ବିବାହ ପୂର୍ବରୁ ବୟଫ୍ରେଣ୍ଡଙ୍କ ସହ ଏମିତି ହରକତ କଲେ ରାକ୍ଷୀ ସାଓ୍ଵନ୍ତ; ବିନା ଓଢ଼ଣୀରେ ଏୟାରପୋର୍ଟରେ ଆସିଲେ ନଜର

ଆଇଟମ୍‌ କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତଙ୍କୁ ନିକଟରେ ବୟଫ୍ରେଣ୍ଡ ଆଦିଲ ଦୁର୍ରାନୀଙ୍କ ସହିତ ମୁମ୍ବାଇରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ରାକ୍ଷୀ ଓ ଆଦିଲଙ୍କ ଫଟୋ ସାମ୍ନାକୁ ଆସିଛି। ଦୁହିଁଙ୍କ ଲୁକ୍‌ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ସାଉଁଟୁଛି। ଅଭିନେତ୍ରୀ ତଥା ଡ୍ୟାନ୍ସର ରାକ୍ଷୀ ସାଓ୍ଵନ୍ତ ବିବାଦ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହି ଥାଆନ୍ତି। ରାକ୍ଷୀ ସାଓ୍ଵନ୍ତ ଏବେ ବିଜନେସ୍‌ମ୍ୟାନ ଆଦିଲ ଦୁର୍ରାନୀଙ୍କ ସହ ରିଲେସନଶିପ୍‌ରେ ଅଛନ୍ତି। ଫ୍ୟାନ୍‌ମାନେ ଏବେ କେବଳ ସେମାନଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ରାକ୍ଷୀ ସାଓ୍ଵନ୍ତ ଯେତେବେଳେ ବି ଆଦିଲଙ୍କ ସହ ସ୍ପଟ୍‌ ହୋଇ ଥାଆନ୍ତି, ତ ମସ୍ତି କରୁଥିବାର ନଜର ଆସନ୍ତି। ଏଥର ମଧ୍ୟ ଠିକ୍‌ ସେମିତି ହିଁ ଦେଖିବାକୁ ମିଳିଛି। ରାକ୍ଷୀ ଓ ଆଦିଲଙ୍କୁ ନିକଟରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ରାକ୍ଷୀ ଓ ଆଦିଲଙ୍କ ବଣ୍ଡିଂ ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସିଥିଲା। ସାମ୍ନାକୁ ଆସିଥିବା ଫଟୋ ଏବଂ ଭିଡିଓରେ ଆପଣ ଦେଖି ପାରିବେ ଯେ ରାକ୍ଷୀ ଓ ଆଦିଲଙ୍କ ମଧ୍ୟରେ ଷ୍ଟ୍ରଙ୍ଗ୍‌ ବଣ୍ଡିଂ ରହିଛି। ରାକ୍ଷୀ ସବୁଥର ଭଳି ଏଥର ବି ଆଦିଲଙ୍କ ସହ ଲାଗୁଥିବାର ଦେଖାଯାଉଛନ୍ତି।

ଏହି ସମୟରେ ରାକ୍ଷୀ ଲେହେଙ୍ଗା ଓ ଚୋଲ୍ଲୀରେ ଖୁବ୍‌ ଆକର୍ଷଣୀୟ ଦିଶୁଥିଲେ। ବିନା ଓଢ଼ଣୀରେ ସେ ତାଙ୍କ ଲୁକ୍‌ରେ ବୋଲ୍ଡନେସ୍‌ର ତଡ଼କା ଲଗାଇଥିଲେ। ଏଥି ସହିତ ଖୋଲା କେଶ ଏବଂ ଲାଉଜ୍‌ ମେକ୍‌ଅପ ତାଙ୍କ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିଥିଲା। ତା’ ଛଡ଼ା ଆଦିଲଙ୍କ ଲୁକ୍‌ ବିଷୟରେ କଥା ହେବା ତ, ସେ ବ୍ରାଉନ୍‌ ଶାର୍ଟ ଏବଂ ବ୍ଲାକ୍‌ ପ୍ୟାଣ୍ଟ ପିନ୍ଧି ଫର୍ମାଲ ଲୁକ୍‌ରେ ହ୍ୟାଣ୍ଡସମ୍‌ ଲାଗୁଥିଲେ।

କହି ରଖୁଛୁ, ନିକଟରେ ଏକ ଇଣ୍ଟରଭ୍ୟୁରେ ଆଦିଲ ଖୁଲାସା କରିଥିଲେ ଯେ ରାକ୍ଷୀ ସାଓ୍ଵନ୍ତ ତାଙ୍କୁ ବହୁତ ସନ୍ଦେହ କରୁଛନ୍ତି। ରାକ୍ଷୀଙ୍କୁ ଲାଗୁଛି, ମୁଁ ଏବେ ବି ମୋ ପୂର୍ବତନ ପ୍ରେମିକାଙ୍କ ସହ କଥା ହେଉଛି ଏବଂ ତାଙ୍କ ପାଖକୁ ଯାଉଛି। ଆଦିଲ କହିଥିଲେ କି, ଯେତେବେଳେ ବି ମୁଁ ନିଜ ଘରକୁ ଯାଏ, ତ ରାକ୍ଷୀ ମୋତେ ସନ୍ଦେହ କରନ୍ତି। ରାକ୍ଷୀ ମୋ ବିଷୟରେ ପତ୍ତା ଲଗାଇବା ପାଇଁ କିଛି ଲୋକଙ୍କୁ ମଧ୍ୟ ପଛରେ ପଠାଇ ଦିଅନ୍ତି।

ଆଦିଲଙ୍କୁ ଲାଗୁଛି, ରାକ୍ଷୀ ନିଜକୁ ବହୁତ ଅସୁରକ୍ଷିତ ମନେ କରୁଛନ୍ତି। ଏମିତି ସ୍ଥିତିରେ ଯଦି ପରିବାର ଲୋକେ ସମ୍ପୃକ୍ତ ରହିବେ, ତା’ ହେଲେ ସମସ୍ୟା ସୃଷ୍ଟି ହେବ। ଆଦିଲଙ୍କ କହିବା ହେଲା, ସେ ରାକ୍ଷୀ ସାଓ୍ଵନ୍ତଙ୍କୁ ବିବାହ କରି ପାରିବେ ନାହିଁ, କାରଣ ରାକ୍ଷୀ ବହୁତ ଇନ୍‌ସିକ୍ୟୋର। ଏଥିପାଇଁ ସେ ବିବାହକୁ ଟାଳି ଦେଇଛନ୍ତି। ସୂଚନାଥାଉ କି, ରାକ୍ଷୀ ସାଓ୍ଵନ୍ତ ସବୁବେଳେ ନିଜର ବିବାଦୀୟ ବୟାନ ଏବଂ ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି। ‘ବିଗ୍‌ ବସ୍‌ ୧୫’ରେ ସେ ନିଜ ସ୍ୱାମୀ ରିତେଶ ସିଂଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ଏହାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଶୋ’ ଶେଷ ହେବା ପରେ ସେ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.