ଆଜି ବି ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ୍‌, ଶାହାରୁଖଙ୍କୁ ଭେଟିବାକୁ ମନ୍ନତରେ ପହଞ୍ଚିଲେ ସଲମାନ୍‌ ଖାନ୍‌

ଆର୍ଯ୍ୟନ୍‌ଙ୍କୁ ମିଳିଲାନି ବେଲ୍‌। ଆସନ୍ତାକାଲି ଯାଏଁ ପୁଣି ଘୁଞ୍ଚିଲା ଶୁଣାଣି। ମୁମ୍ବାଇ କ୍ରୁଜ୍‌ ପାର୍ଟିରେ ଗିରଫ ହୋଇଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଆଜି କୋର୍ଟରେ ବେଲ୍‌ ମିଳିପାରିନାହିଁ। ତାଙ୍କ ବେଲ୍‌ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି। ତେବେ ଇତି ମଧ୍ୟରେ ଖବର ଆସିଛି ଯେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ କିଛି ସମୟ ପୂର୍ବରୁ ଶାହାରୁଖଙ୍କୁ ଭେଟିବାକୁ ତାଙ୍କ ବଙ୍ଗଳା ‘ମନ୍ନତ’ରେ ପହଞ୍ଚିଛନ୍ତି। ଶାହାରୁଖଙ୍କୁ ସପୋର୍ଟ କରିବା ପାଇଁ ସେ ତାଙ୍କ ଘରକୁ ଯାଇଛନ୍ତି। ତେବେ ଆର୍ଯ୍ୟନ୍‌ ଗିରଫ ହେବା ପରେ ତାଙ୍କର କୌଣସି ଶୁଣାଣିରେ ଶାହାରୁଖ ଖାନ୍‌ କୋର୍ଟକୁ ଯାଇ ନାହାନ୍ତି। ସବୁ ଶୁଣାଣିକୁ ତାଙ୍କ ମ୍ୟାନେଜର ପୂଜା ଦଦଲାନୀ ଓ ବଡିଗାର୍ଡ ଯାଇଥିବା ଦେଖାଯାଇଛି।

ସୂଚନାଯୋଗ୍ୟ ଯେ ୧୨ ଅକ୍ଟୋବରରେ ସଲମାନ୍‌ ଖାନ୍‌ ବାପା ସଲିମ୍‌ ଖାନ୍‌ଙ୍କ ସହ ଶାହାରୁଖଙ୍କୁ ଭେଟିବା ପାଇଁ ତାଙ୍କ ବଙ୍ଗଳାକୁ ଯାଇଥିଲେ। ଆଜି ସନ୍ଧ୍ୟାରେ ମଧ୍ୟ ସଲମାନ ତାଙ୍କୁ ସପୋର୍ଟ କରିବାକୁ ପହଞ୍ଚିଛନ୍ତି। ସଲମାନ୍‌ ଖାନ୍‌ ମନ୍ନତ ଯାଉଥିବା ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by Viral Bhayani (@viralbhayani)

ପ୍ରକାଶ ଯେ ପୂଜା ଦଦଲାନୀ ୨୦୨୧ ମସିହାରୁ ହିଁ ଶାହାରୁଖ ଖାନ୍‌ଙ୍କ ମ୍ୟାନେଜର ଭାବେ କାମ କରୁଛନ୍ତି। ତାଙ୍କ ପରିବାରର ସେ ଖୁବ୍‌ ନିକଟତର। ଆର୍ଯ୍ୟନ୍‌ଙ୍କୁ ବେଲ୍‌ ନ ମିଳିବାରୁ କୋର୍ଟରେ ପୂଜାଙ୍କୁ କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଆଜି ମଧ୍ୟ ପୂଜା କୋର୍ଟକୁ ଯାଉଥିଲେ। କିନ୍ତୁ ଆଜି ମଧ୍ୟ ତାଙ୍କ ଆଶା ଆଶାରେ ହିଁ ରହିଯାଇଥିଲା।

ସୂଚନାଯୋଗ୍ୟ ଯେ ୨ ଅକ୍ଟୋବର ବିଳମ୍ବିତ ରାତିରେ ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ ସିପ୍‌ରେ ପାର୍ଟି କରୁଥିବା ବେଳେ ଏନ୍‌ସିବି ରେଡ୍‌ରେ ଧରାପଡ଼ିଥିଲେ ଆର୍ଯ୍ୟନ୍‌ଙ୍କ ସମେତ ମୋଟ ୮ ଜଣ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଥିଲେ। ଏହି ୮ ଜଣ ହେଲେ ମୁନ୍‌ମୁନ୍‌ ଧମେଚା, ନୁପୂର ସାରିକା, ଇସ୍‌ମିତ ସିଂହ, ମୋହକ ଜସଓ୍ଵାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଆର୍ଯ୍ୟନ୍‌ ଖାନ୍‌ ଓ ଅରବାଜ ମର୍ଚ୍ଚାଣ୍ଟ। ଧରାପଡ଼ିଥିବା ଏହି ୮ ଜଣଙ୍କୁ ଏନ୍‌ସିବି ଦୀର୍ଘ ସମୟ ଧରି ମୁଖ୍ୟ ଅଫିସରେ ପଚରାଉଚରା କରିବା ପରେ ଗିରଫ କରିଥିଲା। ସେମାନଙ୍କ ଠାରୁ ଏକ୍ସଟାସି, କୋକେନ୍‌, ଏମ୍‌ଡି ଓ ଚରସ ଭଳି ନିଶାଜାତୀୟ ଦ୍ରବ୍ୟ ଜବତ କରିଥିଲା ଏନ୍‌ସିବି। ଏଣୁ ଅଧିକ ପଚରାଉଚରା ପାଇଁ ସମସ୍ତଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.