ସଲମାନ ଖାନ୍‌ଙ୍କ ଡୁପ୍ଲିକେଟ ସାଗର ପାଣ୍ଡେଙ୍କ ପରଲୋକ, ଜିମରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ଆସିଲା ହାର୍ଟଆଟାକ

ବଲିଉଡ ଅଭିନେତା ସଲମାନ ଖାନଙ୍କ ବଡି ଡବଲ ବା ଡୁପ୍ଲିକେଟ୍ ସାଗର ପାଣ୍ଡେଙ୍କ ପରଲୋକ । ଶୁକ୍ରବାର ଦିନ ଦ୍ୱିପ୍ରହରରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଜିମରେ ୱାର୍କଆଉଟ୍ କରୁଥିବା ସମୟରେ ସାଗର ପାଣ୍ଡେଙ୍କୁ ହାର୍ଟ ଆଟାକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା।

ହାର୍ଟଆଟାକ୍‌ ଆସିବା ସମୟରେ ସାଗର ଜିମରେ ଥିଲେ। ଟ୍ରେଡମିଲ୍‌ରେ ବ୍ୟାୟାମ କରିଥିବା ସମୟରେ ସାଗରଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସାଗର ସଲମାନଙ୍କ ଅନେକ ଫିଲ୍ମରେ ବଡି ଡବଲ ରୋଲ କରିଛନ୍ତି। ତାଙ୍କୁ ସଲମାନଙ୍କ ଡୁପ୍ଲିକେଟ ବୋଲି କୁହାଯାଏ। ସାଗର ଫିଲ୍ମ ବଜରଙ୍ଗୀ ଭାଇଜାନ, ଟ୍ୟୁବଲାଇଟ, ଦବଙ୍ଗ, ଦବଙ୍ଗ-୨, ଦବଙ୍ଗ-୩ ଭଳି ଫିଲ୍ମରେ ସଲମାନଙ୍କ ସହିତ କାମ କରିଛନ୍ତି। ପାଖାପାଖି ୫୦ଟି ଫିଲ୍ମରେ ବଡି ଡବଲ କାମ କରିଛନ୍ତି ସାଗର। ତେବେ ସାଗର ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ବେଶ୍‌ ଆକ୍ଟିଭ ଥିଲେ। କରୋନା ସମୟରେ ସାଗର ପାଣ୍ଡେଙ୍କୁ ଆର୍ଥିକ ଭାବେ ସଲମାନ ଖାନ ସାହାଯ୍ୟକରିଥିଲେ। ତେବେ ସାଗରଙ୍କ ମୃତ୍ୟୁରେ ସଲମାନ ଖାନ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

ସଲମାନ ସାଗର ସହିତ ଏକ ଫଟୋ ସେୟାର କରିRIP ଲେଖିଛନ୍ତି। ଏହାସହିତ କ୍ୟାପସନରେ ଲେଖିଛନ୍ତି, ମୋ ସହିତ ରହିଥିବାରୁ ହୃଦୟରୁ ଧନ୍ୟବାଦ। ସାଗର ଭାଇ ତୁମ ଆତ୍ମାକୁ ଶାନ୍ତି ମିଳି। ଧନ୍ୟବାଦ୍‌ #SagarPandey

ସାଗର ସଲମାନଙ୍କ ଡୁପ୍ଲିକେଟ୍ ଭାବରେ ବେଶ୍ ପ୍ରସିଦ୍ଧ ଥିଲେ ଏବଂ ପ୍ରାୟତଃ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସୋ ’ଷ୍ଟେଜ୍ କରୁଥିଲେ । ସାଗର ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାର ବାସିନ୍ଦା ଥିଲେ ଏବଂ ବନ୍ଧୁ ରାଜୁଙ୍କ ଅନୁଯାୟୀ ସାଗରଙ୍କ ଶେଷ ରୀତି ପ୍ରତାପଗଡରେ କରାଯିବ । ସଲମାନଙ୍କ ଭଳି ବିବାହ କରିନାହାନ୍ତି ସାଗର। ଅଭିନୟରେ ବେଶ୍‌ କିଛି ଖାସ୍‌ କାମ ନ ମିଳିବାରୁ ବଡି ଡବଲ କରିବାକୁ ନିଷ୍ପତ୍ତି ନେଇଥିଲେ ସାଗର।

ସୂଚନାଯୋଗ୍ୟ, ନିକଟରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏକ ଜିମରେ ଥିବା ଏକ ଟ୍ରେଡ୍ ମିଲରେ ବ୍ୟାୟାମ କରୁଥିବାବେଳେ ହାର୍ଟ ଆଟାକର ଶିକାର ହୋଇଥିଲେ । ଯାହା ପରେ ହାସ୍ୟ ଅଭିନେତା ପ୍ରାୟ ୪୦ ଦିନ ପରେ ୨୧ ସେପ୍ଟେମ୍ବରରେ ମୃତ୍ୟୁ ବରଣ କରିଥିଲେ । ରାଜୁଙ୍କ ପୂର୍ବରୁ ସିଦ୍ଧାର୍ଥ ଶୁକ୍ଲା ମଧ୍ୟ ହାର୍ଟଆଟାକର ଶିକାର ହୋଇ ମୃତ୍ୟୁବରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.