ସଲମାନ ଖାନ କିଣିଲେ ବୁଲେଟ୍‌ପ୍ରୁଫ୍‌ ଗାଡ଼ି! ଗ୍ୟାଙ୍ଗ୍‌ଷ୍ଟାର ଧମକ ପରେ ନିଜ ସୁରକ୍ଷା ଉପରେ ଖର୍ଚ୍ଚ କଲେ ଏତେ କୋଟି ଟଙ୍କା

ବଲିଉଡ୍‌ର ‘ଦବଙ୍ଗ’ ସଲମାନ ଖାନ ଏବେ ଚର୍ଚ୍ଚାରେ ଅଛନ୍ତି। ଫ୍ୟାନମାନଙ୍କୁ ତାଙ୍କ ଚିନ୍ତା ଘାରିଛି। କିଛି ଦିନ ତଳେ ଅଭିନେତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହା ପରଠାରୁ ସଲମାନଙ୍କ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ସଲମାନ ମଧ୍ୟ ନିଜ ସୁରକ୍ଷାକୁ ନେଇ ଏବେ ଗମ୍ଭୀର ରହିଛନ୍ତି। ନିକଟରେ ସେ ନିଜ ପାଇଁ ବନ୍ଧୁକର ଲାଇସେନ୍ସ ନେଇଥିବା ବେଳେ ଏବେ ବୁଲେଟ୍‌ପ୍ରୁଫ୍‌ ଗାଡ଼ି କିଣିଛନ୍ତି।

କିଛି ଦିନ ତଳେ ସଲମାନ ଖାନ ନିଜ ବଲିଗାର୍ଡ଼ ଶେରାଙ୍କ ସହ ଏୟାରପୋର୍ଟରେ ସ୍ପଟ୍‌ ହୋଇଥିଲେ। ସେଠାରେ ସେ ଟୟୋଟୋ ଲ୍ୟାଣ୍ଡ କ୍ରୁଜରରେ ଏଣ୍ଟ୍ରି ମାରି ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ବାସ୍ତବରେ, ମିଡିଆ ରିପୋର୍ଟ ମୁତାବକ, ସଲମାନଙ୍କ ଏହି ନୂଆ କାର୍‌ ଏକ ବୁଲେଟ୍‌ପ୍ରୁଫ୍‌ ଗାଡ଼ି, ଯାହାର ଦାମ୍‌ ୧.୫ କୋଟି ଟଙ୍କା ବୋଲି କୁହାଯାଉଛି।

ସଲମାନଙ୍କ ନୂଆ ଗାଡ଼ିର ଭିଡିଓ ଭାଇରାଲ ଭୟାନୀ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଛି। ତେବେ ଏକ ରିପୋର୍ଟ ଅନୁସାରେ, ସଲମାନ ଖାନଙ୍କ ଲ୍ୟାଣ୍ଡ କ୍ରୁଜରରେ ୪୪୬୧ ସିସିର ଇଞ୍ଜିନ ଲାଗିଛି, ଯାହାର ପାଓ୍ଵାର ୨୬୨ ବିଏଚ୍‌ପି। ଏହି କାର୍‌ କେବଳ SUVର ବସ୍‌ ଭ୍ୟାରିଏଣ୍ଟରେ ଉପଲବ୍ଧ ରହିଛି। କାର୍‌ ସମ୍ପୂର୍ଣ୍ଣ ରୂପେ ବୁଲେଟ୍‌ପ୍ରୁଫ୍‌।

ସୂଚନାଥାଉ କି, କିଛି ଦିନ ତଳେ ସଲମାନ ଖାନଙ୍କ ବାପା ତଥା ଲେଖକ ସଲିମ୍‌ ଖାନଙ୍କୁ ମର୍ଣ୍ଣିଂ ଓ୍ଵାକ୍‌ ସମୟରେ ଏକ ବେଞ୍ଚ୍‌ ଉପରେ ଏକ ଚିଠି ମିଳିଥିଲା। ସେଥିରେ ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଚିଠିରେ ଲେଖା ହୋଇଥିଲା, ‘ତୁମର ବି ମୁସେଓ୍ଵାଲା ଭଳି ଅବସ୍ଥା କରିଦେବୁ’।

 

View this post on Instagram

 

A post shared by Viral Bhayani (@viralbhayani)

ଏହି ଚିଠି ମିଳିବା ପରେ ସଲିମ୍‌ ଖାନ ପୋଲିସରେ ଅଭିଯୋଗ କରିଥିଲେ, ଯାହା ପରେ ପୋଲିସ ମଧ୍ୟ ସଲମାନଙ୍କ ସୁରକ୍ଷାକୁ ନେଇ ଏବେ ସତର୍କ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.