ପତ୍ନୀଙ୍କ ସହ ଦୁବାଇ ଗସ୍ତ କଲେ ସଞ୍ଜୟ ଦତ୍ତ, ଫଟୋ ସେୟାର କରି କହିଲେ ‘ଜୀବନ ଜୀଉଁଛି’

କିଛି ଦିନ ତଳେ ରୋଗାଗ୍ରସ୍ତ ହୋଇପଡ଼ିଥିବା ସଞ୍ଜୟ ଦତ୍ତ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରୁ ଦୁବାଇ ଗସ୍ତ କରିଛନ୍ତି। ଏକ ପ୍ରାଇଭେଟ ଜେଟ୍‌ରେ ସଞ୍ଜୟ ପତ୍ନୀ ମାନ୍ୟତାଙ୍କ ସହ ୧୦ ଦିନ ପାଇଁ ଦୁବାଇ ଗସ୍ତ କରିଛନ୍ତି। ସେଠାକୁ ସେ ଦୁଇ ପିଲାଙ୍କୁ ଦେଖା କରିବାକୁ ଯାଇଛନ୍ତି। ଲକ୍‌ଡାଉନ୍‌ ବେଳେ ମାନ୍ୟତା ଦୁବାଇରେ ଫସିଯାଇଥିଲେ। କିନ୍ତୁ ସଞ୍ଜୟ ଦତ୍ତଙ୍କ ଦେହ ଖରାପ ହେବା ଖବର ଶୁଣିବା ପରେ ସେ ଭାରତ ଫେରି ଆସିଥିଲେ।

ତେବେ ମଙ୍ଗଳବାର ଦୁବାଇ ଯିବା ବେଳେ ସଞ୍ଜୟ ମାନ୍ୟତାଙ୍କ ସହ ଫଟୋ ସେୟାର କରିଛନ୍ତି। ଫଟୋଟି ବିମାନ ଭିତରୁ ଉଠାଯାଇଛି। ଫଟୋ ସେୟାର କରି ମାନ୍ୟତା ଲେଖିଛନ୍ତି ‘ଜୀବନକୁ ସମୃଦ୍ଧ କରୁଛୁ’। ଏହି ଫଟୋରେ ସଞ୍ଜୟ ହାତରେ ଭିକ୍‌ଟ୍ରି ଦେଖାଉଛନ୍ତି।


କେବଳ ଏହି ଗୋଟିଏ ନୁହେଁ ମାନ୍ୟତା ବିମାନରେ ଦିଆଯାଇଥିବା କଫିର ଫଟୋ ମଧ୍ୟ ସେୟାର କରିଛନ୍ତି। ଉକ୍ତ କଫିରେ ସଞ୍ଜୟଙ୍କ ଫଟୋ ଅଙ୍କା ଯାଇଛି।

sanjay

ଅନ୍ୟପଟେ ନିକଟରେ ସଞ୍ଜୟ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ଙ୍କ ପାଇଁ ଏକ ନୋଟ୍‌ ସେୟାର କରିଥିଲେ। ଉକ୍ତ ନୋଟ୍‌ରେ ସେ ସୁସ୍ଥ ଥିବା କହିଛନ୍ତି। ଏଥିସହ ତାଙ୍କୁ ଭଲ ପାଉଥିବା ଫ୍ୟାନ୍‌ଙ୍କୁୁୁ ସେ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଯେ ଶେଷ ଥର ପାଇଁ ସଞ୍ଜୟ ଦତ୍ତଙ୍କୁ ସଡ଼କ ୨ରେ ଦେଖିବାକୁ ମିଳିଥିଲା।

 

View this post on Instagram

 

🙏🏻

A post shared by Sanjay Dutt (@duttsanjay) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.