ଶୋଇଥିବା ଅବସ୍ଥାରେ ଖଟ ସାରା ଗଡ଼ନ୍ତି ଆଲିଆ ଭଟ୍ଟ! ନିଜ ପାଇଁ ଜାଗା ପାଆନ୍ତିନି ରଣବୀର କପୁର…ଇଣ୍ଟରଭ୍ୟୁରେ ସ୍ତ୍ରୀଙ୍କ ପୋଲ୍‌ ଖୋଲିଦେଲେ ଅଭିନେତା

ରଣବୀର କପୁର ଓ ଆଲିଆ ଭଟ୍ଟ ବହୁତ ଜଲ୍‌ଦି ମା’, ବାପା ହେବାକୁ ଯାଉଛନ୍ତି। ସେମାନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ନିକଟରେ ରିଲିଜ୍‌ ହୋଇସାରିଛି। ଦୁଇ ଜଣଙ୍କର ଅନଲାଇନ କେମିଷ୍ଟ୍ରିଠାରୁ ଅଫ୍‌ଲାଇନ ବଣ୍ଡିଙ୍ଗ୍‌ ଲୋକମାନଙ୍କୁ ଅଧିକ ପସନ୍ଦ ଆସିଥାଏ। ରଣବୀର ଓ ଆଲିଆ ଲମ୍ବା ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରି ଆସୁଥିଲେ। ବିବାହ ପୂର୍ବରୁ ମଧ୍ୟ ଦୁହେଁ ଲିଭ୍‌-ଇନରେ ଥିଲେ। ନିକଟରେ ଏକ ଇଣ୍ଟରଭ୍ୟୁରେ ରଣବୀର କପୁର, ପତ୍ନୀ ଆଲିଆଙ୍କ ବିଷୟରେ ମଜାଦାର କଥା ସେୟାର କରିଛନ୍ତି। ସେ ଆଲିଆଙ୍କ ବିଷୟରେ ଖୁଲାସା କରି କହିଛନ୍ତି ଯେ ଆଲିଆଙ୍କ ସହ ଶୋଇବାରେ ତାଙ୍କୁ ବହୁତ ଅସୁବିଧା ହୋଇଥାଏ। ଅଭିନେତା ଏହାର କାରଣ ମଧ୍ୟ ଜଣାଇଥିଲେ।

ଇଣ୍ଟରଭ୍ୟୁରେ ରଣବୀର କପୁର, ପତ୍ନୀ ଆଲିଆଙ୍କ ସହ ଜଡ଼ିତ କେତେକ କୌତୁହଳ କଥା କହିଥିଲେ। ରଣବୀରଙ୍କୁ ପଚରାଯାଇଥିଲା କି, ସେ ଆଲିଆଙ୍କର କେଉଁ ଜିନିଷକୁ ବରଦାସ୍ତ କରି ଦିଅନ୍ତି। ଏହାର ଜବାବରେ ଅଭିନେତା କହିଥିଲେ, ଆଲିଆଙ୍କ ସହିତ ଶୋଇବା ବହୁତ କଷ୍ଟକର। ସେ ଶୋଇପଡ଼ିଲେ ଖଟ ସାରା ଗଡ଼ିବା ଆରମ୍ଭ କରି ଦିଅନ୍ତି। ଧୀରେ ଧୀରେ ବିଛଣାର ଜାଗା ମଧ୍ୟ କମି ଯାଇଥାଏ। ଫଳରେ ସେ ନିଜେ ଶୋଇପାରି ନ ଥାଆନ୍ତି। ରଣବୀର କହିଥିଲେ ଯେ ଶୋଇବା ସମୟରେ ଆଲିଆଙ୍କ ମୁଣ୍ଡ କେଉଁଠି ଥାଏ ତ ଗୋଡ଼ ଆଉ କେଉଁଠି। ବେଳେବେଳେ ସେ ବିଛଣାର ଗୋଟିଏ କୋଣକୁ ବି ଚାଲି ଯାଆନ୍ତି ଏବଂ ବାସ୍ତବରେ ଏହା ବହୁତ ଅସୁବିଧା କରିଥାଏ।

ଆଉ ସେପଟେ ଯେତେବେଳେ ଆଲିଆଙ୍କୁ ଏ ନେଇ ପ୍ରଶ୍ନ ପଚରାଯାଇଥିଲା, ତ ସେ କହିଥିଲେ କି, ତାଙ୍କୁ ରଣବୀରଙ୍କର ଚୁପ୍‌ ରହିବା ସ୍ୱଭାବ ବହୁତ ଭଲ ଲାଗିଥାଏ। ସେ ଜଣେ ଗୁଡ୍‌ ଲିସ୍‌ନର। ଯଦିଓ ଏହି ଜିନିଷ ତାଙ୍କୁ ବରଦାସ୍ତ କରିବାକୁ ପଡ଼ିଥାଏ। କାରଣ, କେବେ କେବେ ସେ ଚାହାଁନ୍ତି ଯେ ରଣବୀର ଉତ୍ତର ଦିଅନ୍ତୁ, ହେଲେ ସେ ଦେଇ ନ ଥାଆନ୍ତି। କହି ରଖୁଛୁ, ଆଲିଆ ଭଟ୍ଟ ଓ ରଣବୀର କପୁର ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ଆରମ୍ଭ ହେବା ସହିତ ସେମାନଙ୍କର ଡେଟିଂ ମଧ୍ୟ ଆରମ୍ଭ ହୋଇଥିଲା। ଆଲିଆ ସବୁବେଳେ ରଣବୀରଙ୍କୁ ନିଜ ପିଲାବେଳର କ୍ରସ୍‌ ବୋଲି କହି ଆସୁଥିଲେ। ଏବେ ଦୁହେଁ ଖୁବ୍‌ଶୀଘ୍ର ମା’, ବାପା ହେବାକୁ ଯାଉଛନ୍ତି।

କହି ରଖୁଛୁ, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ରିଲିଜ ହେବା ଦିନଠାରୁ ଏହି ଫିଲ୍ମ ଜବରଦସ୍ତ ରୋଜଗାର କରି ଆସୁଛି। ୨୩ ସେପ୍ଟେମ୍ବର ଜାତୀୟ ସିନେମା ଦିବସ ଅବସରରେ ଏହି ଫିଲ୍ମ ରେକର୍ଡ ବ୍ରେକ୍‌ ବିଜନେସ୍‌ କରିଥିଲା। ଏ ପର୍ଯ୍ୟନ୍ତ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ମୋଟ ୨୪୬.୬୩ କୋଟି ଟଙ୍କାର ରୋଜଗାର କରି ସାରିଲାଣି। ଜାତୀୟ ସିନେମା ଦିବସ ଅବସରରେ ଫିଲ୍ମର ଟିକେଟ୍ ମୂଲ୍ୟ ୭୫ ଟଙ୍କା ହେବା କାରଣରୁ ‘ବ୍ରହ୍ମାସ୍ତ୍ର’ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ମଲ୍ଟିପ୍ଲେକ୍ସ ବାହାରେ ଲୋକଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.