ଛାଡ଼ପତ୍ର ପରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା ପ୍ରଭୁ, କୋଟିଏରେ ହେଲା ଡିଲ୍‌!

ସାଉଥ୍‌ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ସାମନ୍ଥା ରୁଥ୍‌ ପ୍ରଭୁ ବହୁତ ଲୋକପ୍ରିୟ। ସାମନ୍ଥା ଓ ନାଗା ଚୈତନ୍ୟଙ୍କ ଯୋଡ଼ି ଲୋକଙ୍କୁ ବହୁତ ପସନ୍ଦ ଥିଲା। ଯଦିଓ ଗତବର୍ଷ ଦମ୍ପତି ନିଜ ଛାଡ଼ପତ୍ର ବିଷୟରେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସାମନ୍ଥା ଓ ନାଗା ଚୈତନ୍ୟ ଗତବର୍ଷ ସୋସିଆଲ ମିଡିଆରେ ପରସ୍ପରଠାରୁ ଅଲଗା ହେବାର ଖବର ଫ୍ୟାନ୍‌ମାନଙ୍କୁ ଦେଇଥିଲେ। ଆଉ ଏହା ପରଠାରୁ ଉଭୟ କୌଣସି ନା କୌଣସି କାରଣରୁ ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସୁଛନ୍ତି।

ଛାଡ଼ପତ୍ର ଖବର ସାମ୍ନାକୁ ଆସିବା ପରଠାରୁ କୁହାଯାଉଥିଲା ଯେ ସାମନ୍ଥା ରୁଥ୍‌ ପ୍ରଭୁ ନାଗାଙ୍କଠାରୁ ୨୦୦ କୋଟି ଟଙ୍କା ଭରଣପୋଷଣ ଦାବି କରିଛନ୍ତି। ଯଦିଓ ଅଭିନେତ୍ରୀ ଏହି କଥାକୁ ସ୍ପଷ୍ଟ ମନା କରିଥିଲେ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଅଭିନେତା ମୁରଲି ମୋହନ ଖୁଲାସା କରିଛନ୍ତି କି, ସାମନ୍ଥା ପ୍ରଭୁ ନାଗା ଚୈତନ୍ୟଙ୍କ ଘର କିଣିଛନ୍ତି। ସେହି ଘରେ ଅଭିନେତ୍ରୀ ଛାଡ଼ପତ୍ର ପୂର୍ବରୁ ନାଗାଙ୍କ ସହିତ ରହୁଥିଲେ। ରିପୋର୍ଟ ମୁତାବକ, ସାମନ୍ଥା ଏହି ଘରକୁ ମୋଟା ଅର୍ଥରାଶି ଦେଇ କିଣିଛନ୍ତି।

ସେପଟେ ସାମନ୍ଥାଙ୍କ ଓ୍ଵାର୍କଫ୍ରଣ୍ଟ ଦେଖିଲେ, ସେ ଖୁବ୍‌ ଜଲ୍‌ଦି ‘ଶକୁନ୍ତଳମ୍‌’, ‘ଯଶୋଦା’ ଓ ‘ଖୁସି’ ଭଳି ଫିଲ୍ମରେ ନଜର ଆସିବେ। ଏଥିସହ ସେ ତାପସୀ ପନ୍ନୁଙ୍କ ସହ ଆଉ ଏକ ଫିଲ୍ମରେ ବି ନଜର ଆସିବେ। କହି ରଖୁଛୁ, ନିକଟରେ ସାମନ୍ଥା କରଣ ଜୋହରଙ୍କ ଚାଟ୍‌ ଶୋ’ ‘କଫି ଓ୍ଵିଥ୍‌ କରଣ’ରେ ଅକ୍ଷୟ କୁମାରଙ୍କ ସହ ପହଞ୍ଚିଥିଲେ। ରିପୋର୍ଟ ମୁତାବକ, ସାମନ୍ଥା ଆୟୁଷ୍ମାନ ଖୁରାନାଙ୍କ ସହ ଜଲ୍‌ଦି ବଲିଉଡ୍‌ରେ ଡେବ୍ୟୁ କରି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.