ ଅତ୍ୟନ୍ତ ନିବିଡ଼। କିନ୍ତୁ ହୁଏତ ଏହା ଫିଲ୍ମ ପାଇଁ ମଧ୍ୟ ହୋଇଥାଇ ପାରେ। ଏଠି ଆମେ କହିରଖୁଛୁ କି କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କ୍ରିତି ପ୍ରଭାସଙ୍କ ବିଷୟରେ କହିବାକୁ ଯାଇ କହିଥିଲେ,”ମୁଁ ଭାବୁଥିଲି ପ୍ରଭାସ ବହୁତ ଲାଜୁଆ ସ୍ଵଭାବର କିନ୍ତୁ ତାଙ୍କ ସହିତ ମିଶିବା ପରେ ଜାଣିଲି କି ସେ ବହୁତ ଖୋଲା ଲୋକ। ଯଦି ଫିଲ୍ମ ବିଷୟରେ କହିବା “ଆଦିପୁରୁଷ” ୧୨ ଜାନୁଆରୀ ୨୦୨୩ ରେ ରିଲିଜ ହେବ। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ କ୍ରିତି ଏବଂ ପ୍ରଭାସଙ୍କ ବ୍ୟତୀତ ସୈଫ ଅଲ୍ଲୀ ଖାନ ମଧ୍ୟ ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.