୬ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆସିଲା ଆଶ୍ୱସ୍ତିକର ଖବର, ସେକ୍ରେଟାରୀ ଦେଲେ ଅପ୍‌ଡେଟ୍‌

ଷ୍ଟାଣ୍ଡ୍‌ ଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ସେକ୍ରେଟାରୀ ସୂଚନା ଦେଇଛନ୍ତି। ଅଗଷ୍ଟ ୧୦ରେ ରାଜୁଙ୍କର ହାର୍ଟ ଆଟାକ୍‌ ହୋଇଥିଲା। ତାଙ୍କ ସ୍ଥିତି ଏବେ ବି ଉଦ୍‌ବେଗଜନକ ରହିଛି। ତେବେ ଆଜି ତାଙ୍କ ସେକ୍ରେଟାରୀଙ୍କ ପକ୍ଷରୁ ରାଜୁଙ୍କ ହେଲଥ୍‌ ଅପ୍‌ଡେଟ୍‌ ଜାରି କରାଯାଇଛି। ଫ୍ୟାନ୍‌ଙ୍କ ପ୍ରାର୍ଥନାର ପ୍ରଭାବ ରାଜୁ ଶ୍ରୀବାସ୍ତବଙ୍କ ଠାରେ ଦେଖିବାକୁ ମିଳିଛି। ପ୍ରାୟ ୬ ଦିନ ପରେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକେ ସୁଧାର ଆସିଛି।

ରାଜୁ ଏବେ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସେଠାରେ ଡାକ୍ତରଙ୍କ ଗୋଟିଏ ଟିମ୍‌ ତାଙ୍କ ଉପରେ ଲଗାତାର ନଜର ରଖିଛି। ନିକଟରେ ଖବର ଆସିଥିଲା ଯେ ତାଙ୍କ ବ୍ରେନ୍‌ରେ ଏକ ଶିରା ଚାପି ହୋଇଯାଇଛି। ଏହି କାରଣରୁ ମସ୍ତିଷ୍କକୁ ଅକ୍ସିଜେନ୍‌ ପହଞ୍ଚିପାରୁ ନାହିଁ। ଏବେ ଯାଏଁ ରାଜୁଙ୍କୁ ହୋସ୍‌ ବି ଆସିନଥିବା ଜଣାଯାଇଛି। ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଛି।

ଅଗଷ୍ଟ ୧୦ ତାରିଖରେ ଜିମ୍‌ରେ ଟ୍ରେଡ୍‌ମିଲ୍‌ରେ ଦୌଡ଼ୁଥିବା ବେଳେ ରାଜୁ ଶ୍ରୀବାସ୍ତବ ଗଳି ପଡ଼ିଥିଲେ। ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣାପଡ଼ିଥିଲା ଯେ ରାଜୁଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା। ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନଥିଲା। ତେବେ ଆଜି ତାଙ୍କ ସେକ୍ରେଟାରୀ ଗର୍ବିତ କହିଛନ୍ତି, ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ଆମେ ପ୍ରାର୍ଥନା କରୁଛୁ ଯେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।

ରାଜୁଙ୍କ ଶୀଘ୍ର ଆରୋଗ୍ୟ କାମନା କରି ତାଙ୍କୁ ଅମିତାଭ ବଚ୍ଚନଙ୍କ ସ୍ୱର ମଧ୍ୟ ଶୁଣାଯାଇଥିଲା। ଏହା ତାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଡାକ୍ତର କହିଥିଲେ। ତେବେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ସୋସିଆଲ ମିଡିଆରେ ଅନେକ ଗୁଜବ ଉଠିଥିଲା। ଏହା ପରେ ପରିବାର ପକ୍ଷରୁ ଏକ ବିବୃତି ଜାରି କରାଯାଇ ରାଜୁଙ୍କ ପାଇଁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ଅନ୍ୟପଟେ ଡାକ୍ତର କହିଛନ୍ତି ଯେ ରାଜୁଙ୍କୁ ସୁସ୍ଥ ହେବାକୁ ଆହୁରି ୧୦ ଦିନ ସମୟ ଲାଗିବ।

Also Read: ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୩୧ ମନ୍ତ୍ରୀ: ବିଜେପି କହିଲା-ଏହା ନୀତୀଶ ନୁହେଁ, ତେଜସ୍ୱୀ ସରକାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.