ବିପଦରେ ଭାଇଜାନଙ୍କ ଜୀବନ : ସୁରକ୍ଷା ବ୍ଯବସ୍ଥା କଡାକଡି କଲା ମୁମ୍ବାଇ ପୋଲିସ୍

ରେସ ୩ ଜରିଆରେ ବକ୍ସ ଅଫିସରେ ଧୁମ୍ ମଚାଇବାକୁ ପ୍ରସ୍ତୁତ ସଲମାନ ଖାନ୍ । ହେଲେ ଏହା ଭିତରେ ଆସିଛି ଏକ ବଡ଼ ଖବର । ଭାଇଜାନଙ୍କ ଜୀବନ ପ୍ରତି ରହିଛି ବିପଦ । ଫଳରେ ମୁମ୍ବାଇ ପୋଲିସ୍ ହାଇଆଲର୍ଟ ଜାରି କରିଛି । ଏହା ସହ ଭାଇଜାନଙ୍କ ସୁରକ୍ଷା ବ୍ଯବସ୍ଥା କରିଛି କଡାକଡି । ରିପୋର୍ଟ ଅନୁଯାୟୀ, କିଛି ଗାଙ୍ଗ୍ ଷ୍ଟାର ସଲମାନଙ୍କୁ ମାରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସୂଚନା ଅନୁସାରେ, ସଂପତ ନେହରାଙ୍କର ତିନି ସହଯୋଗୀ ସଲମାନଙ୍କୁ କ୍ଷତି ପହଞ୍ଚାଇବାକୁ ଯୋଜନା କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ତିନି ଜଣଙ୍କର ଲୋକେସନ ଜଣାପଡିନାହିଁ । ମୁମ୍ବାଇ ପୋଲିସଙ୍କ ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସଂପତର ତିନି ସହଯୋଗୀ ରାଜୁ,ଅଙ୍କିତ,ଅକ୍ଷୟ ସଲମାନଙ୍କୁ କ୍ଷତି ପହଁଚାଇ ପାରନ୍ତି ।

କିଛିଦିନ ତଳେ ହରିୟାଣାର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ମୋଷ୍ଟ ୱାଣ୍ଟେଡ ଗ୍ଯାଙ୍ଗଷ୍ଟାର ସଂପତ ନେହରାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲେ । ପୁଲିସର କହିବା ମୁତାବକ ୨୮ ବର୍ଷର ଏହି ଗ୍ଯାଙ୍ଗଷ୍ଟାର ସଲମାନଙ୍କୁ ମାରିବା ପାଇଁ ଯୋଜନା କରୁଥିଲା । କିନ୍ତୁ ତାର ଗିରଫ ପରେ ମଧ୍ୟ ସଲମାନଙ୍କ ଉପରେ ବିପଦ ଲାଗି  ରହିଛି ।

ହରିୟାଣା ପୋଲିସଙ୍କ ଅନୁସାରେ ସଂପତର ତିନି ସହଯୋଗୀ କୋର୍ଟରେ ହାଜର ଦିନ ତାକୁ ଫେରାର କରିବାର ଯୋଜନା କରୁଥିଲେ । ଏହି ଘଟଣା ଜଣାପଡିବା ପରେ ସମ୍ପୂର୍ଣ୍ଣ ବ୍ଯବସ୍ଥାକୁ ବଦଳାଇଦିଆଗଲା । ସୁରକ୍ଷା ବ୍ଯବସ୍ଥା କଡା ହେବା କାରଣରୁ ତିନି ସୁଟର ସଂପତଙ୍କୁ ଫେରାର କରିପାରିଲେନାହିଁ ।

ହରିୟାଣା ପୁଲିସର ସୂଚନା ପରେ ମୁମ୍ବାଇ ପୋଲିସ୍ ସଲମାନଙ୍କର ସୁରକ୍ଷାକୁ କଡାକଡି କରିଦେଲେ । ସଲମାନଙ୍କୁ ପର୍ସନାଲ ବଡିଗାର୍ଡ ଦିଆଯାଇଛି । ତାଙ୍କ ଘର ବାହାର ଏବଂ ସୁଟିଙ୍ଗ ଲୋକେଶନରେ ସୁରକ୍ଷା ବ୍ଯବସ୍ଥା ବଢ଼ାଇ ଦିଆଯାଇଛି ।

ସଂପତ ନେହରା କିଏ

salman khan

ସଂପତ ନେହରା ସେହି ଲରେନ୍ସ ବିଶ୍ନୋୟୀ ଗ୍ଯାଙ୍ଗ ପାଇଁ କାମ କରୁଛି ଯିଏ ସଲମାନଙ୍କୁ କଳା ହରିଣ ଶିକାର ମାମଲାରେ ଜୀବନରୁ  ମାରିଦେବାକୁ ଧମକ ଦେଇସାରିଛି । ଲରେନ୍ସ ବିଶ୍ରୋୟୀ ଗ୍ଯାଙ୍ଗ ସୋସିଆଲ ମିଡିଆରେ ବହୁତ  ଆକ୍ଟିଭ ଅଛନ୍ତି,ଖାସକରି ଫେସବୁକ ଏବଂ ହ୍ବାଟସପରେ । ନେହରା ଉପରେ ହତ୍ଯା,ଅପହରଣ,ଏବଂ ସୁପାରୀ ନେଇ ହତ୍ଯା କରିବା ଭଳି ଅନେକ ମାମଲା ଚାଲୁଛି ।

ସଲମାନଙ୍କ ଘରକୁ ନଜର ରଖିସାରିଛି ସଂପତ ନେହରା

ନେହରାର ପରବର୍ତ୍ତୀ ଟାର୍ଗେଟ ସଲମାନ ଥିଲେ ସେଥିପାଇଁ ସେ ସଲମାନଙ୍କ ଘର ଉପରେ ନଜର ରଖିସାରିଛି । ସଲମାନଙ୍କୁ ମାରିବା ପରେ ନେହରା ବିଦେଶ ଯାତ୍ରା କରିବା ପାଇଁ ପ୍ଲାନିଂ ଥିଲା । ଏହି ଗ୍ଯାଙ୍ଗ ସଲମାନଙ୍କ ଦ୍ବାରା ହୋଇଥିବା କଳା ହରିଣ ଶିକାର ଯୋଗୁଁ ରାଗ ରଖିଥିଲେ । ଏଥିପାଇଁ ଏହି ଗ୍ଯାଙ୍ଗ ସଲମାନଙ୍କୁ ମାରିବା ପାଇଁ ମାଷ୍ଟର ପ୍ଲାନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.