ଆଞ୍ଜିଓପ୍ଲାଷ୍ଟି ପରେ ରାଜୁଙ୍କର ବ୍ରେନ ଡ୍ୟାମେଜ ହୋଇଥିବା ସୂଚନା, ଫେରୁନି ଚେତା

ବଲିଉଡର ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ ହାର୍ଟଆଟାକର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ଗତକାଲି ଆଞ୍ଜିଓପ୍ଲାଷ୍ଟି ପରେ ଭେଣ୍ଟିଲେଟରରେ ଥିବା ବେଳେ ଏବେ ଅଭିନେତାଙ୍କ ବ୍ରେନ୍ ଡ୍ୟାମେଜ ହୋଇଥିବା ଖବର ମିଳିଛି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି।

ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ ତାରିଖରେ ହୋଟେଲ୍‌ରେ ଜିମ୍ କରୁଥିବା ବେଳେ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହୋଇଯାଉଛି। ଏବେ ତାଙ୍କ ବ୍ରେନ୍ ଡ୍ୟାମେଜ୍‌ ହୋଇଯାଇଥିବା କୁହାଯାଉଛି। ତାଙ୍କର ଚେତା ଫେରୁନି।

ରାଜୁ ଶ୍ରୀବାସ୍ତବ ହୋଟେଲରେ ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ । ଏହା ପରେ ରାଜୁଙ୍କୁ ସଂଗେ ସଂଗେ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ତାଙ୍କ ସୁସ୍ଥ କାମନା କରୁଛନ୍ତି ଫ୍ୟାନ୍ସ।

ରାଜୁ ଶ୍ରୀବାସ୍ତବ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ, କେମଡି ସର୍କସ, ଦ କପିଲ ଶର୍ମା ଶୋ, ଶକ୍ତିମାନ ଭଳି ଟିଭି ଶୋ ନିଜର କମେଡି ଅନ୍ଦାଜ ଦେଖାଇସାରିଛନ୍ତି। ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ବିଜେପିର ନେତା ରହିଛନ୍ତି। ଏହାପୂର୍ବରୁ ସମାଜବାଦୀ ପାର୍ଟିରେ ରହିଥିଲେ ରାଜୁ ଶ୍ରୀବାସ୍ତବ।

ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍‌ଶାହ କୁହାଯାଏ। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି। ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି। ସେ ପିଲାବେଳୁ ହିଁ କମେଡିଆନ ହେବାକୁ ଚାହୁଁଥିଲେ ଏବଂ ନିଜର ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ। ରାଜୁ ଶ୍ରୀବାସ୍ତବ ଷ୍ଟେଜ୍‌ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

ରାଜୁଙ୍କ ସାନ ଭାଇ କାଜୁ ମଧ୍ୟ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଏବଂ ଏଠାରେ ତାଙ୍କର ଚିକିତ୍ସା ଚାଲିଛି। ଖବର ମୁତାବକ, ରାଜୁଙ୍କ ଭାଇ କାଜୁ ଶ୍ରୀବାସ୍ତବଙ୍କର କାନ ତଳେ ଅପରେସନ ହୋଇଛି। ଗତ ୩ ଦିନରୁ ସେ ଏମ୍ସରେ ଆଡ୍‌ମିଟ ଅଛନ୍ତି। କିନ୍ତୁ ବଡ଼ ଭାଇ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କୁ କୌଣସି ଖବର ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.