ନିଆଁରେ ଖେଳୁଛନ୍ତି ରଣବୀର, ସାମ୍ନାକୁ ଆସିଲା ‘ବ୍ରହ୍ମାସ୍ତ୍ର’ ସେଟ୍‌ରୁ ଫଟୋ

ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଫିଲ୍ମ ନିର୍ମାତା ଅୟାନ ମୁଖାର୍ଜୀ ଶୁକ୍ରବାର ଦିନ ଫିଲ୍ମଟି ହଲ୍‌କୁ ଆସିବା ନେଇ ଇସାରା ଦେଇଛନ୍ତି। ତେବେ କେଉଁ ତାରିଖରେ ଫିଲ୍ମଟି ପରଦାକୁ ଆସିବ ସେ ନେଇ ଏବେ ଯାଏଁ ନିର୍ମାତା କୌଣସି ସୂଚନା ଦେଇନାହାନ୍ତି।

ଏକ ଇମୋସନାଲ ନୋଟ୍‌ ସହ ଅୟାନ୍‌ ଫିଲ୍ମର ଲିଡ୍‌ ଅଭିନେତା ରଣବୀର କପୁରଙ୍କର ବିଟିଏସ୍‌ ଫଟୋ ସେୟାର କରିଛନ୍ତି। ଫଟୋରେ ରଣବୀର ସ୍ପେଶାଲ ଇଫେକ୍ଟ ସହାୟତାରେ ନିଆଁ ପିଣ୍ଡୁଳା ସହ ଖେଳୁଥିବା ନଜର ଆସିଛନ୍ତି। ଏହି ଫଟୋର ବ୍ୟାକ୍‌ ଗ୍ରାଉଣ୍ଡରେ ନିଆଁ ଜଳୁଥିବା ଦେଖାଯାଇଛି।

 

View this post on Instagram

 

A post shared by Ayan Mukerji (@ayan_mukerji)

ଅୟାନ୍‌ ଏହି ପୋଷ୍ଟ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ଦ ଟାଇମ୍‌ସ ଫିଲ୍ସ ରାଇଟ୍‌। ଠିକ୍‌ ଅଢ଼େଇ ବର୍ଷ ତଳେ ମୁଁ ଏହି ଇନ୍‌ଷ୍ଟାଗ୍ରାମ୍‌ ଯାତ୍ରା ଆରମ୍ଭ କରିଥିଲି। ବ୍ରହ୍ମାସ୍ତ୍ର ରିଲିଜ୍‌ର କିଛି ମାସ ପରେ ପୁଣି ଆମେ ଫିଲ୍ମକୁ ଆହୁରି ଭଲ କରିବା ପାଇଁ ଆଉ କିଛି ସମୟ ଦରକାର ଥିଲା। କିଛି ଦିନ ପାଇଁ ପୂରା ଦୁନିଆ ଅଟକି ଯାଇଥିଲା। ଏସବୁ ମାଧ୍ୟମ ଯୋଗୁ ପ୍ରତିଦିନ ବ୍ରହ୍ମାସ୍ତ୍ର ଚାଲୁ ରହିଥିଲା। ସମସ୍ତଙ୍କ ଭଲ ପାଇବା ଓ ସମର୍ପଣର ଆବଶ୍ୟକତା ରହିଛି। ଏବେ ଠିକ୍‌ ସମୟ ଉପନୀତ ହୋଇଛି। ବ୍ରହ୍ମାସ୍ତ୍ରରୁ କିଛି ସେୟାର କରିବା ସମୟ। ଆମେ ଖୁବ୍‌ ଶୀଘ୍ର ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିବୁ।

ତେବେ ବ୍ରହ୍ମାସ୍ତ୍ରର ରିଲିଜ୍‌ ତାରିଖକୁ ନେଇ ଅନୁମାନ କରାଯାଉଛି ଯେ ଏହା ଆସନ୍ତାବର୍ଷ ଗଣେଶ ଉତ୍ସବ ଅବସରରେ ରିଲିଜ୍‌ ହେବ। କିନ୍ତୁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏବେ ଯାଏଁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.