ସେପ୍ଟେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ରିଚା ଚଢ଼ା ଓ ଅଲ୍ଲୀ ଫଜଲ, ରିସେପ୍ସନକୁ ଆସିବେ ୪୦୦ ଜଣ ଅତିଥି

ରିଚା ଚଢ଼ା ଓ ଅଲ୍ଲୀ ଫଜଲଙ୍କ ବିବାହକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର ଧରିଛି । ଆଉ ଏମିତିରେ ଆମେ ଆପଣଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛୁ । ଦୁହିଁଙ୍କ ଫ୍ୟାନ୍ସ ମାନେ ଦୁହିଁଙ୍କ ବିବାହକୁ ନେଇ ଖୁବ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି । କିନ୍ତୁ ପାରିପାର୍ଶ୍ବିକ ଅବସ୍ଥାରୁ ଯାହା ଜଣାପଡୁଛି ଖୁବ ଶୀଘ୍ର ଆମ ମାନଙ୍କ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି ଆଉ ଏଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ପୂର୍ବ ସୂଚନାରୁ ଜଣାଯାଉଛିଯେ ୨୦୨୧ରେ ଦୁହିଁଙ୍କ ବିବାହ ହୋଇଥିଲା । କିନ୍ତୁ କରୋନା କାରଣରୁ ଏହାକୁ ଟାଳି ଦିଆଯାଇଥିଲା । କିନ୍ତୁ ସୂଚନାରୁ ଯାହା ଜଣାଯାଇଛି ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ହିଁ ଦୁହେଁ ବିବାହ କରିବେ । ଆଉ ବିବାହ ପରେ ଏହି ଯୋଡି ମୁମ୍ବାଇରେ ଏକ ରିସେପ୍ସନ ପାର୍ଟିର ଆୟୋଜନ କରିବେ ଯେଉଁଥିରେ ୪୦୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯିବା ନେଇ ଲକ୍ଷ ରଖା ଯାଇଛି ।

ଅଲ୍ଲୀ ଓ ରିଚାଙ୍କ ବିବାହ ଦିଲ୍ଲୀ କିମ୍ବା ମୁମ୍ବାଇର ଏକ ହୋଟେଲରେ କରାଯିବା ନେଇ ସ୍ଥିର ହୋଇଛି । ସେପ୍ଟେମ୍ୱରର ଶେଷ ସପ୍ତାହ ବେଳକୁ ହିଁ ଉଭୟେ ବିବାହ କରିବେ । କାରଣ ଦିଲ୍ଲୀରେ ହିଁ ଉଭୟଙ୍କ ପରିବାରର ଅଧିକାଂଶ ସଦସ୍ୟ ବାସ କରନ୍ତି । ଆଉ ରିସେପ୍ସନ ଅକ୍ଟୋବର ପ୍ରଥମ ସପ୍ତାହରେ ଦିଆଯିବ । ଏହା ପୂର୍ବରୁ ମେହେନ୍ଦି ଓ ସଂଗୀତ ଉତ୍ସବ ବି ଖୁବ ଧୁମଧାମରେ ପାଳିତ ହେବ । କିନ୍ତୁ ବର୍ତ୍ତମାନ ସମୟରେ ଦୁହେଁ ନିଜ ନିଜ ପ୍ରୋଜେକ୍ଟ କାମ ଶେଷ କରିବାରେ ଅଧିକ ଜୋର ଦେଉଛନ୍ତି । କହିରଖିବା ଉଚିତ ହେବକି ଏଦୁହେଁ ଏକାଠି “ଫୁକରେ 3” ରେ ନଜର ଆସିଥିଲେ । ଏହା ବ୍ୟତୀତ ଅଲ୍ଲୀଙ୍କ ନିକଟରେ ବଲିଉଡର ଖୁଫିୟା, ବାମ୍ବରେ, ହ୍ୟାପି ଅବ ଭାଗ ଯାଏଗି ଓ ହଲିଉଡ ଫିଲ୍ମ କନ୍ଧାର ବି ରହିଛି । ଯେବେକି ରିଚା “ଅଭି ତୋ ପାର୍ଟି ସୁରୁ ହୁଈ ହେ” କୁ ନେଇ ବ୍ୟସ୍ତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.