ଶାହରୁଖ ଖାନଙ୍କ ‘ପଠାନ’ରେ କେମିଓ କରିବେ ସଲମାନ, ବିଗବସ୍-୧୪ରେ କରିଥିଲେ ଘୋଷଣା

ସଲମାନ ଖାନ ଏବଂ ଶାହରୁଖଙ୍କ ମଧ୍ୟରେ ଥିବା ବନ୍ଧୁତା କାହାକୁ ଅଛପା ନାହିଁ। ଦୁହିଁଙ୍କ ନାମ ଇଣ୍ଡଷ୍ଟ୍ରୀରେ ବେଶ ଚର୍ଚ୍ଚିତ। ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଫ୍ଯାନ ଅନେକ ଦିନରୁ ଚାହିଁ ବସିଛନ୍ତି। ଦୁହେଁ ଅନେକ ଦିନରୁ ଏକାଠି କୌଣସି ଫିଲ୍ମ ମଧ୍ୟ କରିନାହାନ୍ତି।

ଶେଷଥର ପାଇଁ ସଲମାନ ଏବଂ ଶାହରୁଖଙ୍କୁ ଫିଲ୍ମ ‘ଜିରୋ’ରେ ଏକାଠି ଦେଖିବାକୁ ମିଳିଥିଲା। ଯେଉଁଥିରେ ସଲମାନ କେମିଓ କରିଥିଲେ। ଏବେ ପୁଣିଥରେ ଦୁହେଁ ଏକାଠି ନଜର ଆସିବେ। ଶାହରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’ରେ ସଲମାନ ନଜର ଆସିବେ। ଫିଲ୍ମ ‘ଜିରୋ’ ଭଳି ଶାହରୁଖଙ୍କ ଫିଲ୍ମ ‘ପଠାନ’ରେ ସଲମାନ କେମିଓ କରୁଥିବା ନଜର ଆସିବେ।

ଏହାର ଘୋଷଣା ସଲମାନ ବର୍ଷେ ପୂର୍ବରୁ କରିଥିଲେ। ବିଗବସ୍ ୧୪ ସମୟରେ ସଲମାନ କହିଥିଲେ ପୁଣି ଥରେ ସଲମାନଙ୍କ ଫିଲ୍ମରେ କେମିଓ କରିବେ। ସୋସିଆଲ ମିଡିଆରେ ସଲମାନ ଖାନ ଏକ ଭିଡିଓ ଭାଇରଲ ହୋଇଥିଲା, ଯେଉଁଥିରେ ସେ ପଠାନ ଫିଲ୍ମ ବିଷୟରେ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.