“ଶମଶେରା”ରେ ଡବଲ ରୋଲ କରିବାକୁ ନେଇ ଏକ ବଡ ଖୁଲାସା କଲେ ରଣବୀର କପୁର, କଣ ଜାଣନ୍ତୁ

କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ରଣବୀର କପୁର । କିନ୍ତୁ ନିଜେ ରଣବୀର କିଛି ଓଲଟା ଚାହୁଁଛନ୍ତି । ନିଜ କାମକୁ ନେଇ ଲୋକ ଲୋଚନକୁ ଆସିବାକୁ ଇଚ୍ଛା ରଖିଛନ୍ତି ରଣବୀର । ନିଜ ଆଗାମୀ ଫିଲ୍ମ “ଶମଶେରା”କୁ ନେଇ ପ୍ରଶଂସା ସାଉଣ୍ଟିବାରେ ଲାଗିଛନ୍ତି ଚକୋଲେଟ ବୟ ରଣବୀର କପୁର । ନିଜ ଚିରାଚରିତ ଚକୋଲେଟ ବୟ ଲୁକରୁ ଆକ୍ସନ ହିରୋ ଆଡକୁ ପାଦ ବଢେଇଛନ୍ତି ବଲିଉଡର ଏହି ସୁପର ହିରୋ । ଆଉ ସବୁଠୁ ଖାସ କଥା ହେଉଛି ଏଥିରେ ରଣବୀର ଯୁଗ୍ମ ଭୂମିକାରେ ନଜର ଆସିବେ । ଟ୍ରେଲରକୁ ନେଇ ଖୁଲାସା ହେବା ପରେ ରଣବୀର ଏକ ସାକ୍ଷାତ୍କାରରେ ଫିଲ୍ମ ଓ ଏଥିରେ ତାଙ୍କ ଚରିତ୍ରକୁ ନେଇ ଏକ ଏକ୍ସସାଇଟିଙ୍ଗ ଖୁଲାସା କରିଛନ୍ତି ।

samsera
image credit: The Webdunia English

“ଶମଶେରା”ର ଟ୍ରେଲର ସାମ୍ନାକୁ ଆସିବା ପରେ ରଣବୀରଙ୍କ ଭୟଙ୍କର ଲୁକ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଛି । ତାଙ୍କ ଡବଲ ରୋଲ ତଥା ରୂପକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଉଛି । କିନ୍ତୁ ଏକ ଇଣ୍ଟରଭିୟୁରେ ନିଜେ ରଣବୀର କହିଛନ୍ତିକି ତାଙ୍କୁ ପ୍ରଥମେ କେବଳ ପୁଅ ରୋଲ ଅଫର କରାଯାଇଥିଲା । ସଞ୍ଜୟ ଦତ୍ତ ଓ ବାଣୀ କପୁର ଷ୍ଟାରର ଏହି ଫିଲ୍ମରେ ନିଜ ଅଭିନୟ ବାବଦରେ ରଣବୀର କହିଛନ୍ତିକି, ଯେବେ ତାଙ୍କୁ ଏହାର କାହାଣୀ ଶୁଣା ଯାଇଥିଲା ତେବେ ପ୍ରକୃତରେ ତାଙ୍କୁ ଡବଲ ରୋଲ ଅଫର କରାଯାଇନଥିଲା । କିନ୍ତୁ କାହାଣୀ ଶୁଣିବା ପରେ ଆଦିତ୍ୟ ଚୋପ୍ରା ଓ କରଣ ମଲହୋତ୍ରାଙ୍କ ପାଇଁ ତାଙ୍କର ପ୍ରଥମ ରେସପନ୍ସ ଥିଲାକି ତାଙ୍କୁ ଜଣେ ପିତାର ରୋଲ ବି ଦିଆଯାଉ । କାହିଁକି ନା ଏହା ଏକ ମହାନ ଚରିତ୍ର ।”

ଆଉ ଏଥିପାଇଁ ନିର୍ମାତା ମାନଙ୍କୁ ଖୁବ ମନେଇବାକୁ ବି ପଡିଥିଲା । ଏତିକି ନୁହେଁ ଏନେଇ ତାଙ୍କୁ ଅନେକ ଲୁକ ଟେଷ୍ଟ ବି ଦେବାକୁ ପଡିଥିଲା । ଆଉ ଏହି ଲୁକ ଟେଷ୍ଟରେ ରଣବୀର ପାସ ମଧ୍ୟ ହୋଇଯାଇଥିଲେ । ମେକର୍ଷ ମାନେ ରଣବୀରଙ୍କ ଦକ୍ଷତାରେ ସନ୍ତୁଷ୍ଟ ହେବା ସହ ଡବଲ ରୋଲ ପାଇଁ ତୁରନ୍ତ ହଁ ଭରି ଦେଇଥିଲେ । ନିଜ କ୍ୟାରେକ୍ଟର ବାବଦରେ ରଣବୀର କହିଛନ୍ତିକି, ” ଏହା ଏମିତି ଏକ କାହାଣୀ ଯାହାକୁ କୌଣସି ଅଭିନେତା ପରଦା ଉପରେ ପ୍ଲେ କରିବା ଖୁବ କଷ୍ଟ ।”

Leave A Reply

Your email address will not be published.