ରାମାୟଣରେ ହଜାରେ ଥର ଦେଖିଥିବେ ଏହି ଚେହେରା, କିନ୍ତୁ ଏବେ ଚିହ୍ନିପାରିବେନି

ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ ଆରମ୍ଭ ହେବା ପରଠାରୁ ସିରିୟଲର ଷ୍ଟାରମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ହୋଇଯାଇଛନ୍ତି। ଖାସ୍‌ କରି ରାମାୟଣର ସୀତା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ସୁନୀଲ ଲହରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ରାମାୟଣର ଲକ୍ଷ୍ମଣ ବା ସୁନୀଲ ଟ୍ଵିଟରରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ପ୍ରାୟତଃ ଫ୍ୟାନ୍‌ଙ୍କ ପାଇଁ କିଛି ନା କିଛି ସେୟାର କରିଥାନ୍ତି। ମଝିରେ ମଝିରେ ସୁନୀଲ ଫ୍ୟାନ୍‌ଙ୍କ ପାଇଁ ନୂଆ ନୂଆ ଲୁକ୍‌ରେ ଫଟୋ ବି ସେୟାର କରିଥାନ୍ତି।

Ramayan's Sunil Lahri aka Lakshman looked like this in his younger ...

ତେବେ ନିକଟରେ ଏହି ଅଭିନେତା ଏକ ନୂଆ ଫଟୋ ସେୟାର କରିଛନ୍ତି। ଫଟୋ ଦେଖିଲେ ଆପଣ ବି ସୁନୀଲଙ୍କୁ ଚିହ୍ନିପାରିବେନି। ସୁନୀଲ ନିଜ ଟ୍ଵିଟର ଆକାଉଣ୍ଟରେ ଏକ କୋଲାଜ ସେୟାର କରିଛନ୍ତି। ସେଥିରେ ଗୋଟିଏ ପଟେ ସୁନୀଲଙ୍କ ଫଟୋ ଥିବା ବେଳେ ଅନ୍ୟପଟେ ଏକ ଝିଅର ଫଟୋ ରହିଛି। ଉକ୍ତ ଝିଅଟି ଆଉ କେହି ନୁହେଁ ବରଂ ସୁନୀଲ ହିଁ। ଦେଖିଲେ ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଏଡିଟ୍‌ ଆପ୍‌ ବ୍ୟବହାର କରି ସୁନୀଲଙ୍କୁ ପୁଅରୁ ଝିଅ କରାଯାଇଛି।


ସୁନୀଲଙ୍କ ଫ୍ୟାନ୍‌ମାନେ ତାଙ୍କୁ ଏକ ନୂଆ ରୂପ ଦେଇଛନ୍ତି। ଯାହା ସୁନୀଲଙ୍କୁ ମଧ୍ୟ ଖୁବ୍‌ ପସନ୍ଦ ଆସିଛି। ଫେସ୍‌ଆପ୍‌ ସାହାଯ୍ୟରେ ଏଡିଟ୍‌ କରି ସୁନୀଲଙ୍କୁ ଏଭଳି ଲୁକ୍‌ ଦିଆଯାଇଛି। ସୁନୀଲଙ୍କ ଏହି ଲୁକ୍‌ ମଧ୍ୟ ଖୁବ୍‌ କ୍ୟୁଟ୍‌ ଲାଗୁଛି। ଫଟୋ ସେୟାର କରି ସୁନୀଲ ଲେଖିଛନ୍ତି ‘ଧନ୍ୟବାଦ ଲକ୍ଷ୍ମଣ ଜୀଙ୍କ ସେନା ମୋତେ ଏକ ନୂଆ ରୂପ ସହ ପରିଚିତ କରିଥିବାରୁ’। ସୁନୀଲଙ୍କ ଫଟୋକୁ ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.