“ରଣବୀର କପୁର ଆଗାମୀ ପିଢ଼ି ପାଇଁ ସାଜିଛନ୍ତି ଅନୁପ୍ରେରଣା” : ପରେଶ ରାୱଲ୍

ମୁମ୍ବାଇ : ବଲିଓଡର ଲଭର ବଏ ରଣବୀର ବର୍ତ୍ତମାନ ତାଙ୍କ ଆଗମୀ ଚଳଚ୍ଚିତ୍ର ସଞ୍ଜୁ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ସହ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବିଶିଷ୍ଟ ଅଭିନେତା ପରେଶ ରାୱଲ ଏବେ ରଣବୀରଙ୍କ ପାଇଁ କିଛି ଉପଦେଶ ଦେଇଛନ୍ତି । ପରେଶଙ୍କ ଅନୁସାରେ ବଲିଓଡର ଯୁବ ଅଭିନେତା ରଣବୀର କପୁର ଆଗାମି ପିଢ଼ି ପାଇଁ ଅନୁପ୍ରେରଣା ପାଲଟିଛନ୍ତି ।

ରାଜକୁମାର ହିରାନିଙ୍କ ନିର୍ଦ୍ଦେଶିତ ସଂଜୟ ଦତ୍ତଙ୍କ ଉପରେ ନିର୍ମିତ ଫିଲ୍ମ ‘ସଂଜୁ’ରେ ଏ ଦୁହେଁ ଏକାଠି କାମ କରୁଛନ୍ତି। ରଣବୀର କପୁର ମଧ୍ୟ ପରେଶ ରାୱଲଙ୍କୁ ନିଜର ଗୁରୁ ବୋଲି ସମ୍ମାନ ଦେଉଥିବା ବେଳେ ତାଙ୍କ ସହ କାମ କରିବା ମୋ ପାଇଁ ଏକ ପ୍ରେରଣା କହିଛନ୍ତି ।
ରଣବୀରଙ୍କ ପ୍ରଶଂସା କରିବାକୁ ଯାଇ ପରେଶ କହିଛନ୍ତି , ମୁଁ ଅନେକ କଳାକାରଙ୍କ ସହ କାମ କରିଛି, କିନ୍ତୁ ରଣବୀରଙ୍କ ସହକାମ କରିବା ମଜା କିଛି ଅଲଗା ଥିଲା ।ରଣବୀର ଆଗାମି ପିଢ଼ି ପାଇଁ ପ୍ରେରଣା ପାଲଟିଛନ୍ତି। ରଣବୀର ଜଣେ ପ୍ରତିଭାଶାଳୀ ଅଭିନେତା । ପରଦା ଉପରେ ସଂଜୟ ଦତ୍ତଙ୍କ ଭୁମିକା କରିବା ସହଜ ନୁହେଁ, କିନ୍ତୁ ରଣବୀର ଏହାକୁ ବଢ଼ିଆ ଭାବେ ଅନୁସରଣ କରିଛନ୍ତି । ଫିଲ୍ମଟି ଜୁନ୍ ୨୯ ରେ ରିଲିଜ୍ ହେବାକୁ ରହିଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ରାଜକୁମାର ହିରାନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.