ଏୟାର ହୋଷ୍ଟେସଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର, ତାହା ପରେ କ’ଣ ହେଲା ଜାଣନ୍ତୁ

ପ୍ରତ୍ୟକ କଳାକାରଙ୍କ ଜୀବନରେ କିଛି ନା କିଛି ରୋମାଞ୍ଚକର କାହାଣୀ ରହିଥାଏ | ସେପରି ଜଣେ ଖ୍ୟାତନାମା କଳାକାର ଥିଲେ ରାଜକୁମାର | ଯାହାଙ୍କ ବ୍ୟକ୍ତିଗତ ଜୀବନ କିଛି କମ ନଥିଲା | ସେ ପ୍ରେମରେ ପଡ଼ିଥିଲେ ଆଉ ପ୍ରେମ ବିବାହ ମଧ୍ୟ କରିଥିଲେ | ଆଜି ଜାଣିବା ତାଙ୍କ ଜୀବନୀ ପୃଷ୍ଟାରୁ କିଛି |

ସେ ସମୟର ଚର୍ଚ୍ଚିତ ଅଭିନେତା ରାଜକୁମାର ଯିଏ ନା କେବଳ ନିଜର ସଫଳ ଫିଲ୍ମ ବରଂ ଜବରଦସ୍ତ ଡାଇଲଗ ଡେ଼ଲିବରୀ ପାଇଁ ବେଶ ଜଣାଶୁଣା ଥିଲେ | ରାଜକୁମାର ନିଜ ସମୟର କେତେକ ଚର୍ଚ୍ଚିତ ଆକ୍ଟ୍ରେସଙ୍କ ସହିତ ଫିଲ୍ମରେ କାମ କରିଥିଲେ | ତା’ ମଧ୍ୟରେ ‘ସୌଦାଗର ‘,’ମର୍ଯ୍ୟାଦା ,ବକ୍ତ ‘ ଏବଂ ତିରଙ୍ଗା ଭଳି ଫିଲ୍ମ ସାମିଲ ଅଛି | ଆଜି ଆମେ ଆପଣଙ୍କୁ ରାଜକୁମାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କହିବାକୁ ଯାଉଛୁ |

rajkumar.
photo credit :abplive.com

ମେଡିଆ ରିପୋଟର୍ସ ଅନୁଯାୟୀ, ରାଜ କୁମାରଙ୍କ ହୃଦୟ ଏକ ଏୟାର ହୋଷ୍ଟେସ ଉପରେ ଆସିଯାଇଥିଲା | ଏହି ଏୟାର ହୋଷ୍ଟେସଙ୍କ ନାମ ଥିଲା ଜେନିଫର | କୁହାଯାଏ କି ଜେନିଫର ଓ ରାଜ କୁମାର 1966ରେ ବିବାହ କରିଥିଲେ | ବିବାହ ପରେ ଜେନିଫର ନିଜ ଧର୍ମ ଏବଂ ନାମ ବଦଳାଇ ଗାୟତ୍ରୀ ରଖିଥିଲେ | ରାଜ କୁମାର ଗାୟତ୍ରୀଙ୍କୁ ବହୁତ ଭଲ ପାଉଥିଲେ | ଏମାନଙ୍କର ତିନିଟି ପିଲା ମଧ୍ୟ ହେଲେ ,ଯେଉଁମାନଙ୍କର ନାମ ଥିଲା ପାଣିନୀ ,ପୁରୁ ରାଜକୁମାର ଏବଂ ବାସ୍ତବିକତା |

ଖବର ଅନୁସାରେ, ରାଜ କୁମାର ନିଜର ବ୍ୟକ୍ତିଗତ ଜୀବନକୁ ଲାଇମ ଲାଇଟରୁ ଦୁରେଇ ରଖିବା ପସନ୍ଦ କରୁଥିଲେ | ଏହି କାରଣ ଥିଲା କି ସେ ମିଡିୟ ରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କମ କଥା କହୁଥିଲେ | କେବଳ ଏତିକି ନୁହେଁ ରାଜ କୁମାର ନିଜ ପିଲାମାନଙ୍କୁ ମଧ୍ୟ ମିଡିୟର ଚମକ-ଧମକ ଠାରୁ ଦୁରେଇ ରଖୁଥିଲେ | ଏମିତି କି ରାଜ କୁମାରଙ୍କ ଘରେ ଫିଲ୍ମ ମାଗାଜିନ ରଖିବା ମଧ୍ୟ ମନା ଥିଲା |

ଅନ୍ୟ ଏକ ଖବରରୁ ଜଣାପଡେ ଯେ ରାଜ କୁମାର ଆକ୍ଟ୍ରେସ ହେମା ମାଳିନୀଙ୍କୁ ମଧ୍ୟ ଭଲ ପାଉଥିଲେ | କୁହାଯାଏ, ରାଜ କୁମାର ହେମାଙ୍କୁ ବିବାହ ପାଇଁ ପ୍ରପୋଜ ମଧ୍ୟ କରିଥିଲେ | କିନ୍ତୁ କଥା କିଛି ଜମି ନଥିଲା | ଆଉ ସେ ତାଙ୍କୁ ବିବାହ କରି ପାରି ନଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.