ନୌସେନା ସୈନିକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ସଲମାନ, ସେମାନଙ୍କ ସାଥିରେ କଲେ ଏକ୍ସରସାଇଜ

ସ୍ୱାଧୀନତା ଦିବସ ପାଖେଇ ଆସୁଛି । ଚଳିତ ବର୍ଷ ଭାରତ ନିଜ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରିବାକୁ ଯାଉଛି । ଆଉ ଏଭିତରେ ବଲିଉଡର ଭାଇଜାନ ଭାବେ ଜଣା ସଲମାନ ଖାନ ଭାରତୀୟ ନୌସେନା କର୍ମଚାରୀଙ୍କ ମଧ୍ୟରେ ଯାଇ ପହଂଚିଛନ୍ତି । ଯାହାର ଫଟୋ ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରଏଲ ହେବାରେ ଲାଗିଛି । ସମସ୍ତଙ୍କୁ ଫ୍ୟାନ୍ସ ମାନେ ମଧ୍ୟ ଖୁବ ପ୍ରସଂଶା କରିଛନ୍ତି । ଆକ୍ଟର ବି ଇଣ୍ଡିଆନ ନେଭି ଅଫିସର ମାନଙ୍କ ସହିତ ମସ୍ତି କରୁଥିବା ନଜର ଆସିଛନ୍ତି ।

ଭାରତରେ ପ୍ରସ୍ତୁତ ହୋଇଥିବା ସବୁଠୁ ବଡ ଡ଼େଷ୍ଟ୍ରୟର, ଆଇଏନଏସ ବିଶାଖାପାଟନମର ମୋଟ ଲମ୍ବ ୧୬୪ ମିଟର ହୋଇଥିବା ବେଳେ ଓଜନ ପାଖାପାଖି ୭ ହଜାର ୫୦୦ ଟନରୁ ଅଧିକ ହେବ । ଭାରତୀୟ ନୌସେନା ଆମ ରାଷ୍ଟ୍ରର ସମୁଦ୍ର କୂଳ ଗୁଡିକର ସୁରକ୍ଷା ଦାୟିତ୍ୱରେ ଥାଏ । ଆଉ ଅଧିକାଂଶ ସମୟରେ ନିଜ ପରିବାରକୁ ସମୟ ନଦେଇ ନିଜ କର୍ତ୍ତବ୍ୟରେ ବ୍ୟସ୍ତ ଥାନ୍ତି । ଆଉ ଏହି କାରଣରୁ ବୋଧହୁଏ ନିଜ ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ବିଶାଖାପାଟନମରେ କାର୍ଯ୍ୟରତ ସୈନିକ ମାନଙ୍କୁ କିଛି ସମୟ ଦେଇଛନ୍ତି । ତାଙ୍କୁ ସେଠାରେ ଦେଖି ସେଠିକାର ଯୁବବର୍ଗ ଯେମିତି ଖୁସିରେ ଗଦ ଗଦ ହୋଇଯାଇଥିବା ନଜର ଆସିଛନ୍ତି ।

ସୈନିକ ମାନଙ୍କ ସହିତ ସଲ୍ମାନ ବି ନିଜ ଷ୍ଟାରଡମ ଭୁଲି ସେମାନଙ୍କ ଭଳି ହିଁ ବ୍ୟବହାର କରୁଥିବା ନଜର ଆସିଛନ୍ତି । ସଲ୍ମାନ ସିଧା INS ବିଶାଖାପାଟନମର ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି । ସେଠାରେ ଖାଦ୍ୟ ରାନ୍ଧୁଥିବା ସୈନିକ ମାନଙ୍କୁ ସାହାଯ୍ୟ କରିବା ସହିତ ସେଠିକାର ବଡ ପାତ୍ରରେ ଖାଡ଼ିକା ପୁରାଇ ଘାଣ୍ଟୁଥିବା ଦେଖା ଦେଇଛନ୍ତି । ସୈନିକ ମାନଙ୍କ ଉତ୍ସାହ ବଢାଇବା ପାଇଁ ସେଠାରେ ପହଞ୍ଚି ଥିବା ସଲ୍ମାନଙ୍କ ଅନ୍ଦାଜ ଖୁବ ପସନ୍ଦ ଆସିଛି । ସେଠାରେ ଉପସ୍ଥିତ ଥିବା ସମସ୍ତ ସୈନିକ ବି ଭାଇଜାନଙ୍କର ଫ୍ୟାନ ପାଲଟି ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.